ହାତୀ ଗୋବରରେ ପ୍ରସ୍ତୁତ ଚା ପିଇ ଉପଭୋଗ କରିଥିଲେ ଅକ୍ଷୟ କୁମାର, କହିଥିଲେ, ମୁଁ ପ୍ରତ୍ୟେକ ଦିନ ପିଇଥାଏ ଗୋମୂତ୍ର।

“Into The Wild with Bear Grylls” ଶୋ’ ରେ ଏଥର ଅଭିନେତା ଅକ୍ଷୟ କୁମାର ନଜର ଆସିବେ। ଏହି ଶୋ’ ୧୧ ସେପ୍ଟେମ୍ବରକୁ ପ୍ରସାରିତ ହେବା ଅରମ୍ଭ ହୋଇଛି। ଏହି ଶୋ’ର ପ୍ରସାରଣ ପୂର୍ବରୁ ଅକ୍ଷୟ କୁମାର ଶୋ’ର ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହିତ ଭିଡିଓ ଚାଟ କରିଥିଲେ ଏବଂ ଏହି ଅବସରରେ ଅଭିନେତା ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ। ବାସ୍ତବରେ ଏହି ଶୋ’ରେ ଅକ୍ଷୟ କୁମାର ହାତୀର ଗୋବରର ଚାଁ ପିଇଥିଲେ ଏବଂ ଏହାକୁ ନେଇ ଅକ୍ଷୟ କୁମାରଙ୍କୁ ଅଭିନେତ୍ରୀ ହୁମା କୁରେଶୀ ଚାଟ କରୁଥିବା ସମୟରେ ପ୍ରଶ୍ନ ପଚାରଥିଲେ ଯେ, ସେ ହାତୀର ଗୋବରରୁ ତିଆରି ହୋଇଥିବା ଚାଁ ପିଇବା ପାଇଁ ଆପଣ ନିଜକୁ କିପରି ପ୍ରସ୍ତୁତ କରାଇଲେ।

ହୁମା କୁରେଶୀଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅକ୍ଷୟ କୁମାର କହିଥିଲେ ଯେ, ତାଙ୍କ ପାଇଁ ଏହି ଚାଁ ପିଇବା ବହୁତ ସହଜ ଥିଲା କାରଣ ସେ ପ୍ରତ୍ୟେକ ଦିନ ଗୋମୂତ୍ର ପିଇଥାନ୍ତି। ଅକ୍ଷୟ କହିଥିଲେ ଯେ, ମୋ ପାଇଁ ଏହା କୌଣସି ବଡ଼ କଥା ନଥିଲା। ମୋତେ କୌଣସି ସମସ୍ୟା ନଥିଲା। ବାସ୍ତବରେ ମୋତେ ତ ଓଲଟା ବହୁତ ମଜା ଆସିଲା। ମୁଁ ପ୍ରତ୍ୟେକ ଦିନ ଆୟୁର୍ବେଦିକ ଲାଭ ଗୁଡିକ ପାଇଁ ଗୋମୂତ୍ର ପିଇଥାଏ। ଅକ୍ଷୟଙ୍କ ଏହି ଖୁଲାସାରେ ହୁମା କୁରେଶୀ ଏବଂ ବିୟର ଗ୍ରିଲ୍ସ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବାସ୍ତବରେ ବିୟର ଗ୍ରିଲ୍ସଙ୍କ ସହିତ ଅକ୍ଷୟ ଶୁଟିଙ୍ଗ କରୁଥିବା ସମୟରେ ହାତୀ ଗୋବରରେ ତିଆରି ଚାଁ ପିଇଥିଲେ। ଯେଉଁ କାରଣରୁ ଏହି ଚାଁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହି ଶୋ’ର ଶୁଟିଙ୍ଗ ବିୟର ଗ୍ରିଲ୍ସଙ୍କ ସହିତ ଅକ୍ଷୟ କୁମାର କର୍ଣ୍ଣାଟକର ବାନ୍ଦୀପୁର ନ୍ୟାସନାଲ ପାର୍କରେ କରିଛନ୍ତି। ଏହି ଶୋ’ ୧୧ ସେପ୍ଟେମ୍ବରକୁ ପ୍ରସାରଣ କରାଯାଇଛି।

ଅକ୍ଷୟ କୁମାର ବର୍ତ୍ତମାନ ସମୟରେ ନିଜର ଆଗାମୀ ଫିଲ୍ମ “ବେଲବାଁଟମ”ର ଶୁଟିଙ୍ଗ ସ୍କଟଲ୍ୟାଣ୍ଡରେ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ବାଣୀ କପୁର, ହୁମା କୁରେଶୀ ଏବଂ ଲାରା ଦତ୍ତ ମୁଖ୍ୟ ଭୂମିକାରେ ଅଛନ୍ତି। ହୁମା କୁରେଶୀଙ୍କ ସହ ଅକ୍ଷୟ ମିଶିକରି ବିୟର ଗ୍ରିଲ୍ସଙ୍କ ସହିତ ଲାଇଭ ଚାଟ କରଥିଲେ ଏବଂ ହୁମା କୁରେଶୀ ଏବଂ ବିୟର ଗ୍ରିଲ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଅକ୍ଷୟଙ୍କ ପୂର୍ବରୁ ଏହି ଶୋ’ରେ ବିୟର ଗ୍ରିଲ୍ସଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନଜର ଆସିଥିଲେ। ଏହି ଶୋ’ର ଶୁଟିଙ୍ଗ ଜିମ ଜିମ କାର୍ବେଟ ପାର୍କରେ କରାଯାଇଥିଲା।

Leave a Reply

Your email address will not be published. Required fields are marked *