୩୬୯ କାରର ମାଲିକ ଅଟନ୍ତି ଏହି ଅଭିନେତା, ଗୋଟିଏ କାର ଚଳାଇବା ପରେ ଆଗାମୀ ବର୍ଷରେ ଆସିପାରିଥାଏ ସେହି କାରର ନମ୍ବର।

ସାଉଥ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଏବଂ ମାଲୟାଲମ ଅଭିନେତା ମମୁଟୀ ୬୯ ବର୍ଷ ବୟସରେ ଉପନିତ ହୋଇଛନ୍ତି। ମମୁଟୀଙ୍କ ଜନ୍ମ ୭ ସେପ୍ଟେମ୍ବର, ୧୯୫୧କୁ ଅଲପ୍ପୁଝା, କେରଳରେ ଜଣେ କୃଷକଙ୍କ ଘରେ ହୋଇଥିଲା। ତାଙ୍କ ପୁରା ନାମ ମୋହମ୍ମଦ କୁଟ୍ଟୀ ଇସ୍ମାଇଲ ପାନୀପରାମ୍ଵିଲ ଅଟେ, କିନ୍ତୁ ସେ ନିଜର ପରଦା ନାମ ମମୁଟୀ ରଖିଥିଲେ। ମାଲୟଲମ ଏବଂ ତାମିଲରେ ଅନେକ ସୁପରହିଟ ଫିଲ୍ମ କରିଥିବା ମମୁଟୀଙ୍କୁ କାରର ବହୁତ ସୌକ ରହିଛି। ତାଙ୍କ ପାଖରେ ୧୫ରୁ ୨୦ ନୁହେଁ ବରଂ ୩୬୯ କାରର କଲେକ୍ସନ ରହିଛି। ଏଥିରେ ଶସ୍ତା ଠାରୁ ଆରମ୍ଭ କରି ମହଙ୍ଗା କାର ମଧ୍ୟ ଶାମିଲ ରହିଛି।

ଖାଲି ଏତିକି ନୁହେଁ ମମୁଟୀ କିଛି ବର୍ଷ ପୂର୍ବରୁ ଦେଶର ପ୍ରଥମ ମାରୁତି-୮୦୦ ମଧ୍ୟ କିଣିବାର ଇଚ୍ଛା ପ୍ରକଟ କରିଥିଲେ। ମମୁଟୀ ନିଜର କାର ପାଇଁ ଏକ ଭିନ୍ନ ଗ୍ୟାରେଜ ନିର୍ମାଣ କରିଛନ୍ତି। ମମୁଟୀ ଅଧିକାଂଶ ସମୟରେ ନିଜେ କାର ଡ୍ରାଇଭ କରିବା ପସନ୍ଦ କରିଥାନ୍ତି।

ସୂଚନାଯୋଗ୍ୟ ଯେ, ମମୁଟୀ ଦକ୍ଷିଣରେ ଓଡି କ୍ରୟ କରିଥିବା ପ୍ରଥମ ତାରକା ମଧ୍ୟ ଅଟନ୍ତି। ମମୁଟୀ ଦେଶର କାର ଅର୍ଥାତ ମାରୁତି ପ୍ରତି ବିଶେଷ ଆକର୍ଷିତ ଅଛନ୍ତି। ସେ ପ୍ରଥମ କାର ମାରୁତି ହିଁ କିଣିଥିଲେ ଏବଂ ତାଙ୍କ ୩୬୯ କାର ମଧ୍ୟରେ ମାରୁତିର ତିନି ଗୋଟି ମଡେଲ ଆଜି ମଧ୍ୟ ରହିଛି।

ମେଗାଷ୍ଟାର ମମୁଟୀଙ୍କ କଲେକ୍ସନରେ ଜାଗୁଆର XJ-L (Cavier) ସର୍ବଶେଷ ଅଟେ। ଏହାର ଉଭୟ ସଂସ୍କରଣ (ପେଟ୍ରୋଲ-ଡିଜେଲ) କିଣି ରଖିଛନ୍ତି ମମୁଟୀ। ଖାଲି ଏତିକି ନୁହେଁ ଏହାର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ (KL 7BT 369) ତାଙ୍କର ୩୬୯ କଲେକ୍ସନ ଉପରେ ଆଧାରିତ ଅଟେ। ତେବେ ତାଙ୍କର ଅଧିକାଂଶ କାରର ନମ୍ବରରେ ୩୬୯ ନିଶ୍ଚିତ ଭାବରେ ରହିଥାଏ।

ଏହାଛଡା ମମୁଟୀଙ୍କ କଲେକ୍ସନରେ ଟୟୋଟା ଲ୍ୟାଣ୍ଡ କ୍ରୁଜର LC 200, ଫରାରୀ, ମର୍ସିଡିଜ ଏବଂ ଅଡିର ଅନେକ ମଡେଲ, ପୋର୍ଷ, ଟୟୋଟା ଫର୍ଚୁନର, Mini Cooper S, F10 BMW 530d ଏବଂ 525d, E46 BMW M3, Mitsubishi Pajero Sport, ଫୋକ୍ସୱେଗେନ ପୌସେଟ X2 ଏବଂ ଅନେକ SUV’s ଅନ୍ତର୍ଭୁକ୍ତ ରହିଛି। ମମୁଟୀଙ୍କ ପାଖରେ ଆଇଚରର ଏକ କାରଭାନ ମଧ୍ୟ ଅଛି, ଯାହାକୁ ସେ ମୋଡିଫାଏ କରାଇଛନ୍ତି।

ମମୁଟୀଙ୍କ ପରିବାର ବିଷୟରେ କହିବାକୁ ଗଲେ ସେ ୧୯୭୯ରେ ସୁଲଫତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅ ଦଲକୀର ସଲମାନ ଏବଂ ଝିଅ କୁଟ୍ଟୀ ସୁରୁମୀ। ଦଲକୀର ସଲମାନ ସାଉଥର ଜଣେ ଜଣାଶୁଣା ଅଭିନେତା ଅଟନ୍ତି।

ମମୁଟୀଙ୍କ ପୁଅ ଦଲକୀର ସଲମାନ ୨୨ ଡିସେମ୍ବର,୨୦୧୧ରେ ଆର୍କିଟେକ୍ଟ ଅମାଲ ସୁଫିୟାଙ୍କୁ ବିବାହ କରିଥିଲେ। ଅମାଲ ଉତ୍ତର ଭାରତୀୟ ମୁସଲିମ ଅଟନ୍ତି, ଯାହାଙ୍କର ପରିବାର ପରବର୍ତ୍ତୀ ସମୟରେ ସାଉଥ ସିଫ୍ଟ ହୋଇଯାଇଥିଲେ। ୫ ମଇ, ୨୦୧୭କୁ ଦଲକୀର ସଲମାନ ଗୋଟିଏ ଶିଶୁ କନ୍ୟାର ପିତା ହୋଇଥିଲେ।

ଦଲକୀର ସଲମାନ ୨୦୧୨ରେ ଆଇ ମାଲୟଲମ ଫିଲ୍ମ “ସେକେଣ୍ଡ ଶୋ”ରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବେଷ୍ଟ ମେଲ ଡେବ୍ୟୁ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ଦଲକୀର ସଲମାନ ଚେନ୍ନାଇ ସ୍ଥିତ ଏକ ୱେବ ପୋର୍ଟାଲର ମାଲିକ ଅଟନ୍ତି, ଯାହା କାର ଟ୍ରେଣ୍ଡିଙ୍ଗ ଏବଂ ଡେଣ୍ଟଲ ବ୍ୟବସାୟର ଚେନ ଅଟେ।

ମମୁଟୀ ଘରେ ସବୁଠୁ ବଡ଼ ଅଟନ୍ତି। ତାଙ୍କର ଦୁଇଟି ଛୋଟ ଭାଇ ଏବଂ ଦୁଇଟି ଛୋଟ ଭଉଣୀ ଅଛନ୍ତି। ସେ ନିଜର ପ୍ରାରମ୍ଭିକ ଶିକ୍ଷା କୋଟ୍ଟାୟମର ସରକାରୀ ସ୍କୁଲରୁ କରିଥିଲେ। ୧୯୬୦ରେ ତାଙ୍କ ପିତା ଏନରକୁଲମ ସ୍ଥାନାନ୍ତରିତ ହୋଇଯାଇଥିଲେ। ଏଠାରେ ସେ ନିଜର ସ୍କୁଲ ଶିକ୍ଷା ପୂର୍ଣ୍ଣ କରିଥିଲେ ଏବଂ ପୁଣି ଏନରକୁଲମର ଆଇନ ବିଶ୍ୱବିଦ୍ୟାଳୟରେ ଏଲଏଲବି କରିଥିଲେ।

ମମୁଟୀ ଏବଂ ସାଉଥ ଫିଲ୍ମର ଅଭିନେତା ମୋହନଲାଲ ବହୁତ ଘନିଷ୍ଠ ବନ୍ଧୁ ଅଟନ୍ତି। ଦୁଇଜଣ ପାଖାପାଖି ୫୬ ଫିଲ୍ମରେ ମିଳିତ ଭାବରେ କାର୍ଯ୍ୟ କରିଛନ୍ତି, ଏସବୁ ଫିଲ୍ମ ବ୍ଲକବ୍ଲାଷ୍ଟର ମଧ୍ୟ ହୋଇଛି। ତେବେ ଯୁବାବସ୍ଥାରେ ମମୁଟୀଙ୍କୁ ସିଗାରେଟ ପିଇବାର ନିଶା ଥିଲା, କିନ୍ତୁ ପରେ ସେ ନିଜ ପିଲା ମାନଙ୍କ ପାଇଁ ଏହାକୁ ଛାଡି ଦେଇଥିଲେ। ପନାମ୍ପିଲ୍ଲୀ ନଗର, ଏନରକୁଲମରେ ତାଙ୍କର ବିଳାସପୂର୍ଣ୍ଣ କୋଠା ରହିଛି।

Leave a Reply

Your email address will not be published. Required fields are marked *