ଥାଇଲ୍ୟାଣ୍ଡରୁ ମିଳିଲା ୫,୦୦୦ ବର୍ଷ ପୁରୁଣା ହ୍ବେଲ୍ଲର‌ କଙ୍କାଳ, ଖୋଲିଲା ଏହି ରହସ୍ୟ

ଥାଇଲ୍ୟାଣ୍ଡରେ ଅନୁସନ୍ଧାନକାରୀ ମାନେ ଲାଗିପଡି ୫,୦୦୦ ବର୍ଷ ପୁରୁଣା ଏକ ହ୍ବେଲର କଙ୍କାଳକୁ ଖୋଜି ପାଇଛନ୍ତି। ଏହି ଖୋଜ ଟି ସଂପୂର୍ଣ୍ଣ ଭାବେ ସୁରଂକ୍ଷତ ଅଛି।କଙ୍କାଳ ବୈକାକର ପଶ୍ଚିମ ରେ ଥିବା ସାମୁତ ସଖୋନ କ୍ଷେତ୍ରରୁ ମିଳିଛି। ଅନୁସନ୍ଧାନକାରୀ ମାନେ ଖୋଜି ପାଇବା ପରେ ପାଖାପାଖି ୮୦ ଶତକଡା ଅବଶାଂଷକୁ ଖୋଜି ବାହାର କରିଥିଲେ। ଖୋଜିବାର ସମୟ ଆଜି ପର୍ଯ୍ୟନ୍ତ ୧୯ ପୂର୍ଣ୍ଣ ପିଠି ହାଡ (ମେରୁଦଣ୍ଡ), ପାଞ୍ଚ ପଞ୍ଜରା, କାନ୍ଧର ହାଡ ଏବଂ ପରର ଚିହ୍ନଟ କରାଯାଇଛି। କଙ୍କାଳ ୧୨ ମିଟର(୩୯ ଫୁଟ) ର ଲମ୍ବା ଅଟେ ଏବଂ ଖପୁରୀ ୩ମିଟର ଲମ୍ବା ଅଟେ।

କଙ୍କାଳର ଆୟୁଷ ଜାଣିବା ପାଇଁ ହ୍ବେଲ୍ ମାଛ ହାଡର କାର୍ବନ ୧୪ ଟି ପ୍ରଣାଳୀର ଜରିଆରେ ଆୟୁ ନିର୍ଧାରଣ କରାଯିବ। ହେଲେ ବୈଜ୍ଞାନିକ ମାନୁଛନ୍ତି କି ଏହା ୩,୦୦୦ ରୁ୫,୦୦୦ବର୍ଷ ପୁରୁଣା ଅଟେ। ପକ୍ଷୀର ହ୍ବେଲ୍ ଏବେବି ଥାଇଲ୍ୟାଣ୍ଡର ପାଣିରୁ ମିଳିଥାଏ, ଯାହାକୁ ଏକ ସଂରକ୍ଷିତ ପ୍ରଜାତିର ବୋଲି ମନା ଯାଇଥାଏ। ପ୍ରାକୃତିକ ସଂସ୍ଥାନ ଏବଂ ପର୍ଯ୍ୟାବରଣ ମନ୍ତ୍ରୀ ବିରବୁତ ସିଳ୍ପା-ଅର୍ଚ କହିଥିଲେ କି-ଯେଉଁ ଅବଶେଷ ୧୨କିମି (୭.୫ ମାଇଲ) ଦୂର ଅନ୍ତର୍ଦେଶୀୟ କ୍ଷେତ୍ରରୁ ମିଳିଛି ସେହି ବୈଜ୍ଞାନିକମାନଙ୍କୁ ପ୍ରଜାତିମାନଙ୍କର ବିକାଶ ନିମନ୍ତେ ବୁଝିବାରେ ସାହାଯ୍ୟ ମିଳିବ । ସେ କହିଛନ୍ତି ହଜାର ବର୍ଷରେ ସମୁଦ୍ରର ସ୍ଥର କେମିତି ବଦଳୁଛି ତାର ବି ଖବର ମିଳିବ।

ସିଙ୍ଗାପୁରରେ ରାଷ୍ଟ୍ରୀୟ ବିଶ୍ଵବିଦ୍ୟାଳୟ ରେ ସ୍କାଳର ମାର୍କସ ଛୁଆ କହିଥିଲେ କି ଖୋଜିବାରୁ ଜଣା ପଡ଼ିଛିକି ଥାଇଲ୍ୟାଣ୍ଡର ଖାଡିରେ ୬,୦୦୦ବର୍ଷ ଠୁ ନେଇ ୩,୦୦୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷାକୃତ ସମୁଦ୍ର ସ୍ତରରେ ବହୁତ ବଡ଼ ପରିବର୍ତ୍ତନ ଆସିଥିଲା, ବର୍ତ୍ତମାନର ସୀମା ଭିତରେ ୧୦ କିଲୋମିଟର ପର୍ଯ୍ୟନ୍ତ ସୀମାରେଖା ହୋଇଥିଲା।

ଏହା ପୂର୍ବରୁ, କେବଳ ସାମୁଦ୍ରିକ ଛୋଟ ଜୀବାଶ୍ମ ଅଥବା ଅନ୍ତର୍ଦେଶୀୟ କଙ୍କଡା ମିଳିଥାଏ, ଏବଂ ଏହା ସ୍ପଷ୍ଟ ନଥିଲା କି ଏହି ଜୀବାଶ୍ମକୁ ମନୁଷ୍ୟ ଦ୍ଵାରା ସ୍ଥାନାନ୍ତରିତ କରିଦିଆଯାଇଥିଲା। ସୂଚନା ମୁତାବକ ଏହି ପ୍ରକାର ବିଷୟ ଅତ୍ୟଧିକ ପ୍ରାସଙ୍ଗିକ ଅଟେ। ଏଥିରୁ ଜଣାପଡିଥାଏ କି ବଢୁଥିବା ଜଳବାୟୁ ସଙ୍କଟରେ ସମୁଦ୍ର କେଉଁ ଭୂମିକା ନିଭେଇ ଥାଏ। ଚୁଆ କହିଥିଲେ,”ଏହା ନିଶ୍ଚିତ ରୂପରେ ଏହି ପରିଣତି ଉପରେ ଧ୍ୟାନ ଦେଇଥାଏ, ଏବଂ ଦେଖି ପାରିବା କି କେମିତି ଏବଂ କେଉଁଠି ନିଚ ସ୍ଥାନରେ ସମୁଦ୍ରରୁ ବାହାରି ଯାଇଥାଏ।

ଏହି ଖୋଜିବାରେ ଅନୁସନ୍ଧାନକାରୀ ମାନଙ୍କୁ ହ୍ବେଲ୍ ପକ୍ଷୀ ସହିତ ଅନ୍ୟ ସାମୁଦ୍ରିକ ଜୀବ ମାନଙ୍କ ବିଷୟରେ ବୁଝିବାକୁ ବି ସାହାଯ୍ୟ ମିଳିବ।କଙ୍କାଳ ସହିତ, ଅନୁସନ୍ଧାନକାରୀ ମାନେ ତୀକ୍ଷ୍ଣ ଦାନ୍ତକୁ ବି ଖୋଜି ପାଇଥିଲେ। ଚୁଆ କହିଥିଲେ,”ବେଜ୍ଞାନିକ ସେହି ସମୟ ମଧ୍ୟରେ ମହଜୁଦ ଜୈବିକ ସମୁଦାୟର ପୁନଃନିର୍ମାଣ କରିବା ପାଇଁ ହ୍ବେଲର ଅବଶେଷକୁ ଅଧ୍ୟୟନ କରି ପାରିବ, ଏବଂ ଏହାର ତୁଳନା ବର୍ତମାନ ଜୀବ ସହ କରି ପାରିବା”

Leave a Reply

Your email address will not be published. Required fields are marked *