ବାହାଘର ର ୫୮ ବର୍ଷ ପରେ କଲେ ବିବାହ ଫଟୋ ସୁଟ, ଫଟୋ ଦେଖି ଲୋକମାନେ ହେଇଗଲେ ଇମୋସନାଲ

କେରଳ ରେ ରହୁଥିବା ଏକ ଦମ୍ପତି ବାହାଘର ର ୫୮ ବର୍ଷ ପରେ ତାଙ୍କ ୱେଡିଙ୍ଗ ଫଟୋ ସୁଟ କରିଛନ୍ତି।ଏହି ବୃଦ୍ଧ ଦମ୍ପତି ଏକଦମ୍ ୟଙ୍ଗ କପୁଲ୍ ଙ୍କ ପରି ଫଟୋ ଉଠାଇଛନ୍ତି। କୁହାଯାଉଛି କି ଚିନମ୍ମା ଏବଂ କୋଚୁକୁଟି ଙ୍କ ବାହାଘର କୁ ୫୮ ବର୍ଷ ହୋଇସାରିଛି। ଏବେ ସେ ୱେଡିଙ୍ଗ ଫଟୋ ସୁଟ କରିଛନ୍ତି।

ଏହି କାରଣରୁ କଲେ ୱେଡିଙ୍ଗ ଫଟୋ ସୁଟ:

ଚିନମ୍ମା ଏବଂ କୋଚୁକୁଟି ଙ୍କ ପାଖରେ ତାଙ୍କ ବାହାଘର ସମୟର କୌଣସି ଫଟୋ ନଥିଲା। ଏଥି ପାଇଁ ଏ ଦୁଇ ଜଣ ୱେଡଙ୍ଗ ଫଟୋ ସୁଟ କରାଇଛନ୍ତି। ଆଶ୍ଚର୍ଯ୍ୟ କଥା କି ସେ ଏହି କଥା କୁ ନିଜେ ମଧ୍ୟ ଜାଣି ନଥିଲେ।ଯେବେ ସେ ଜାଣିଲେ ତାଙ୍କର ୱେଡିଙ୍ଗ ଫଟୋ ସୁଟ କରାଯିବ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଉପାୟ ତାଙ୍କ ନାତି କରିଥିଲେ। ତାଙ୍କ ନାତି ଙ୍କ କହିବା ଅନୁସାରେ ତାଙ୍କ ଜେଜେ ଜେଜେମା ଙ୍କ ର କୌଣସି ବାହାଘର ର ଫଟୋ ନଥିଲା, ଏଥି ପାଇଁ ତାଙ୍କର ୱେଡିଙ୍ଗ ଫଟୋ ସୁଟ କରାଯାଇଥିଲା।ଏହି ଦମ୍ପତି ଙ୍କ ନାତି ଇଷ୍ଟାଗ୍ରାମ ରେ ପୋଷ୍ଟ କରି ଲେଖିଛନ୍ତି କି ସେ ତାଙ୍କର ଜେଜେ ଜେଜେମା ଙ୍କ ର ଫଟୋ ଦେଖିବା ପାଇଁ ଚାହୁଁଥିଲେ କିନ୍ତୁ ଫଟୋ ନଥିଲା। ଏଥି ପାଇଁ ସେ ଏହା କରିଥିଲେ।

ପୁଣି ନାତି ର ସରପ୍ରାଇଜ ରେ ଚିନମ୍ମା ଏବଂ କୋଚୁକୁଟି ବହୁତ ଖୁସି ହୋଇଯାଇଛନ୍ତି ଏବଂ ଏହି ଦମ୍ପତି ନିଜ ମଧ୍ୟ ଉଠାଇଛନ୍ତି। ବାହାଘର ଫଟୋ ଉଠାଇବା ପୂର୍ବରୁ ବହୁତ ପ୍ରସ୍ତୁତି କରାଯାଇଥିଲା ଏବଂ ତାଙ୍କୁ ସଜା ଯାଇଥିଲା। ଚିନମ୍ମା ଏହି ଫଟୋ ଉଠାଇବା ପାଇଁ ଧଳା ଏବଂ ଗୋଲ୍ଡେନ ରଙ୍ଗ ର ଶାଢ଼ୀ ପିନ୍ଧିଥିଲେ। ମେକଅପ ଆଟିଷ୍ଟ ମଧ୍ୟ ଭଲସେ ମେକଅପ କରାଇଥିଲେ। କୋଚୁକୁଟି କଳା ରଙ୍ଗର ସୁଟ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ହ୍ୟାଣ୍ଡସମ ଲାଗୁଥିଲେ। ତାଙ୍କ ନାତି କୋଚୁକୁଟି ଙ୍କୁ ପ୍ରସ୍ତୁତ କରାଇଥିଲେ।

ପ୍ରସ୍ତୁତ ହୋଇସାରିବା ପରେ ଭଲ ଜାଗାରେ ତାଙ୍କର ଫଟୋ ଉଠାଯାଇଥିଲା। ଫଟୋ ଉଠାଇବା ପରେ ତାଙ୍କ ନାତି ଇଷ୍ଟାଗ୍ରାମ ରେ ଫଟୋ ମଧ୍ୟ ଛାଡିଥିଲେ।ଯାହା ଭାଇରାଲ ମଧ୍ୟ ହୋଇଥିଲା ଏବଂ ଏହାକୁ ବହୁତ ଲୋକେ ପସନ୍ଦ ମଧ୍ୟ କରିଥିଲେ।ଏହି ଫଟୋ କୁ ଇଷ୍ଟାଗ୍ରାମ ଇଉଜର Phatography Athreya ସେୟାର କରିଥିଲେ ଯିଏ କି ତାଙ୍କ ନାତି ଅଟନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *