୧୩ ବର୍ଷର ଝିଅ ହେଲା ମାଆ,ଇନଷ୍ଟାଗ୍ରାମ ବଦଳାଇ ଦେଲା ଜୀବନ,ଜାଣନ୍ତୁ ପୁରା ଖବର

କିଛି ଦିନ ତଳେ ଜଣେ ୧୩ ବର୍ଷିଆ ଋଷିଆନ ଝିଅ ଚର୍ଚ୍ଚାରେ ରହିଥିଲେ। ଦରିଆ ସୁଦର୍ଶନନିକୋଭା ନାମକ ଏହି ଯୁବତୀ ଜଣକ ଗତ ବର୍ଷ ଦାବି କରିଥିଲେ ଯେ ତାଙ୍କ ପ୍ରେମିକ ଇଭାନ୍ ତାଙ୍କୁ ଗର୍ଭବତୀ କରିଥିଲେ। ହେଲେ ସେ ଅଭି-ଯୋଗ ଆଣିଥିବା ପୁଅର ବୟସ ସେତେବେଳେ ମାତ୍ର ୧୦ ବର୍ଷ ବୟସ ରହିଥିଲା ବୋଲି ଜଣା ପଡ଼ିବା ପରେ ଘଟ-ଣାଟି ଅନେକଙ୍କୁ ଆ-ଶ୍ଚର୍ଯ୍ୟ କରିଥିଲା | ଏହାସହ ବିଶେଷଜ୍ଞମାନେ ପୁଅର ବୟସକୁ ଦୃଷ୍ଟିରେ ରଖି ଝିଅଟିର ଦା-ବି ମିଛ ବୋଲି କହିଥିଲେ।

ତେବେ ଝିଅଟି ଏବେ ସମସ୍ତ ସତ୍ୟ ଘ-ଟଣା ସର୍ବସମ୍ମୁଖକୁ ଆଣିଛନ୍ତି। ଏକ ରି-ପୋର୍ଟ ଅନୁଯାୟୀ, ଦରିଆ କହିଥିଲେ ଯେ ସେ ଅଭି-ଯୋଗ ଆଣିଥିବା ତାଙ୍କର ବଏଫ୍ରେଣ୍ଡ ବା ସେହି ୧୦ ବର୍ଷର ବାଳକ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ତାଙ୍କୁ ଅନ୍ୟ ଜଣେ ଗର୍ଭବତୀ କରାଇଥିଲେ। ତାଙ୍କୁ ବଳା-ତ୍କାର କରାଯାଇ ଥିବା ବେଳେ ସେ ବହୁତ ଡରି ଯାଇଥିଲେ ଓ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ତେଣୁ ସେ ମିଛ କହିବାକୁ ବାଧ୍ୟ ହୋଇଥିଲେ।

ଏହି ଘଟ-ଣା ପ୍ରକାଶ କରିବା ପରେ ଦରିଆ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଥିଲେ। ତାଙ୍କୁ ବର୍ତ୍ତମାନ ୧୪ ବର୍ଷ ହୋଇଥିବା ବେଳେ ତାଙ୍କର ଏକ ଶିଶୁ ଅଛି। ତାଙ୍କ କାହାଣୀ ସର୍ବ ସମ୍ମୁଖକୁ ଆସିବା ପରେ ଇନଷ୍ଟାଗ୍ରାମ ଏବଂ ଟିକଟକ ଭଳି ପ୍ଲାଟଫର୍ମରେ ଲୋକମାନେ ତାଙ୍କୁ ବହୁ ସଂଖ୍ୟାରେ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଆଜି ତାଙ୍କର ଲକ୍ଷ ଲକ୍ଷ ଫଲୁଅର୍ସ ଅଛନ୍ତି। ଦରିଆ ଏବେ ସୋସିଆଲ ମିଡିଆର ଜଣେ ସୁପରଷ୍ଟାର ପାଲଟି ଛନ୍ତି କହିଲେ ଭୁଲ ହେବନି। ସେ ଏବେ ମାସକୁ ପାଞ୍ଚ ହଜାର ପାଉଣ୍ଡ ଅର୍ଥାତ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ରୋଜଗାର କରନ୍ତି ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପିତାମାତା ମିଶିକି କରୁଥିବା ଆୟ ତାଙ୍କ ରୋଜଗାର ଠାରୁ ବହୁତ କମ୍ । ଦ ମିରର୍ ରିପୋର୍ଟ ଅନୁଯାୟୀ, ଦରିଆ ପ୍ରସିଦ୍ଧ ହେବା ପରେ ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟତା ହାସଲ କରିବା ସହ ଲାଇଭ୍ ଶୋ’ରେ ମଧ୍ୟ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ସେ ପ୍ରସିଦ୍ଧ ବ୍ରାଣ୍ଡ ଏବଂ ପ୍ରଯୋଜକମାନଙ୍କ ସହିତ ଏବେ କାମ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି|

ଦରିଆଙ୍କ ମା’ ଏଲିନା କହିଛନ୍ତି ଯେ ସେମାନେ ପ୍ରଥମେ ତାଙ୍କୁ ଫୁଡ୍ ପେଏଜନିଂ ହୋଇଥିବାର ଭାବିଥିଲେ। କିନ୍ତୁ ପରେ ତାଙ୍କ ଝିଅ ଗର୍ଭବତୀ ହୋଇଥିବାର ଜଣାପଡିଥିଲା। ଏଲିନା ଏବେ କର୍କଟ ରୋଗରେ ପୀଡିତ ଥିବା ବେଳେ ତାଙ୍କ ଝିଅ ତାଙ୍କ ପାଇଁ ଦୁନିଆ ପାଲଟିଛନ୍ତି ବୋଲି ସେ କୁହନ୍ତି।

Leave a Reply

Your email address will not be published. Required fields are marked *