୫ ମିନିଟରେ ଠିକ ହୋଇଯିବ ଗ୍ୟାସ, ଏସିଡିଟି, ବାରମ୍ବାର ପାଡ଼ ହେବା, ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ସମସ୍ୟା।

ଆପଣଙ୍କୁ କୋଷ୍ଠ କାଠିନ୍ୟ ସମସ୍ୟା, ପେଟ ଫୁଲୁଛି, ବାରମ୍ବାର ଗ୍ୟାସ ହେଉଛି, ଛାତିରେ ଜଳ୍ବନ ଅନୁଭବ ହେଉଛି, କିମ୍ବା ଏସିଡିଟି ସମସ୍ୟା ରହୁଅଛି ତାହେଲେ ଆପଣଙ୍କର ଏହି ସବୁ ପାଇଁ ଏକ ଘରୋଇ ଉପଚାର ରହିଅଛି। ଯାହାଦ୍ୱାରା ଆପଣଙ୍କୁ ଏହି ସବୁ ସମସ୍ୟା କେବେହେଲେ ହେବ ନାହିଁ।

ଏହି ଉପଚାରଟି ଅତ୍ୟନ୍ତ ଶକ୍ତିଶାଳୀ ଅଟେ। ଏହାର ସେବନ କରିବା ଦ୍ୱାରା ଅନେକ ଭୟଙ୍କର ରୋଗ ଦୂରେଇ ଯାଇଥାଏ। ଆପଣଙ୍କ ପେଟର ଗ୍ୟାସ ସବୁଦିନ ଦୂର ହୋଇଯିବ। କେବଳ ୫ ମିନିଟ ଭିତରେ ଏହାର ପରିଣାମ ପରିଲକ୍ଷିତ ହୋଇଥାଏ।

ପ୍ରସ୍ତୁତିର ପଦ୍ଧତି:

ଏହି ଘରୋଇ ଔଷଧକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କ ଗ୍ୟାସରେ ଏକ ପାତ୍ର ବସାଇ ଦିଅନ୍ତୁ। ଏଥିରେ ଏକ ଗ୍ଲାସ ପାଣି ଦେଇ ଦିଅନ୍ତୁ। ଏହାପରେ ଏଥିରେ ଏକ ଚାମଚ ଜିରା ପକାଇ ଦିଅନ୍ତୁ। ଜିରା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ ନହେଲେ କୌଣସି ତେଜରାତି ଦୋକାନରୁ ବହୁତ ସହଜରେ ପାଇ ପାରିବେ। ଆୟୁର୍ବେଦ ଅନୁଯାୟୀ ଜିରା ଏପରି ଏକ ମସଲା ଯାହା ହଜମକାରୀ ରସକୁ ଉତ୍ସାହିତ କରିପାରେ। ଏବଂ ଅମ୍ଳତା ଏବଂ ଗ୍ୟାସ ଭଳି ପେଟ ଜନିତ ସମସ୍ୟାରୁ ଆମକୁ ରକ୍ଷା କରିଥାଏ।

ଆୟୁର୍ବେଦିକ ବିଶେଷଜ୍ଞ ଡାକ୍ତର ଆଶୁତୋଷ ଗୌତମଙ୍କ ଅନୁଯାୟୀ ଜିରା ପାଣି ଏସିଡିଟି ଏବଂ ପେଟ ଫୁଲିବା ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ଗ୍ୟାସ ଭଳି ସମସ୍ୟାକୁ ମଧ୍ୟ ସବୁଦିନ ପାଇଁ ଦୂର କରିଥାଏ।

ବର୍ତ୍ତମାନ ଆପଣ ଏଥିରେ ଅଳ୍ପ ଡାଳଚିନି ଖଣ୍ଡ ପକାଇ ଦିଅନ୍ତୁ। ଡାଳଚିନ ଏକ ଭାରତୀୟ ମସଲା। ଏହା ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ କରାଯାଇଥାଏ। ବଦହଜମ କାରଣରୁ ସୃଷ୍ଟି ହେଉଥିବା ଏସିଡିଟି ବା ଅମ୍ଳତାକୁ ଦୂର କରିବାରେ ଏହା ସହାୟକ ହୋଇଥାଏ। ଏହାର କାରଣ ହେଉଛି ଏଥିରେ ଏକ ସକ୍ରିୟ ଉପାଦାନ ରହିଥାଏ। ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଏସିଡିଟି ବା ଗ୍ୟାସ ପରି ସମସ୍ୟା ଦୂର ହୋଇଥାଏ।

ବର୍ତ୍ତମାନ ଏହାକୁ ଲୋ ଫ୍ଲେମରେ ୫ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଛାଡି ଦିଅନ୍ତୁ। ଯେମିତି ଏହି ଦୁଇଟି ସାମଗ୍ରୀର ପୋଷକତତ୍ତ୍ୱ ଏହି ପାଣିରେ ମିଶିଯିବ। ୫ ମିନିଟ ପରେ ଆପଣ ଏହାକୁ କାଢି ଆଣି ଏକ ଗ୍ଲାସକୁ ଛାଣି ନିଅନ୍ତୁ। ଛାଣିବା ପରେ ଏଥିରେ ଯେଉଁ ଜିରା ଏବଂ ଡାଳଚିନ ରହିଯିବ ତାହାକୁ ଆପଣ ତରକାରୀ ରାନ୍ଧିବାରେ ବ୍ୟବହାର କରି ପାରିବେ।

ଏହାପରେ ଏଥିରେ ଆହୁରି ଦୁଇଟି ଜିନିଷ ମିଶିବାକୁ ପଡିବ। ପ୍ରଥମତଃ ଏଥିରେ ଲେମ୍ବୁ ରସ ମିଶାନ୍ତୁ। ଆପଣ ଏଥିରେ ଫାଳେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଯଦିଓ ଲେମ୍ବୁ ରସ ଅତ୍ୟଧିକ ଅମ୍ଳ ଯୁକ୍ତ ଅଳ୍ପ ପରିମାଣର ପାଣି ସହିତ ମିଶ୍ରିତ ହେଲେ ଏହା ହଜମ ହେବା ସମୟରେ କ୍ଷାରୀଅ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ ପେଟରେ ଥିବା ଏସିଡକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏହି ଘରୋଇ ଉପଚାର ପ୍ରୟୋଗ କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଆପଣ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ।

ଏହାପରେ ଏଥିରେ ଅଧା ଚାମଚ କଳା ଲୁଣ ମିଶାନ୍ତୁ। କଳା ଲୁଣରେ କ୍ଷରିଅ ଗୁଣ ରହିଛି ଯାହା ପେଟରେ ଅଧିକ ଏସିଡ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରୁ ମିଳୁଥିବା ଖଣିଜ ପଦାର୍ଥ ଏସିଡ ରିଫ୍ଲେକ୍ଟ ଦ୍ୱାରା ହେଉଥିବା କ୍ଷତିକୁ ହ୍ରାସ କରିଥାଏ। କଳାଲୁଣ ହଜମ ପ୍ରକ୍ରିୟାରେ ଉନ୍ନତି କରିବାରେ ସାହାଯ୍ୟ କରିଥାଏ ଏବଂ ଅନ୍ତନଳୀ ବ୍ୟାସକୁ ମଧ୍ୟ ହ୍ରାସ କରିଥାଏ। ଅନେକ ଲୋକ ଏହାକୁ କୋଷ୍ଠ କାଠିନ୍ୟ ପାଇଁ ପ୍ରଭାବଶାଳୀ ପ୍ରତିକାର ରୂପେ ପ୍ରୟୋଗ କରିଥାନ୍ତି। ଏହାପରେ ମିଶ୍ରଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏବେ ଆପଣଙ୍କ ଘରୋଇ ଉପଚାର ପ୍ରସ୍ତୁତ ହୋଇଯିବ।

ସେବନର ବିଧି:

ଯେତେବେଳେ ଆପଣଙ୍କ ପେଟରେ ଗ୍ୟାସ ବନୁଅଛି ସେତେବେଳେ ଆପଣ ଏହାକୁ ବନାଇ ସେବନ କରନ୍ତୁ। ଦେଖିବେ କେବଳ ୫ ମିନିଟରେ ଗ୍ୟାସରୁ ଉପଶମ ମିଳିଯିବ। ଯଦି ଗ୍ୟାସ ବା ଏସିଡିଟି ପରି ସମସ୍ୟା ସବୁବେଳେ ରହୁଥାଏ ତେବେ ଆପଣ ଏହାକୁ ପ୍ରତ୍ୟେକ ଦିନ ସକାଳୁ ଏବଂ ସନ୍ଧ୍ୟା ସମୟରେ ଦିନର ଦୁଇ ଥର ସେବନ କରନ୍ତୁ। କିଛି ଦିନ ଏହାର ସେବନ ପରେ ଏହି ସମସ୍ୟା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *