୧ ଜୁଲାଇ ରୁ ପାତାଳ ଲୋକ ରେ ଶୋଇବାକୁ ଯିବେ ଭଗବାନ ବିଷ୍ଣୁ , ୪ ମାସ ପର୍ଯ୍ୟନ୍ତ ହେବ ନାହିଁ ଶୁଭ କାର୍ଯ୍ୟ

ଦେବଶୟନୀ ଏକାଦଶୀ ଭଳି ହରିଶୟନୀ ଏକାଦଶୀ , ପକ୍ଷ୍ୟା ଏକାଦଶୀ , ପକ୍ଷ୍ୟାନାଭା ଏକାଦଶୀ ମଧ୍ୟ କୁହାଯାଏ । ଏହି ବର୍ଷ ଏହା ୧ ଜୁଲାଇ ୨୦୨୦ ରେ ଆସୁଛି । ଦେବଶୟନ ଏକାଦଶୀ ର ଅର୍ଥ ଏହାକି ଏହି ଦିନ ଭଗବାନ ଶ୍ରୀହରି ଶୋଇବାକୁ ଚାଲିଯାଆନ୍ତି । ୧ ଜୁଲାଇ ରେ ଭଗବାନ ବିଷ୍ଣୁ ଚାରି ମାସ ପାଇଁ ଶୋଇବାକୁ ପାତାଳ ଲୋକ କୁ ଚାଲିଯାଆନ୍ତି । ଏମିତି ରେ ଏହି ଚାରିମାସ ରେ କୌଣସି ମାଙ୍ଗଳିକ କାମ ହେବ ନାହିଁ । ହରି ଙ୍କ ଶୋଇବା ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇନଥାଏ କାହିଁକି ନା ପ୍ରଭୁ ଙ୍କ ଶୋଇଥିବା ସମୟରେ କୌଣସି ମନସ୍କାମନା ପୂରଣ ହୋଇନଥାଏ ଓ ଆୟୋଜନ ନିଷ୍ଫଳ ମାନାଯାଇଥାଏ ।

ଚାରିମାସ ଧରି ପାତାଳ ଲୋକ ରେ ଶୋଇବେ ଶ୍ରୀହରି

କହିରଖୁଛୁ କି ଜ୍ୟେଷ୍ଠ ପୂର୍ଣ୍ଣିମା ରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ସ୍ନାନ କରାଯାଏ । ଏହା ପରେ ତାଙ୍କୁ ଜ୍ଵର ଆସିଥାଏ । ୧୫ ଦିନ ମହାପ୍ରଭୁ ଜଗନ୍ନାଥ ଙ୍କୁ ଏକାନ୍ତ ରେ ଏକ ବିଶେଷ କକ୍ଷ ରେ ରଖା ଯାଆନ୍ତି । ଏଠାକୁ କେବଳ ବୈଦ ଓ ନିୟୋଜିତ ସେବକ କେବଳ ତାଙ୍କର ଦର୍ଶନ କରିପାରିବେ । ଏହାକୁ ଅଣସର କୁହାଯାଏ । ଭଗବାନ ଶ୍ରୀହରି ପାତାଳ ର ରାଜା ବଳି ଙ୍କ ଠାରେ ୪ ମାସ ନିବାସ କରିଥାନ୍ତି । ଏହି ଚାରି ମାସ ରେ କୌଣସି ମଙ୍ଗଳ କାର୍ଯ୍ୟ ଯେମିତି ବିବାହ , ଗୃହ ପ୍ରବେଶ ଭଳି କାମ କରାଯାଇନଥାଏ ।

୧ ଜୁଲାଇ ରୁ ଶୋଇବା ପାଇଁ ଗଲେ ୨୫ ନଭେମ୍ବର ୨୦୨୦ ରେ ଉଠିବେ ଯାହାକୁ ଦେବଉଠନୀ ଏକାଦଶୀ ମଧ୍ୟ କୁହନ୍ତି । ଏହି ଚାରି ମାସ ରେ ବ୍ୟକ୍ତି ଙ୍କୁ ପୁରାପୁରି ଭାବରେ ଈଶ୍ୱର ଙ୍କ ଭକ୍ତି ରେ ବୁଡି ରହିବା ଦରକାର । ଏହି ସମୟରେ ଶରୀର ଅଧିକ ରୋଗାକ୍ରାନ୍ତ ହୋଇପାରେ ଏମିତି ରେ ଈଶ୍ୱର ଙ୍କ ଉପାସନା କରିବା ଫଳରେ ଆଧ୍ୟାତ୍ମିକ ଶକ୍ତି ମିଳିଥାଏ ଯାହା ଏହି ରୋଗ ସହ ଲଢ଼ିବାକୁ ସାହାଯ୍ୟ କରିଥାଏ । ଏହି କାରଣରୁ ଉପବାସ ରଖିବା ଓ ଈଶ୍ୱର ଙ୍କୁ ଆରାଧନା କରିବା ବହୁତ ଫଳଦାୟକ ହୋଇଥାଏ ।

ଏକାଦଶୀ ବ୍ରତ ଫଳଦାୟକ ହୋଇଥାଏ

ଦେବଶୟନ ଏକାଦଶୀ ର ଚାରି ମାସ ପରେ ଭଗବାନ ବିଷ୍ଣୁ ପ୍ରବୋଧିନୀ ଏକାଦଶୀ ଦିନ ଉଠନ୍ତି । ଦେବଶୟନ ଏକାଦଶୀ ର ବ୍ରତ ଜୁନ କିମ୍ବା ଜୁଲାଇ ରେ ଆସିଥାଏ । ଏହି ଏକାଦଶୀ ର ବ୍ରତ କୁ ଶେଷ କରିବାକୁ ପାରଣ କୁହନ୍ତି । ଏକାଦଶୀ ବ୍ରତ ର ଆଗ ଦିନ ସୂର୍ୟୋଦୟ ପରେ ପାରଣ କରାଯାଇଥାଏ । ଏକାଦଶୀ ବ୍ରତ ର ପାରଣ ଦ୍ଵାଦଶ ତିଥି ଶେଷ ହେବା ପୂର୍ବରୁ ପାରଣ ବହୁତ ଜରୁରୀ ବୋଲି କୁହାଯାଏ ।

ଯଦି ଦ୍ୱାଦଶୀ ତିଥି ସୁର୍ୟୋଦୟ ପୂର୍ବରୁ ଶେଷ ହୋଇଯାଇଥିଲେ ତେବେ ବ୍ରତ ର ପାରଣ ସୁର୍ୟୋଦୟ ପରେ ମଧ୍ୟ ହୋଇଥାଏ । ଯଦି ଦ୍ଵାଦଶୀ ତିଥି ଭିତରେ ପାରଣ କରାନଯାଏ ତେବେ ଏହାକୁ ପାପ ବୋଲି କୁହାଯାଏ । ଯାହାଙ୍କୁ ଭଗବାନ ବିଷ୍ଣୁଙ୍କର ଭକ୍ତି ଓ ସ୍ନେହ ଚାହୁଁଛନ୍ତି ସେମାନଙ୍କୁ ଏକାଦଶୀ ବ୍ରତ ନିହାତି କରିବା ଦରକାର ।

ଏକାଦଶୀ ତିଥି ଆରମ୍ଭ – ଜୁନ ୩୦ ୨୦୨୦ ର ସନ୍ଧ୍ୟା ୭:୪୯ ରେ, ଏକାଦଶୀ ତିଥି ସମାପ୍ତ – ଜୁଲାଇ ୧ ୨୦୨୦ ସନ୍ଧ୍ୟା ୫:୨୯, ୨ ଜୁଲାଇ ରେ ପାରଣ ର ସମୟ – ପ୍ରାତଃ ୫:୨୪ ରୁ ୮:୧୩ ମଧ୍ୟେ, ପାରଣ ତିଥି ଦିନ ଦ୍ଵାଦଶୀ ତିଥି ସମାପ୍ତ ହେବା ସମୟ – ୦୩:୧୬, ଦେବଶୟନ ଏକାଦଶୀ ପୂଜା ବିଧି

ଦେବଶୟନ ଏକାଦଶୀ ବ୍ରତ ର ଆରମ୍ଭ ଦଶମୀ ତିଥି ରାତି ରୁ ହୋଇଯାଏ । ଏମିତି ରେ ଦଶମୀ ତିଥି ରାତ୍ରୀ ଭୋଜନ ରେ ଲୁଣ ବ୍ୟବହାର କରିବା ନାହିଁ । ପରଦିନ ସକାଳେ ସ୍ନାନ କରି ବ୍ରତ ର ସଂକଳ୍ପ କରିବା ଦରକାର ସାଥିରେ ଭଗବାନ ବିଷ୍ଣୁ ଙ୍କ ପ୍ରତିମା କୁ ସ୍ଥାପନ କରି ପୂଜା ଆରମ୍ଭ କରିବା ଦରକାର ।

ସବୁଠାରୁ ପ୍ରଥମେ ଭଗବାନ ବିଷ୍ଣୁ ଙ୍କ ପଞ୍ଚାମୃତ ଦ୍ଵାରା ସ୍ନାନ କରାଇବା ଦରକାର । ଏହା ପରେ ଭଗବାନ ଙ୍କୁ ଧୂପ , ଦୀପ , ଫୁଲ ଚଢାଇ ଈଶ୍ୱର ଙ୍କୁ ପୂଜା କରିବା ଦରକାର । ଭଗବାନ ଙ୍କୁ ତାମ୍ବୁଲ , ପୁଗୀଫଲ ଅର୍ପଣ କରିବା ପରେ ମନ୍ତ୍ର ଉଚ୍ଚାରଣ କରିବା ଦରକାର । ଏହା ଛଡା ଶାସ୍ତ୍ର ରେ ବ୍ରତ କରିବା ପାଇଁ ଯେଉଁ ନିୟମ କୁହାଯାଇଛି ତାହାକୁ ନିଷ୍ଠା ର ସହ ପାଳନ କରନ୍ତୁ । ଏହି ବ୍ରତ କରିବା ସମୟରେ ବ୍ୟକ୍ତି ନିଜର ଚିତ , ଇନ୍ଦ୍ରିୟ , ଆହାର ଓ ବ୍ୟବହାର ଉପରେ ସଂଯମତା ରଖିବାକୁ ପଡିବ ।

ଦେବଶୟନ ପରେ ଏହି କାମ କରିବା ଉଚିତ ନୁହେଁ

google

ଦେବଶୟନ ପରେ ମାଙ୍ଗଳିକ କାର୍ଯ୍ୟ ହୋଇପାରିବ ନାହିଁ ଓ ଯଦି କୌଣସି କାର୍ଯ୍ୟ କରାଯାଏ ଏହାକୁ ଭୁଲ ବୋଲି ମନାଯାଏ । କହିବା ଅନୁସାରେ ଚର୍ତୁମାସ ବ୍ରତ ରେ ବିଛଣା ରେ ଶୋଇବା , ଭାଷା ର ସଂଯମତା , ମିଛ କହିବା , ମାଂସ ଖାଇବା , ମହୁ , ମୂଳା ଓ ବାଇଗଣ ର ସେବନ କରିବା ବର୍ଜିତ ଅଟେ । ଏକାଦଶୀ ଦିନ ସୂର୍ଯ୍ୟୋଦୟ ସହିତ ଉଠିବା ଦରକାର ଓ ସଫା ସୁତୁରା କପଡା ପିନ୍ଧି ଭଗବାନ ଙ୍କୁ ପୂଜା କରିବା ଦରକାର ।

ଜ୍ୟୋତିଷ ଙ୍କ କହିବା କଥା ଏହି ବର୍ଷ ଏବେ ୧୮ ବିବାହ ମହଜ ଲଗ୍ନ ହିଁ ଶୋଷ ଅଟେ । ୧ ଜୁଲାଇ କୁ ହରିଶୟନ ଏକାଦଶୀ ପରେ ୨୫ ନଭେମ୍ବର କୁ ଦେବୋତ୍ଥାନ ଏକାଦଶୀ ର ମୁହୂର୍ତ୍ତ ଅଟେ । ଏହି ଦିନ ଭଗବାନ ଶୟନ ରୁ ଉଠିବେ । ଏହା ମଝିରେ କୌଣସି ବିବାହ ଲଗ୍ନ ନାହିଁ । ୧୪ ଡିସେମ୍ବର ରୁ ୧୪ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଖରମାସ କାରଣରୁ ବିବାହ ଲଗ୍ନ ରହିବ ନାହିଁ । ୧୬ ଜାନୁଆରୀ ୨୦୨୧ ରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଗୁରୁ ଅଷ୍ଟମ ରେ ରହିବେ । ଏହି ସମୟରେ ମଧ୍ୟ ଶୁଭ ମୁହୂର୍ତ୍ତ ରହିବ ନାହିଁ । ୧୭ ଫେବୃଆରୀ ୨୦୨୧ ରୁ ଅଢେଇ ମାସ ପର୍ଯ୍ୟନ୍ତ ଶୁକ୍ର ଅଷ୍ଟମ କୁ ଯିବେ । ୧୪ ମାର୍ଚ୍ଚ ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଖରମାସ କାରଣରୁ କୌଣସି ବିବାହ ସପର୍ଣ ହେବ ନାହିଁ ।

Leave a Reply

Your email address will not be published. Required fields are marked *