ମୂହୁର୍ତ୍ତକ ମଧ୍ୟରେ ଚାଲି ଯାଇପାରେ ଜୀବନ, ଏ ହେଉଛି ଦୁନିଆର ସବୁଠାରୁ ବି-ଷା-କ୍ତ ବୃକ୍ଷ,ଜାଣନ୍ତୁ ସେ ଗଛ ବିଷୟରେ

ପୃଥିବୀ ପୃଷ୍ଠରେ କେତେ ପ୍ରକାରର ତରୁ-ବୃକ୍ଷ ମହଜୁଦ ରହିଛି। ଉପରବାଲା ଦେଇଥିବା ବରଦାନ ଯୋଗୁଁ ଚାରା-ବୃକ୍ଷ ମାନଙ୍କର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ତରୁ-ବୃକ୍ଷ ମାନବ ଜୀବନ ଚକ୍ରରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥାଏ। କାରଣ ତରୁ-ବୃକ୍ଷରେ ନା କେବଳ ଭୋଜନ ସମ୍ବନ୍ଧୀୟ ଆବଶ୍ୟକତାର ପୂରଣ ହୋଇଥାଏ, ବରଂ ଦୁନିଆରେ ସନ୍ତୁଳନ ବନେଇ ରଖିବା ପାଇଁ ମଧ୍ୟ ଏହା ଜରୁରୀ ଅଟେ। କିନ୍ତୁ କଣ ଆପଣଙ୍କୁ ଜଣା ଅଛିକି ଦୁନିଆରେ କିଛି ଏମିତି କ୍ଷତିକାରକ ଏବଂ ବିଷାକ୍ତ ବୃକ୍ଷ ମଧ୍ୟ ଅଛନ୍ତି, ଯାହା କାହାର ମଧ୍ୟ ଜୀବନ ନେଇପାରେ।

ଜିମପୀ ଷ୍ଟିଙ୍ଗର

ଅଷ୍ଟ୍ରେଲିଆରେ ଦେଖାଯାଉଥିବା ଜିମପୀ ଷ୍ଟିଙ୍ଗର ବୃକ୍ଷ ନିଜର କଣ୍ଟା ଯୋଗୁଁ ଦେଖିବାକୁ, ତ ବହୁତ ସୁନ୍ଦର ହୋଇଥାଏ। କିନ୍ତୁ ଏହି କଣ୍ଟା ବହୁତ କ୍ଷତିକାରକ ହୋଇଥାଏ। ଏହି କଣ୍ଟା ମାନଙ୍କରେ ବିଷ ରହିଥାଏ, ଏହା ଯଦି ମନୁଷ୍ୟ ଶରୀର ଭିତରକୁ ଚାଲିଯିବ ତାହେଲେ ତାର ମୃତ୍ୟୁ ମଧ୍ୟ ହୋଇପାରେ।

ପୋଷମବୁଡ

ଏହି ବୃକ୍ଷକୁ ‘ପୋଷମବୁଡ’ ନାମରେ ଜଣା ଯାଇଥାଏ। ଏହାର ସବୁଠାରୁ କ୍ଷତିକାରକ କଥା ଏହା ହେଉଛି କି ଏଥିରେ ଲାଗିଥିବା ଫଳ ପଡ଼ିବା ପରେ କୈାଣସି ବୋମା ପରି ଧମାକା କରି ଫାଟି ଯାଇଥାଏ, ଯାହା ପରେ ଏହାର ବୀଜ ୨୫୭ କିଲୋମିଟର ପ୍ରତି ଘଣ୍ଟାରେ ଦ୍ରୁତ ଗତିରେ ପବନ ସହିତ ଖେଳି ଯାଇଥାଏ। ଯଦି କୌଣସି ମନୁଷ୍ୟ ଏହା ମଧ୍ୟକୁ ଚାଲିଆସେ ତାହେଲେ ସେ ଗମ୍ଭୀର ଭାବରେ କ୍ଷତିଗ୍ରସ୍ତ ହୋଇପାରେ। ଏହି ବୃକ୍ଷ ଉତ୍ତର ଏବଂ ଦକ୍ଷିଣ ଆମେରିକା ସହିତ ଆମାଜନ ବର୍ଷାବନରେ ମିଳିଥାଏ |

ମେଞ୍ଚିଲୀନ

Google

ଫ୍ଲୋରିଡା, କୈରେବିୟମ ସାଗରର ଆଖପାଖରେ ମିଳୁଥିବା ‘ମଞ୍ଚେଲୀନ’ ନାମକ ଏହି ବୃକ୍ଷ ଦୁନିଆର ସବୁଠାରୁ ବିଷାକ୍ତ ବୃକ୍ଷ ରୂପରେ ଗିନୀଜ ବୁକ ରେକର୍ଡସରେ ଜମା ଅଛି। ଏହି ବୃକ୍ଷ ଉପରେ ଚେତାବନୀ ବୋର୍ଡ ମଧ୍ୟ ଲଗାଯାଇଥାଏ, ଯେଉଁଥିରେ ଲୋକମାନଙ୍କୁ ଏହି ବୃକ୍ଷଠାରୁ ଦୂରେଇ ରହିବାକୁ ଉପଦେଶ ଦିଆଯାଇଥାଏ। ବାସ୍ତବରେ, ଏହି ବୃକ୍ଷର ଫଳ ବହୁତ ବିଷାକ୍ତ ହୋଇଥାଏ, ଏହାକୁ ଯଦି କେହି ଭୁଲରେ ମଧ୍ୟ ଖାଇ ଦେଇଥାଏ ତାହେଲେ ତାକୁ ଏହି ଫଳ ମୃତ୍ୟୁର ନିଦରେ ଶୁଆଇ ଦେଇପାରେ।

ଟୈକ୍ସସ ବୈକ୍କଟା

ଏହି ବୃକ୍ଷର ନାମ ହେଉଛି ‘ଟୈକ୍ସସ ବୈକ୍କଟା’, ଯାହା ୟୁରୋପ, ଆଫ୍ରିକା ଏବଂ ଏସିଆରେ ମିଳିଥାଏ। କେବଳ ମଞ୍ଜିକୁ ଛାଡ଼ି ଏହି ବୃକ୍ଷର ପ୍ରତ୍ୟେକଟି ସ୍ତରରେ ‘ଟୈକ୍ସୀନ’ ନାମକ ବିଷ ରହିଥାଏ। ଏହି ବିଷ ଯଦି କୌଣସି ବ୍ୟକ୍ତିକୁ ଦେଇ ଦିଆଯାଏ ତାହେଲେ ମୂହୁର୍ତ୍ତକ ମଧ୍ୟରେ ତାର ମୃତ୍ୟୁ ହୋଇପାରେ।

ସେର୍ବେରା ଓଡୋଲମ

ସେର୍ବେରା ଓଡୋଲମକୁ ‘ସୁଇସାଇଡ ଟ୍ରୀ’ ନାମରେ ମଧ୍ୟ ଜଣା ଯାଇଥାଏ। ମୁଖ୍ୟ ରୂପରେ ଭାରତ ସମେତ ଏସିଆର କେତେ ଗୁଡିଏ ଦେଶରେ ମିଳୁଥିବା ଏହି ବୃକ୍ଷ ଉପରେ ଏକ ବିଷାକ୍ତ ଫଳ ଉତ୍ପନ ହୋଇଥାଏ, ଯାହାକୁ ଯଦି କେହି ଖାଇନିଏ, ତାହେଲେ ତାର ଜୀବନ ମଧ୍ୟ ଯାଇପାରେ।

Leave a Reply

Your email address will not be published. Required fields are marked *