ଗାର୍ଲଫ୍ରେଣ୍ଡଙ୍କୁ ଦେଢ଼ କୋଟିର କାର ଦେବା ଚକରରେ ମୃ-ତ୍ୟୁ ମୁହଁରେ ଯାଇ ପହଞ୍ଚି ଗଲେ ବ୍ୟକ୍ତି, ଜାଣନ୍ତୁ ସମ୍ପୂର୍ଣ ଘଟଣା

କୁହାଯାଏ କି ଯିଏ ନିଜକୁ ସାହାଯ୍ୟ କରେ ନାହିଁ, ଭଗବାନ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି ନାହିଁ। ଏମିତି ହିଁ ହୋଇଛି ସେଣ୍ଟ୍ରାଲ ଜିମ୍ବାୱେରେ, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡଙ୍କୁ ଦେଢ଼ କୋଟି ଟଙ୍କାର କାର ତ ଦେବାପାଇଁ ଚାହୁଁଥିଲେ, କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା।ପୁଣି ଏହି ବ୍ୟକ୍ତି ଜଣଙ୍କ ଯେଉଁ ଉପାୟକୁ ଆପଣେଇ ଥିଲେ, ତାହା ଆଶ୍ଚର୍ଯ୍ୟ ଜନକ ଅଟେ।

ଏହି କାହାଣୀ ଅଟେ ସେଣ୍ଟ୍ରାଲ ଜିମ୍ବାୱେର ରିସେନ ସେଣ୍ଟସ ଚର୍ଚ୍ଚରେ କାମ କରୁଥିବା ମାର୍କ ମୁରାଡଜୀରାଙ୍କର। ବାସ୍ତବରେ, ମାର୍କଙ୍କର ବିଶ୍ଵାସ ଥିଲା, କି ଯଦି ସେ ତପ କରିବେ, ତାହେଲେ ଭଗବାନ ଭଗବାନ ତାଙ୍କୁ ଦର୍ଶନ ଦେବେ। ଏହାପରେ ସେ ଭଗବାନଙ୍କୁ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଗିଫ୍ଟ କରିବା ପାଇଁ ଲେମ୍ବୋର୍ଗିନୀ କାର ମାଗି ନେବେ। ଏହି ବିଶ୍ବାସର ସହିତ ସେ ୪୦ଦିନ ପର୍ଯ୍ୟନ୍ତ ବ୍ରତ କରିବା ପାଇଁ ସଂକଳ୍ପ କରିଥିଲେ ଏବଂ ଖାଇବା ପାଇଁ ତାଙ୍କ ମନ ଲୋଭେଇବ ନାହିଁ, ଏଥିପାଇଁ ସେ ଦୂର ପାହାଡି ଅଞ୍ଚଳକୁ ଚାଲି ଯାଇଥିଲେ।

Mbare Timesରେ ଛପା ଯାଇଥିବା ଖବର ମୁତାବକ ମାର୍କଙ୍କର କିଛି ବି ଖବର ଜଣା ପଡୁନଥିଲା। ତାଙ୍କୁ ଶେଷଥର ଦେଖିଥିବା ଲୋକମାନେ କହିଛନ୍ତି କି ସେ ଅନେକ ଲୋକଙ୍କୁ କହିଥିଲେ କି ଭଗବାନ ତାଙ୍କୁ ଲେମ୍ବୋର୍ଗିନୀ କାର ଦେବାପାଇଁ ଯାଉଛନ୍ତି। ଏଥିପାଇଁ ତାଙ୍କୁ ଆଇଡ଼ିଆ ମିଳିଯାଇଛି। ୪୦ଦିନ ଏବଂ ୪୦ରାତିର ଉପବାସ କରିବା ଦ୍ଵାରା ସେ ଭଗବାନଙ୍କୁ ପ୍ରସନ୍ନ କରିପାରିବେ ଏବଂ ଭଗବାନଙ୍କ ଠାରୁ ଲେମ୍ବୋର୍ଗିନୀ କାର ମାଗିନେବେ।

ମାର୍କଙ୍କୁ ୩୩ନମ୍ବର ଦିନ ଖୋଜା ଯାଇଥିଲା।୨୭ବର୍ଷିୟ ମାର୍କ ବହୁତ ଦୁର୍ବଳ ହୋଇ ଯାଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚର୍ଚର ବିଶପ ମାବରୁ କହିଛନ୍ତି କି “ତାଙ୍କୁ କମ ସେ କମ ଚାକିରି ପାଇଁ ଉପବାସ କରିବା ଉଚିତ ଥିଲା, କାରଣ ସେ ବେରୋଜଗାର ଅଟନ୍ତି।”ହେଲେ ମାର୍କଙ୍କ ସାଥିମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ କିଛି ଟଙ୍କା ଏକଜୁଟ କରିଥିଲେ, ଯାହା ସେ ଅସୁସ୍ଥ ହେବାରୁ ତାଙ୍କ ଔଷଧ ପାଇଁ ଖର୍ଚ୍ଚ କରାଯାଉଛି।

ହେଲେ, ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ କି ମାର୍କ ପାଣି ଏବଂ ଭୋଜନ ବିନା କେତେ ଦିନ ପର୍ଯ୍ୟନ୍ତ ରହିଥିଲେ। ଜଣେ ମନୁଷ୍ୟ ତତ୍ତ୍ୱଗତ ରୂପରେ ବିନା ଭୋଜନରେ ତିନି ସପ୍ତାହ ପର୍ଯ୍ୟନ୍ତ ଜୀବନ୍ତ ରହି ପାରିବ। ପାଣି ବିନା ତିନି କିମ୍ବା ଚାରି ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବା ଦ୍ଵାରା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ ଏବଂ ଏକ ସପ୍ତାହ ବୋଧହୁଏ ଅଧିକ ଅଟେ।

Leave a Reply

Your email address will not be published. Required fields are marked *