୨ ବର୍ଷ ଧରି ଏକ ୧୦ ବର୍ଷର ବାଳକ ନିଖୋଜ ଥିଲା, ଅଚାନକ ଦିନେ ବାପାଙ୍କ ଆଖି ଏକ ଆଲମାରୀ ଉପରେ ପଡ଼ିଗଲା….

ଥରେ ଭାବିକି ଦେଖନ୍ତୁ ଗୋଟିଏ ୧୦ ବର୍ଷର ଛୋଟ ପିଲା ତା ନିଜ ରୁମ୍ ଭିତରୁ ଅଚାନକ କୁଆଡେ ହଜିଯିବ ତ ସେଇ ମା ବାପାଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ଥରେ ଅଚାନକ ପିତା ଜଣଙ୍କ ସେଇ ପୁଅ ରୁମ ରେ ଏମିତି କିଛି ଜିନିଷ ଦେଖିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଏହା କୌଣସି କାହାଣୀ ନୁହେଁ କି କାଳ୍ପନିକ ବି ନୁହେଁ ଏହା ଏକ ସତ ଘଟଣା ଆସନ୍ତୁ ଜାଣିବା ସମ୍ପୂର୍ଣ ବିସ୍ତାର ଭାବରେ।

ଡାନିଏଲ୍ ନାମକ ଏକ ବ୍ୟକ୍ତି ଯିଏ କି ଉତ୍ତର ଆମେରିକା ର ବାସିନ୍ଦା ଅଟନ୍ତି ସେ ଗତ ୪ ବର୍ଷ ତଳେ ଏକ ଘର କିଣିଲେ ଓ ସେଥିରେ ୨ଟି ପିଲା ଟମ ଏବଂ ଜୟକବ୍ ଓ ସ୍ତ୍ରୀ ସାରା ଙ୍କ ସହିତ ବହୁତ ଖୁସିରେ ରହିଲେ। କିନ୍ତୁ କିଛି ଦିନରେ ତାଙ୍କ ଖୁସି ଉଭେଇ ଗଲା।

ଜୟକବ୍ ଦିନେ ଅଚାନକ କୁଆଡେ ଚାଳିଗଲା

ଗୋଟିଏ ଦିନ ସକାଳୁ ଖାଇବା ଟେବୁଲ୍ ଉପରେ ସମସ୍ତେ ପହଞ୍ଚି ସାରିଥିଲେ ମା ସାରା ତାର ପୁଅ ଜୟକାବ୍ କୁ ଅପକ୍ଷ କରିଥିଲେ ଖାଇବା ଟେବୁଲ୍ କୁ ନ ଆସିବାରୁ ମାଆ ତାର ରୁମ୍ କୁ ଗଲେ ଡାକିବାକୁ ହେଲେ ସେ ସେଠାରେ ନଥିଲା। ପୁଅ ତାର ଏମିତି କୁଆଡେ ଚାଲିଯିବା ନୂଆ ନଥିଲା ଆଗରୁ ବହୁବାର ସକାଳୁ ଉଠି ଖେଳିବାକୁ ଘରୁ ବାହାରକୁ ପାଲେଉଥାଏ ଜୟକବ୍ । ମା ତାର ଘର ବାହାରେ ଖୋଜିବାକୁ ଲାଗିଲେ ପ୍ରାୟତଃ ୨ ଘଣ୍ଟା ପୁଅ ନମିଳିବାରୁ ମା ବାପା ପୋଲିସ କୁ ଖବର ଦେଲେ ବହୁତ ଦିନ ପୋଲିସ ଖୋଜା ଖୋଜି ଜାରି ରଖିଲା ହେଲେ କୌଣସି ସୁରାକ ପାଇବାରେ ସଫଳ ହେଲା ନାହିଁ।

ଜୟକବ୍ କୁ ମନେ ପକେଇ ବାପା ଚିନ୍ତିତ ରହିଲେ

ପିତା ଡାନିଏଲ୍ ତାଙ୍କ ପୁଅକୁ ବହୁତ ଭଲ ପାଉଥିଲେ ସେ ତାଙ୍କୁ ସବୁ ବେଳେ ଚାରି ଆଡେ଼ ଖୋଜି ବୁଲନ୍ତି ନ ପାଇ ବେଳେ ବେଳେ କାନ୍ଦିବାକୁ ଲାଗନ୍ତି । ପୁଅ ଚିନ୍ତାରେ ଡାନିଏଲ୍ ମଦ ବହୁମାତ୍ରରେ ପିଇବାକୁ ଲାଗିଲେ । ଲୋକମାନେ ସମସ୍ତେ ଭାବିବାକୁ ଲାଗିଲେ କି ସେ ପୁଅ ଆଉ ଏ ଦୁନିଆରେ ନାହିଁ। ହେଲେ ମାତା ପିତା ଏହା ଜାଣିପାରୁନଥିଲି କି ଏମିତି ଅଚାନକ ଭାବରେ ପୁଅ ଯେମିତି କୁଆଡେ ହଜିଗଲେ।

ଡାନିଏଲ୍ ଦିବେ ମଦ ନିଶାରେ ପୁଅ ଜୟକବ୍ ରୁମ୍ ଭିତରକୁ ଗଲେ

ଡାନିଏଲ୍ ନିଶାରେ ପୁଅକୁ ମନେ ପକେଇ ଜୟକବ୍ ରୁମ କୁ ଯାଇ ସଫା କରିବାକୁ ଲାଗିଲେ କି ପୁଅର ସବୁ ସ୍ମୃତି ଲିଭାଇବାକୁ ଚେଷ୍ଠା କରୁଥିଲେ। ଅଚାନକ ଏକ ଏପରି ଜିନିଷ ଦେଖିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେ ଦେଖିଲେ କି ଆଲମାରୀ ପଛରୁ କିଛି ବ୍ଲକ୍ ଟେପ୍ କାନ୍ଥରେ ମରାଯାଇଛି ତାକୁ ସେ କାଢି କି ଦେଖିଲେ ତ ଏକ ଗାତ ହୋଇଛି ଏବଂ ସେଠାରେ ଏକ ଅନ୍ଦାରୁଆ କୋଠରୀ ମଧ୍ୟ ଅଛି। ଏହା ଦେଖି ଡାନିଏଲ୍ ଭିତରକୁ ପ୍ରବେଶ କଲେ ଏବଂ ସେଠାରେ ତାଙ୍କ ପୁଅ ଜୟକବ୍ ର ଏକ ଜୋତା ତାଙ୍କୁ ମିଳିଲା ।

ଜୋତା ଧରି ଡାନିଏଲ୍ କାନ୍ଦିବାକୁ ଲାଗିଲେ ତ ସେଠାରେ ଆଉ କିଛି ଜିନିଷ ଥିବାର ଅନୁଭବ ହେଲା ଦେଖିଲେ ତ ସେଠାରେ ହାତୁଡି ଆରିପାତ ମଧ୍ୟ ପଡ଼ିଛି ଏହା ପରେ ଏକ ଚଷମା ଉପରେ ପଡ଼ିଲା ଏହାକୁ ଦେଖି ସେ ଜାଣି ପାରିଲେ କି ଏହା ତାଙ୍କ ପଡୋଶୀ ଙ୍କ ଚଷମା ଏହାକୁ ଦେଖି ଡାନିଏଲ୍ ତାଙ୍କ ପଡୋଶୀଙ୍କ ଘରକୁ ଦୌଡ଼ିବାକୁ ଲାଗିଲେ କବାଟ ବାଡେବାରୁ ପଡୋଶୀ ଆସିବା ମାତ୍ରେ ତାଙ୍କ ଗଲାକୁ ଡାନିଏଲ୍ ଧରି ପକେଇଲା ଏବଂ କହିବାକୁ ଲାଗିଲେ ମାେ ପୁଅ କାଇଁ? ଏହା ଶୁଣି ପଡୋଶୀ ଜଣଙ୍କ ଏକ ରୁମ୍ ଭିତରକୁ ଦଉଡ଼ି ପଳାଇଲା।

ଯେତେବେଳେ ଡାନିଏଲ୍ ତାଙ୍କ ପଛରେ ଦୌଡ଼ିକି ଗଲେ ଦେଖିଲେ ଘର ସାରା ହାସ୍ୟ ବହି ସବୁ ଚାରିଆଡ଼େ ବିଛେଇ ହେଉ ପଡ଼ିଛି ଏବଂ ଗୋଟିଏ ଜାଗାରେ ତାଙ୍କ ପୁଅ ଜୟକବ୍ ବସିଛନ୍ତି। ବାପାଙ୍କୁ ଦେଖି ପୁଅ ଆସି କୁଣ୍ଢେଇ ପକେଇ କାନ୍ଦିବାକୁ ଲାଗିଲା ବାପା ପୁଅ ଦୁହେଁ ଘର ଭିତରୁ ବାହାରିଲେ ହେଲେ ତାଙ୍କ ପଡୋଶୀ ଏବଂ ତାଙ୍କ ସ୍ତ୍ରୀ ଘର ଛାଡ଼ି କୁଆଡେ ଚାଲିଗଲେ ।

ଡାନିଏଲ୍ ପୋଲିସ କୁ ଏହାର ସୂଚନା ଦେଲେ

ଡାନିଏଲ୍ ଯଥା ଶୀଘ୍ର ୧୧୯ କୁ ଫୋନ କରି ଜଣାଇଲେ ବେଶି ଦୂରକୁ ଯିବା ପୂର୍ବରୁ ପୋଲିସ ମଧ୍ୟ ତାଙ୍କୁ ଗିରଫ କରିଦେଲେ। ପୋଲିସ ଦେଉଥିବା ସୂଚନା ଅନୁଯାୟୀ ପଡୋଶୀଙ୍କ କୌଣସି ସନ୍ତାନ ନଥିଲା ଏବଂ ସେ ଜୟକବ୍ କୁ ନିଜ ସନ୍ତାନ ଭଳି ଭଲ ପାଉଥିଲେ ଏବଂ ତାଙ୍କୁ ଅପହରଣ କରି ନିଜର ସନ୍ତାନ କରି ରଖିଥିଲେ । ହେଲେ ଅନ୍ୟର ପିଲାକୁ ଚୋରି କରିବା ଅପରାଧ ତେଣୁ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ମଧ୍ୟ କରାଯାଇଛି

ଡାନିଏଲ୍ ଯେତେବେଳେ ଜୟକବ୍ ଙ୍କୁ ମିଳିଲେ ତାଙ୍କୁ ସେତେବେଳେ ୧୦ ବର୍ଷ ହୋଇଯାଇଥିଲା। ଏକ ବର୍ଷ ପରେ ଡାନିଏଲ୍ ପରିବାର ତାଙ୍କ ପଡୋଶୀ ଙ୍କ କ୍ଷମା କରି ଜାମିନ ରେ ଜେଲରୁ ବାହାର କରିଥିଲେ ସେ ଚିଠିରେ ଲେଖିଥିଲେ କି ତାଙ୍କ ପଡୋଶୀ ତାଙ୍କ ପୁଅକୁ କୌଣସି ହଇରାଣ କରି ନାହାନ୍ତି ଏକ ସନ୍ତାନ ଭଳି ରଖିଥିଲେ ଏବଂ ସେ ତାଙ୍କୁ କ୍ଷମା କରିବାକୁ କହିଲେ। ଜେଲ ରୁ ପଡୋଶୀ ଆସିଲା ପରେ ପୁଣି ସେ ତାଙ୍କ ପଡ଼ିଶାରେ ରହିବାକୁ ଲାଗିଲେ ଏବଂ ଉଭୟ ପରିବାର ଜୟକବ୍ ର ଯତ୍ନ ନେଉଛନ୍ତି

Leave a Reply

Your email address will not be published. Required fields are marked *