ଆସନ୍ତା ବୁଧବାର ୨୬ ତାରିଖରେ ଚନ୍ଦ୍ର ଗ୍ରହଣ। ହାଣ୍ଡି ଛାଡ଼ ସମୟ କେତେ ସମୟରେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆସନ୍ତା ୨୬ ତାରିଖ ବୁଧବାର ଅର୍ଥାତ ପବିତ୍ର ବୁଧ ପୂର୍ଣ୍ଣିମା ଦିନବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହି ବର୍ଷ ସମୁଦାୟ ୪ ଟି ମହଜାଗତିକ ଦୃଶ୍ୟ ମହାକାଶରେ ଦେଖିବାକୁ ମିଳିବ। ସେଥି ମଧ୍ୟରୁ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟ ପରାଗ ଅଟେ। ତେବେ ଆସନ୍ତା ୨୬ ତାରିଖରେ ବର୍ଷ ୨୦୨୧ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ଚନ୍ଦ୍ର ଗ୍ରହଣ ଲାଗିବାର ସଠିକ ସମୟ ସୀମା। ଗ୍ରାସ ସମୟ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ ନାଁ ନାହିଁ। ଗ୍ରହଣର ସୁତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବ ନାଁ ନାହିଁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ପ୍ରଥମେ ଜାଣି ରଖିବା ଗ୍ରହଣ ଲାଗିବାର ସମୟ ଏବଂ ଗ୍ରାସ ସମୟ। ଆସନ୍ତା ୨୬ ତାରିଖ ବୁଧବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ହେଉଛି ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ ୨.୧୭ ମିନିଟ ୫୨ ସେକେଣ୍ଡରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୧୮ ମିନିଟ ଏବଂ ୩୧ ସେକେଣ୍ଡରେ ଶେଷ ହେବ। ଏହି ଗ୍ରହର ମହାକାଶରେ ପ୍ରାୟ ୫ ଘଣ୍ଟା୧ ମିନିଟ ଏବଂ ୨୩ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଦିନ ୪. ୪୮ ମିନିଟ ଏବଂ ୧୬ ସେକେଣ୍ଡରେ ସର୍ବାଧିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ତେବେ ଆସନ୍ତୁ ଜାଣିବା ଗ୍ରହଣର ସୁତକ ସମୟ ମାନୁ ହେବ ନାଁ ନାହିଁ। ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ଲାଗିବା ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ଼ କରାଯାଇଥାଏ।

ଏହି ସମୟକୁ ସୁତକ ସମୟ ମଧ୍ୟ କୁହାଯାଇଥାଏ। ଯେହେତୁ ଏହା ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ତେଣୁ ୬ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ।ତେବେ ଏହି ଚନ୍ଦ୍ର ଗ୍ରହଣ ଆସନ୍ତା ୨୬ ତାରିଖରେ ଲାଗିବାକୁ ଯାଉଛି। ଏହା ଭାରତ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। କାରଣ ଗ୍ରହଣ ଦିନ ସମୟରେ ହିଁ ଲାଗିବାକୁ ଯାଉଛି।ଏହା ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ଦକ୍ଷିଣ ଆଫ୍ରିକା ଏବଂ ସାଉଦି ଆରୋବରେ ଦୃଶ୍ୟମାନ ହେବ। ସନ୍ଧ୍ୟା ସମୟରେ ଭାରତର ଉତ୍ତର ପୂର୍ବ ରାଜ୍ୟ ମାନଙ୍କରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପଛାୟା ଚନ୍ଦ୍ର ଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ର ଗ୍ରହଣର ସୁତକ କାଳ ବା ହାଣ୍ଡି ଛାଡ଼ ସମୟ ମାନ୍ୟ ହେବ ନାହିଁ କାରଣ ସେହି ଗ୍ରହଣର ସୁତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖାଯାଇଥାଏ।

ଯେହେତୁ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ତେଣୁ ଏହି ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ। ଉପଛାୟା ଚନ୍ଦ୍ର ଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ। କିନ୍ତୁ ସେହି ୩ ଜଣ ଏକ ସରଳ ରେଖାର ରହି ନଥାନ୍ତି। ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ରମା ପୃଥିବୀରୁ ଉପଛାୟାରେ ପ୍ରବେଶ କରିଥାଏ। ଏବଂ ଏହା ପରେ ସେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରିଥାଏ। ଯେତେବେଳେ ଏମିତି ହୋଇଥାଏ ସେତେବେଳେ ଚନ୍ଦ୍ର ଗ୍ରହଣ ଲାଗିଥାଏ। କିନ୍ତୁ କେତେଥର ଏମିତିବି ହୋଇଥାଏ କି ଚନ୍ଦ୍ରମା କେବଳ ପୃଥିବୀର ଉପଛାୟାର ହିଁ ପ୍ରବେଶ କରି ପୁଣି ଫେରି ଆସିଥାଏ।

ଏହି ସମୟରେ ଚନ୍ଦ୍ରମାର ପ୍ରତିମ୍ବିବ କେବଳ ପାଉଁସିଆ ନଜର ଆସିଥାଏ। ସମ୍ପୂର୍ଣ୍ଣ ଅଦ୍ଧକାର ନୁହେଁ। ତେଣୁ ଆସନ୍ତା ୨୬ ତାରିଖ ବୁଧବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣର ସୁତକ ସମୟ ବା ପାଖ ନିଷେଧର ସମୟ ମାନ୍ୟ ହେବ ନାହିଁ। ଏଥି ସହିତ ଦେବ ନୀତି ଏବଂ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହେବନାହିଁ।

Leave a Reply

Your email address will not be published. Required fields are marked *