୧୬ ବର୍ଷରେ ତିନୋଟି ବିବାହ କରି ଚାରୋଟି ସନ୍ତାନଙ୍କ ପିତା ହୋଇଥିଲେ ଏହି ଅଭିନେତା, ଭାରତରୁ ନୁହେଁ ଏହି ଦେଶର ଅଟନ୍ତି ତୃତୀୟ ପତ୍ନୀ।

ଦକ୍ଷିଣ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଏବଂ ଚିରଞ୍ଜିବୀଙ୍କ ସାନ ଭାଇ ପବନ କଲ୍ୟାଣ ୪୯ ବର୍ଷର ହୋଇଯାଇଛନ୍ତି। ୨ ସେପ୍ଟେମ୍ବର, ୧୯୭୧କୁ ଆନ୍ଦ୍ରପ୍ରଦେଶର ବପତଲାରେ ଜନ୍ମ ଗ୍ରହଣ କରିଥିବା ପବନ କଲ୍ୟାଣଙ୍କର ପ୍ରକୃତ ନାମ କୋନ୍ନିଡେଲ କଲ୍ୟାଣ ବାବୁ ଅଟେ। ତେବେ ସାଉଥରେ ସେ ପାୱାର ଷ୍ଟାର ନାମରେ ଜଣାଶୁଣା।

ପବନ କଲ୍ୟାଣ ୧୯୯୭ରେ ତେଲୁଗୁ ଫିଲ୍ମ “ଗୋକୁଲାମଲୋ ସୀତା”ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ସୁପରହିଟ ଫିଲ୍ମ ଯେମିତିକି ବଦ୍ରୀ, ଜାନୀ, ଅନ୍ନାବରମ, ପୁଲୀ ଏବଂ ଗବ୍ବର ସିଂହରେ କାମ କରିଥିଲେ। ୨୦୯୮ରେ ପବନ କଲ୍ୟାଣ ନିଜ ଭାଇ ଚିରଞ୍ଜିବୀଙ୍କ ପାର୍ଟି ପ୍ରଜା ରାଜ୍ୟମରେ ଯୋଗଦାନ କରିଥିଲେ। ତେବେ ପରେ ୨୦୧୪ରେ ସେ ନିଜର ଜନ ସେନା ପାର୍ଟି ନିର୍ମିତ କରି ନେଇଥିଲେ।

ଦ୍ଵିତୀୟ ପତ୍ନୀ ରେଣୁ ଦେସାଇ ଏବଂ ଝିଅ ଆଧ୍ୟାଙ୍କ ସହିତ ପବନ କଲ୍ୟାଣ। ଦ୍ଵିତୀୟ ଏବଂ ତୃତୀୟ ପତ୍ନୀ ଲେଜନେବାଙ୍କ ସହିତ ପାୱାର ଷ୍ଟାର ପବନ କଲ୍ୟାଣ।

“ଗବ୍ବର ସିଂହ” ଖ୍ୟାତ ପବନ କଲ୍ୟାଣ ୧୯୯୭ରୁ ୨୦୧୩ ମଧ୍ୟରେ(୧୬ ବର୍ଷ) ତିନୋଟି ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ନନ୍ଦିନୀ ଥିଲେ, ଯାହାଙ୍କ ସହିତ ତାଙ୍କର ୧୯୯୭ରେ ବିବାହ ହୋଇଥିଲା। ଏହି ବିବାହ କେବଳ ଦୁଇବର୍ଷ ଚାଲିଥିଲା ଏବଂ ୧୯୯୯ରେ ଦୁଇଜଣ ଅଲଗା ହୋଇଯାଇଥିଲେ।

ଏହାପରେ ୨୦୦୯ରେ ପବନ କଲ୍ୟାଣ ରେଣୁ ଦେସାଇଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଏହି ବିବାହ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରି ନଥିଲା। ୩ ବର୍ଷ ପରେ ୨୦୧୨ରେ ପବନ କଲ୍ୟାଣ ଏବଂ ରେଣୁ ଅଲଗା ହୋଇଯାଇଥିଲେ। ରେଣୁ ଦେସାଇଙ୍କର ପବନ କଲ୍ୟାଣଙ୍କ ଠାରୁ ଦୁଇଟି ସନ୍ତାନ ଅଛନ୍ତି, ପୁଅ ଅକୀରା ଏବଂ ଝିଅ ଆଧ୍ୟା।

ଅଭିନେତାରୁ ରାଜନେତା ହୋଇଥିବା ପବନ ୨୦୧୩ ମସିହାରେ ତୃତୀୟ ବିବାହ ଜଣେ ବିଦେଶୀ ଝିଅ ଅନ୍ନା ଲେଜନେବାଙ୍କୁ କରିଥିଲେ। ରଶିୟନ ଦେଶର ଝିଅ ଅନ୍ନା ଲେଜନେବା ସେହି ବର୍ଷ ପବନଙ୍କ ଝିଅର ମାଆ ହୋଇଥିଲେ। ଅନ୍ନା ଲେଜନେବାଙ୍କର ପବନଙ୍କ ସହିତ ପ୍ରଥମ ସାକ୍ଷାତ ୨୦୧୧ରେ ହୋଇଥିଲା।

ବାସ୍ତବରେ ଏକ ଫିଲ୍ମର ଶୁଟିଙ୍ଗ ସମୟରେ ଦୁଇଜଣ ପରସ୍ପରଙ୍କ ଆଡକୁ ଆକର୍ଷିତ ହୋଇଥିଲେ ଏବଂ ସେହି ବର୍ଷ ଦୁଇଜଣ ବିବାହ କରି ନେଇଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଅଛି ଯାହାର ନାମ ପୋଲେନା ଏବଂ ଗୋଟାଏ ପୁଅ, ଯାହାର ନାମ ମାର୍କ ଶଙ୍କର ପବନୋବିଚ ଅଟେ।

ପବନ କଲ୍ୟାଣ ୨୦୧୩ ମସିହାରେ ଫୋର୍ବସର ତାଲିକାରେ ଭାରତର ୧୦୦ ତାରକାରେ ଶାମିଲ ରହିଥିଲେ। ପବନ କଲ୍ୟାଣ ଜଣେ ଟ୍ରେଡ ମାର୍ଶାଲ ଆର୍ଟିସ୍ଟ ଅଟନ୍ତି ଏବଂ ତାଙ୍କ ପାଖରେ ବ୍ଲାକ ବେଲ୍ଟ ମଧ୍ୟ ରହିଛି।

୨୦୦୮ ମସିହାରେ ପବନ କଲ୍ୟାଣ ନିଜ ଭାଇ ଚିରଞ୍ଜିବୀଙ୍କ ପାର୍ଟି ପ୍ରଜା ରାଜ୍ୟମରେ ଯୋଗଦାନ କରିଥିଲେ। ତେବେ ପରେ ୨୦୧୪ରେ ସେ ନିଜର ଜନ ସେନା ପାର୍ଟି ନିର୍ମାଣ କରିନେଇଥିଲେ।

ତେଲେଗୁ ଫିଲ୍ମର ଅଭିନେତା ପବନ କଲ୍ୟାଣ ଫିଲ୍ମ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କୋରିଅଗ୍ରାଫର ଏବଂ ସ୍କ୍ରିନ ରାଇଟର ମଧ୍ୟ ଅଟନ୍ତି। ପବନ କଲ୍ୟାଣ ଖୁସି(୨୦୯୧), ଜଲସା(୨୦୦୮), ଗବ୍ବର ସିଂହ(୨୦୧୨), ଅତାରିନ୍ତିକି ଦରେଦୀ(୨୦୧୩) ଏବଂ ଗୋପାଲା-ଗୋପାଲା(୨୦୧୫) ପରି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଦ୍ଵିତୀୟ ପତ୍ନୀ ରେଣୁ ଦେସାଇଙ୍କ ସହିତ ପବନ କଲ୍ୟାଣଙ୍କର ଫୋଟୋ ଚିତ୍ର।

Leave a Reply

Your email address will not be published. Required fields are marked *