୩୦୦କେଜି ମହିଳାଙ୍କ ଶରୀର ପଡି ପଡି ସଢୁଥିଲା, ବହୁ କଷ୍ଟରେ ଡାକ୍ତରଖାନାକୁ ନିଆଗଲା

ଗୁଜୁରାଟର ରାଜକୋଟରେ ରହୁଥିବା ସରଲାବେନ୍ ନାମକ ଜଣେ ମହିଳାଙ୍କ ଓଜନ ଏତେ ବଢିଗଲା ଯେ ସେ ଚଲାବୁଲା କରିପାରିଲେ ନାହିଁ। ଗୋଟିଏ ସ୍ଥାନରେ ପଡ଼ି ରହି ତାଙ୍କ ଶରୀର ସଢ଼ିବାକୁ ଲାଗିଲା। ତାଙ୍କୁ ମଧ୍ୟ ଅସହ୍ୟ ଯ-ନ୍ତ୍ରଣା ହେଉଥିଲା। ଯେମିତି ହେଲେ ବି ଡାକ୍ତରଖାନା ଯିବାକୁ ହେଇଥାନ୍ତା, କିନ୍ତୁ ୩୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଶରୀରକୁ କିପରି ଡାକ୍ତରଖାନା ନିଆଯିବ? ଏଥିପାଇଁ ଏକ ଏନଜିଓ ଏବଂ ଅଗ୍ନି-ଶମ କର୍ମଚାରୀଙ୍କ ଏକ ଟିମ୍ ସାହାଯ୍ୟ କରିଥିଲେ।

୩୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ସରଲାବେନଙ୍କ ଅବସ୍ଥା ଏତେ ସାଙ୍ଘାତିକ ଥିଲା ଯେ ସେ ଏମିତି କେତେଥର ଗୋଟିଏ ସ୍ଥାନରେ ଗୋଟିଏ ଅବସ୍ଥାରେ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ପଡି ରୁହନ୍ତି । ରାଜକୋଟର ଏକ ବେସରକାରୀ ସଂଗଠନ ସାଥୀ ସେବା ଗୋଷ୍ଠୀର ଜଲପାବେନ ପଟେଲ ତାଙ୍କ ଦଳ ଏବଂ ଅଗ୍ନି-ଶମ ବିଭାଗ ତାଙ୍କୁ ରାଜକୋଟ ସିଭିଲ ହସ୍ପିଟାଲକୁ ନେଇଥିଲେ। ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।

ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତିନୋଟି ଭିନ୍ନ ଆକାରର ଆମ୍ବୁଲାନ୍ସକୁ ଡକାଯାଇଥିଲା, କିନ୍ତୁ ସେ ତା ଦ୍ବାରା ଯାଇପାରିଲେ ନାହିଁ। ତା’ପରେ ଅଗ୍ନି-ଶମ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଗୁଜୁରାଟର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସରଲାବେନଙ୍କୁ ପ୍ରଥମେ ଡାକ୍ତରଖାନା ଚଟାଣରେ ରଖାଯାଇଥିଲା। ପରେ ଡାକ୍ତରଖାନାରେ ଶଯ୍ୟା ମିଳିଲା।

ସରଲାବେନଙ୍କ ଓଜନ ଏତେ ଅଧିକ ଯେ ଗୋଟିଏ ସ୍ଥାନରେ ଶୋଇ ରହି ତାଙ୍କ ଶରୀରରେ ଗୋଟିଏ ସ୍ଥାନରେ କ୍ଷ-ତ ସୃଷ୍ଟି ହୋଇଯାଇଛି। ସରଲାବେନଙ୍କ ସ୍ୱାମୀ କାନ୍ତିଭାଇ ପିଟ୍ରୋଡା ଦୁବାଇରେ ମଜଦୁରି କରନ୍ତି। ସେ ଗତ ୧୦ ବର୍ଷ ଧରି ଘରକୁ ଆସିନଥିଲେ, କିନ୍ତୁ ଯେତେବେଳେ ସେ ତାଙ୍କ ପତ୍ନୀଙ୍କ ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ସେ ଏନଜିଓରୁ ସାହାଯ୍ୟ ଲୋଡିଥିଲେ। ସରଲାବେନ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ କାନ୍ତିଭାଇ ମଧ୍ୟ ଆସିଗଲେ। ତାଙ୍କର ୧୩ ବର୍ଷର ପୁଅ ଅଛି, ଯିଏ ତା ମାଙ୍କର ସେବାରେ ଲାଗି ରହିଛି।

ରାଜକୋଟ ସିଭିଲ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ସାରଲାବେନଙ୍କ ଚିକିତ୍ସା ପାଇଁ ତାଙ୍କୁ ଅହମ୍ମଦାବାଦର ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଏଥିପାଇଁ ମଧ୍ୟ ସାଥି ସେବା ଗ୍ରୁପ୍ ରାଜି ହୋଇଛି। ଏହି ଅନୁଷ୍ଠାନ ସରଲାବେନକୁ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *