୫୨ କିଲୋଗ୍ରାମ ର ମାଛ ରାତାରାତି ବଦଳାଇଦେଲା ବୟବୃଦ୍ଧା ମହିଳାର ଭାଗ୍ୟ, କିଛି ମିନିଟ ରେ କରିଦେଲା ଲକ୍ଷପତି

ଜଣେ ବୟବୃଦ୍ଧା ମହିଳା ର ଭାଗ୍ୟ:

ଗୋଟେ ଦିନରେ ବଦଳିଗଲା ଭାଗ୍ୟ ଓ ଏହି ଗରିବ ମହିଳା ହୋଇଗଲା ଲକ୍ଷପତି। କୁହାଯାଇଛି କି, ବୟବୃଦ୍ଧା ମହିଳା ଜଣକ ମାଛ ଧରିବା କାମ କରୁଥିଲା। ପ୍ରତିଦିନ ସେ ସମୁଦ୍ର ରୁ ମାଛ ଧରି ତାକୁ ବିକ୍ରି କରିବାକୁ ବଜାରକୁ ନେଇ ଯାଏ। କିଛି ଦିନ ହେବ ଏହି ମହିଳା ର ହାତରେ ବହୁତ ବଡ଼ ମାଛ ଲାଗିଗଲା। ଯାହାକୁ ବିକ୍ରି କରି ସେ ଲକ୍ଷପତି ହୋଇଗଲା।ଏହି ଘଟଣା ପଶ୍ଚିମ ବଙ୍ଗ ର ଅଟେ। ଖବର ଅନୁସାରେ, ଏହି ରାଜ୍ୟର ପୁଷ୍ପା ନାମକ ମହିଳାକୁ ୫୨ କିଲୋଗ୍ରାମ ଓଜରର ଗୋଟେ ମାଛ ସମୁଦ୍ର ରୁ ମିଳିଛି। ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ କୁହାଯାଇଛି।

ପଶ୍ଚିମବଙ୍ଗ ର ଦକ୍ଷିଣୀ ସିରେ :

ସାଗର ଦ୍ଵୀପ ର ଚକପୁତଡୁବି ଗାଁ ରେ ରହୁଥିବା ପୁଷ୍ପା କୁ”ଭୋଳା”ପ୍ରଜାତି ର ମାଛ ମିଳିଛି। ଯାହାର ଓଜନ ୫୨ କିଲୋଗ୍ରାମ ଅଟେ। ଯେତେବେଳେ ଏହି ମାଛ ବଜାରକୁ ବିକ୍ରି ହେବାକୁ ଗଲା ତାହାର ମୂଲ୍ୟ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲା। ଏହି ମାଛ ବଦଳରେ ପୁଷ୍ପା କୁ ୩ ଲକ୍ଷ ରୁ ଅଧିକ ଟଙ୍କା ଦିଆହୋଇଛି। ଏତେ ଟଙ୍କା ମିଳିବାରୁ ପୁଷ୍ପା ନିଜର ଖୁସିରେ କହିଲା କି”ମୁଁ ଜୀବନରେ କେବେ ବି ଏତେ ଟଙ୍କା ଦେଖି ନଥିଲି”।ଥୋକ ବଜାରରେ ମାଛ କୁ ୬,୨୦୦ ଟଙ୍କା ପ୍ରତି କିଲୋଗ୍ରାମ ରେ ବିକ୍ରି କରି ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିଛି।

ପୁଷ୍ପା କହିଲା ମଙ୍ଗଳବାର ର ସକାଳ:

ମାଛ ଧରିବା ପାଇଁ ସମୁଦ୍ର କୁ ଯାଇଥିଲି। ଏହା ଦ୍ବାରା ମୋତେ ବହୁତ ବଡ଼ ମାଛ ଦେଖାଗଲା, ଯାହାକୁ ମୁଁ ଧରିଲି। ପୁଷ୍ପା ର କହିବା ଅନୁସାରେ, ସେ କେବେ ବି ନିଜ ଜୀବନରେ ଏତେ ବଡ଼ ମାଛ କୁ ଦେଖି ନଥିଲା। ଏହାକୁ ବଙ୍ଗାଳୀ ରେ ଭୋଳା ମାଛ କୁହାଯାଏ। ତା ଗାଁ ଲୋକଙ୍କ କହିବା କଥା କି ମାଛ ର ଆକାର ଓ ମୂଲ୍ୟ ଦୁଇଟା ଯାକ ବହୁତ ଅଧିକ ଥିଲା।

ଲୋକଙ୍କ ସାହାଯ୍ୟରେ ପହଞ୍ଚାଇଲା ଘରେ:

୫୨ କିଲୋଗ୍ରାମ ର ମାଛ କୁ ଧରିବାରେ ବହୁତ ଅସୁବିଧା ହେଲା। ସେ ଏହି ମାଛ କୁ ଧରିବା ପରେ ଏହା ଘରକୁ ଆଣିବାକୁ ବହୁତ ଅସମ୍ଭବ ହୋଇ ପଡ଼ିଥିଲା। ଏଥିରେ ଗାଁ ଲୋକ ପୁଷ୍ପା ର ସାହାଯ୍ୟ କଲେ ଓ ମାଛ କୁ ଧରି ଘରକୁ ଆଣିଲେ। ଗାଁ ଲୋକଙ୍କ କହିବା ଅନୁସାରେ, ଏହି ମାଛ ବହୁତ ବିଶାଳ ଥିଲା ଓ ଯଦି ଏହି ମାଛ ମରି ନଥାନ୍ତା ତାହେଲେ ଏହାର ଆହୁରି ଅଧିକ ମୂଲ୍ୟ ମିଳି ଥାନ୍ତା।

ଏହା ପୂର୍ବରୁ ବିଚାର କରାଯାଇଥିଲା ଏମିଟି କେତେ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗୋଟେ ମାଛ ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କିଛି ବର୍ଷ ପୂର୍ବରୁ ଦୁଇ ଭାଇଙ୍କୁ ଗୋଟେ ମାଛ ଲକ୍ଷପତି କରି ଦେଇଥିଲା। ଏହି ଭାଇ ମାନଙ୍କ ଜାଲ ରେ ଗୋଟେ ଏମିତି ମାଛ ପଡ଼ିଥିଲା ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥଲା। ଏହି ମାଛ ର ଓଜନ ୩୦ କିଲୋଗ୍ରାମ ଥିଲା ।

Leave a Reply

Your email address will not be published. Required fields are marked *