୪୫ ମିନିଟ ପାଇଁ ମୃତ୍ୟୁବରଣ କରି ପୁଣି ଜୀବିତ ହୋଇଗଲେ ଜଣେ ବ୍ୟକ୍ତି, ଲୋକଙ୍କୁ କହିଲେ ମୃତ୍ୟୁ ଦୁନିଆ ସହ ଜଡିତ ଅକୁହା କଥା

ଦୁନିଆର ସମସ୍ତ ବ୍ୟକ୍ତିଙ୍କ ହୃଦୟରେ କେବେ ନା କେବେ ଏହା ଜାଣିବାର ଇଚ୍ଛା ରହିଥାଏ ଯେ ମୃତ୍ୟୁ ପରେ ମଣିଷ ସହିତ କଣ ହୋଇଥାଏ ?  ଆଜି ପର୍ଯ୍ୟନ୍ତ ଏହାର ଉତ୍ତର କେହି ମଧ୍ୟ ଦେଇ ପାରି ନାହାନ୍ତି | କିନ୍ତୁ ୪୫ ବର୍ଷର ମାଇକେଲ ନୌପିସ୍ନକୀ ସେହି ବ୍ୟକ୍ତି ଅଟନ୍ତି ଯିଏକି ମରିବାର ୪୫ ମିନିଟ ପରେ ପୁଣିଥରେ ଜୀବିତ ହୋଇଯାଇଥିଲେ | ଆଜି ପର୍ଯ୍ୟନ୍ତ ଏମିତି କାହାଣୀରେ ଶୁଣିଥିବେ ଯେ ମୃତ୍ୟୁ ପରେ କେହି ପୁଣିଥରେ ଜୀବିତ ହୋଇଯାଇଥିବେ | କିନ୍ତୁ ଏହା କୌଣସି କାହାଣୀ ନୁହେଁ ବରଂ ବାସ୍ତବ ଅଟେ | ଡାକ୍ତରମାନେ ମଧ୍ୟ କହିଦେଇଥିଲେ ଯେ, ଏହା କୌଣସି ଆଶ୍ଚର୍ଯ୍ୟରୁ କିଛି କମ ନୁହଁ | ତାଙ୍କ ହୃଦୟ ୪୫ ମିନିଟ ମଧ୍ୟ ଗୋଟିଏଥର ମଧ୍ୟ ସ୍ପନ୍ଦନ କରି ନଥିଲା | ପରିବାର ଲୋକ ଯେଉଁମାନେ ତାଙ୍କ ମୃତ୍ୟୁ ପରେ ଦୁଃଖିତ ଥିଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ |

୪୫ ବର୍ଷର ମାଇକେଲ ୭ ନଭେମ୍ବର ଦିନ ମାଉଣ୍ଟ ରେନିୟର ନ୍ୟାସନାଲ ପାର୍କରେ ସ୍ନୋସିଙ୍ଗ କରୁଥିଲେ | ଏହି ଅବସରରେ ବରଫ ଅଧିକ ଥିବା କାରଣରୁ ସେ ନିଜର ସାଥୀଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏବଂ ବାଟବଣା ହୋଇଯାଇଥିଲେ |

ଯେତେବେଳେ ସେ ଫେରି ନଥିଲେ ସେତେବେଳେ ମାଉଣ୍ଟେନ ଉପରକୁ ଉଦ୍ଧାରକାରୀ ଦଳ ପଠାଯାଇଥିଲା | ବରଫାବୃତ୍ତ ପାହାଡ ଗୁଡିକ ମଧ୍ୟରେ ମାଇକେଲଙ୍କୁ ଖୋଜା ଯାଇଥିଲା କିନ୍ତୁ ସେ କେଉଁଠି ମଧ୍ୟ ମିଳି ନଥିଲେ | ଏହାର ଗୋଟିଏଦିନ ପରେ ରେସକ୍ୟୁ ଟିମର ଉଦ୍ଧାରକର୍ମୀ ତାଙ୍କୁ ୮ ନଭେମ୍ବର ଦିନ ମୃତ ଅବସ୍ଥାରେ ପାଇଥିଲେ |

ହେଲିକେପ୍ଟର ଜରିଆରେ ମାଇକେଲଙ୍କୁ ଅଣାଯାଇଥିଲା | ଏହି ଅବସରରେ ଡାକ୍ତର ତାଙ୍କୁ ପରୀକ୍ଷଣ କରିଥିଲେ, ତାଙ୍କ ହୃଦୟ କାମ କରିବା ବନ୍ଦ କରିଦେଇଥିଲା ଏବଂ ଡାକ୍ତର ମାନେ ତାଙ୍କୁ ମୃତ ଘୋଷିତ କରି ଦେଇଥିଲେ |

ସେ ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ମୃତ ଅବସ୍ଥାରେ ରହିଥିଲେ, କିନ୍ତୁ ଟିମ ତାଙ୍କୁ ଏକ ଏକ୍ସଟ୍ରାକୋର୍ପୋରିୟଲ ଝିଲ୍ଲୀ ଅକ୍ସିଜେନେସନ (ଇସିଏମଓ) ମେସିନ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ | ଡାକ୍ତରମାନେ ପରାସ୍ତ ସ୍ୱୀକାର କରି ନଥିଲେ ଏବଂ ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କରାଇବାର କରିସ୍ମା କରି ଦେଖାଇଥିଲେ |

ଡାକ୍ତରମାନଙ୍କ ସହିତ ମାଇକେଲଙ୍କ ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟଚକିତ ଥିଲେ ଯେ କିପରି ସେ ଜଣେ ମରିଯାଇଥିବା ବ୍ୟକ୍ତିକୁ ଜୀବିତ କରିବାର କରିସ୍ମା ଦେଖାଇ ପାରିଲେ |

ମୃତ୍ୟୁ ମୁହଁରୁ ଫେରିବା ପରେ ସେ ନିଜର ଅନୁଭବ ଲୋକଙ୍କ ସହିତ ସେୟାର କରିଥିଲେ | ସେ କହିଥିଲେ ଯେ “ଏହା କୌଣସି ଭୟାନକ ସ୍ବପ୍ନ ଠାରୁ କମ ନଥିଲା | ଡାକ୍ତରମାନେ ମୋତେ ଜୀବିତ କରାଇ ନୂତନ ଜୀବନ ଦେଇଛନ୍ତି | ବର୍ତ୍ତମାନ ମୁଁ ନିଜର ଜୀବନ ଅନ୍ୟକୁ ସମର୍ପିତ କରିବାକୁ ଚାହୁଁଛି”| ସୂଚନାଯୋଗ୍ୟ ଯେ ତାଙ୍କୁ ବର୍ତ୍ତମାନ ୧୦ ତାରିଖ ଦିନ ହୋଶ ଆସିଛି |

ଇସିଏମଓ ଜରିଆରେ ବ୍ଲଡ଼ ଶରୀରରୁ ହୃଦୟ-ଫୁସଫୁସର ମେସିନ ବାହାରକୁ ପମ୍ପ କରାଯାଇଥାଏ ଯାହା କାର୍ବନ ଡାଇଅକ୍ସାଇଡକୁ ବାହାର କରିଥାଏ ଏବଂ ଶରୀରରେ ଅକ୍ସିଜେନ ପୂର୍ଣ୍ଣ ରକ୍ତକୁ ପୁଣିଥରେ ଟିସୁ ଭିତରକୁ ପଠାଇଥାଏ |

ପ୍ରତ୍ୟେକ ପ୍ରକ୍ରିୟାର ଉପଯୋଗ ପୁଣି କିଛି କୋଭିଡି-୧୯ ରୋଗୀଙ୍କ ଚିକିତ୍ସା ପାଇଁ କରାଯାଉଛି, କିନ୍ତୁ ଏହା ବହୁତ କଷ୍ଟସାଧ୍ୟ, ମହଙ୍ଗା ଏବଂ ବିପଦଜ୍ଜନକ ଚିକିତ୍ସା ଅଟେ | ଯେଉଁଥିରେ ରୋଗୀଙ୍କର ବଞ୍ଚିବାର ଆଶା ନଥିବା ସହିତ ସମାନ ହୋଇଥାଏ |

ଫୋଟୋରେ ନଜର ଆସୁଥିବା ମେସିନ ହିଁ ECMO ମେସିନ ଅଟେ | ଏମିତିରେ ଏହାର ଉପଯୋଗ ସାଧାରଣତଃ ନବଜାତ ଶିଶୁ ମାନଙ୍କ ପାଇଁ କରାଯାଇଥାଏ, କିନ୍ତୁ ଏହାର ଉପଯୋଗ ବୟସ୍କରେ ମଧ୍ୟ କରାଯାଉଛି | ଆମେରିକାରେ କେବଳ ୨୬୪ ହସ୍ପିଟାଲରେ ଇସିଏମଓ ମେସିନ ରହିଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *