୭୦ ଫୁଟ ଗଭୀର କୂଅ ଭିତରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଲ-ଢ଼େଇ କରୁଥିବା ଏକ ନାବାଳକକୁ କେମିତି ଉ-ଦ୍ଧା-ର କରାଗଲା ଦେଖନ୍ତୁ

ଯାହାକୁ ରଖିବେ ଭଗବାନ ତାକୁ ବା କିଏ ମାରିବ”- ଏହି କଥା ପୁନଃ ସିଦ୍ଧ ହୋଇଗଲା। ୭୨ ଘଣ୍ଟା ଅର୍ଥାତ ୩ ଦିନ ଧରି ୭୦ ଫୁଟ ଲମ୍ବର ଅନ୍ଧକାର କୂଅ ରେ ଫସି-ଯାଇ ଥିଲା ଏକ ନାବାଳକ। ଯାହାର ବୟସ ୯ ବର୍ଷ ଓ ନାମ ରୋହିତ ଅଟେ। ସେ ସେଠାରେ କାନ୍ଦି, ଭୋକ ଓପାସ ରେ ଚି-ତ୍କାର କରି ମୃ-ତ୍ୟୁ ସହ ଲ-ଢେ଼ଇ କରୁଥିଲା। ତାର ଜୀ-ବନ ର-କ୍ଷା ହେତୁ କନେ-ଷ୍ଟବଳ ନିଜର ଜୀବନ ବିପ-ଦରେ ପକାଇ ରୋହିତ କୁ ବଞ୍ଚାଇ ଚର୍ଚ୍ଚା କୁ ଆସିଥିଲେ। ଯାହାଙ୍କୁ ସମସ୍ତେ ସଲାମ କରିବା ସହ ଏସପି ତାଙ୍କୁ ୧୧ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।

ଚୁଲ୍ହହାବଳି ଅଧିବାସୀ ବୀମା ଏଜେଣ୍ଟ ବିଜୟକୁମାର ଙ୍କ ପ୍ରଥମ ବର୍ଷରେ ପଡ଼ୁଥିବା ପୁଅ ରୋହିତ ଘରୁ ହଠାତ ଅଦୃଶ୍ୟ ହୋଇଯାଇ ଥିଲା। ପୋ-ଲିସ ରୋହିତର ପରିବାରବର୍ଗ ଙ୍କ ସହ ସମ୍ଭାବିତ ସ୍ଥାନରେ ଖୋଜା-ଖୋଜି କରି ତାକୁ ପାଇପାରିଲା ନାହିଁ। ଏହା ଭିତରେ ୩ ଦିନ ବିତିଯାଇ ଥିଲା। ୧୦ ଫେବୃଆରୀ ସକାଳ ପ୍ରାୟ ୯ଟାରେ ଗାଁର କୂଅ ପାଖଦେଇ ଯାଉଥିବା ସମୟରେ ଜଙ୍ଗଲକର୍ମୀ ରାଜେଶଙ୍କୁ ଏକ ବାଳକର କାନ୍ଦ ଶୁଣିବାକୁ ପାଇଲେ।

ଜଙ୍ଗଳକର୍ମୀଙ୍କ ସୂଚନା ପାଇ ଗାଁଲୋକ ଓ ପୋ-ଲିସ ସେଠାରେ ପହଞ୍ଚି ଯାଇଥିଲେ। କେହି ସେ ୭୦ ଫୁଟ ଗଭୀର ଅନ୍ଧକାର କୂଅ ଭିତରକୁ ପ୍ରବେଶ କରିବାକୁ ଇଚ୍ଛା କରି ନଥିଲେ। ସେତେବେଳେ ଟୁଣ୍ଡଲା ଥା-ନାର କନେ-ଷ୍ଟବଳ ଶିବକୁମାର ଗୌତମ ବିନା ସମୟ ଅପେକ୍ଷାରେ ନିଜର ଜୀବନ ସଙ୍କଟା-ପନ୍ନ କରି ସେ ଗଭୀର କୂଅ ଭିତରକୁ ପ୍ରବେଶ କରିଥିଲେ। ସେତେବେଳେ ରୋହିତ ବେହୋସ ଥିଲା, ତେଣୁ ତାକୁ ନିଜ ସହ ରସି ରେ ବାନ୍ଧି ଉପରକୁ ଆଣିଥିଲେ। ଏବଂ ସେହି ସମୟରେ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା। ଏବେ ସେ ଠିକ ହେବା ସହ shock ରେ ଅଛି।

ଆଉ ଥରେ ବର୍ଦ୍ଦି ହେଲା ପରୋପକାରୀ। ଟୁଣ୍ଡଲା ଥା-ନାର କନେ-ଷ୍ଟବଳ ଶିବକୁମାର ଗୌତମ ନିଜର ଅନନ୍ୟ ସାହସ ଦେଖାଇ ସେହି ୭୦ ଫୁଟ ଗଭୀର କୂଅ ଭିତରକୁ ପଶିଥିଲେ ଏକ ୯ ବର୍ଷର ରୋହିତ କୁ ରକ୍ଷା କରିବା ପାଇଁ। ତାଙ୍କୁ ଲୋକମାନେ ପ୍ରଶଂସା ର ପାତ୍ର କରିଥିଲେ।

ପୋ-ଲିସ ଙ୍କ କହିବା ଅନୁସାରେ ସେହି କୂଅ ଟି ପ୍ରାୟ ୩ କିଲୋମିଟର ଗାଁଠାରୁ ଦୂରରେ ରହିଛି। ଆଶଙ୍କା ଏହା କରାଯାଏ କି ଗାଁର କୌଣସି ବ୍ୟକ୍ତି ତାକୁ ସେହି କୂଅ ଭିତର କୁ ପକେଇଦେଇଛି। ସେଠାରେ ପାଣି ନାହିଁ କିନ୍ତୁ ପଥର କିଛି ପଡ଼ିଛି, ଯାହାଦ୍ୱାରା କି ସେ ଅଚେତ ହେଇଯାଇଥିଲା। ପରେ ଯେବେ ହୋସ ଆସିଲା ସେତେବେଳେ ସେ ଚି-ତ୍କାର କରିଥିଲା। କିନ୍ତୁ ତାକୁ ପଶୁମାନଙ୍କର କୋଳାହଳ ଭୟ-ବିତ କରୁଥିଲା।

ଡାକ୍ତରଙ୍କ ଅନୁସାରେ ରୋହିତର ଜୀବନ ସେହି ଅନ୍ଧାର କୂଅରେ ବି ଭୋକ ଓପାସ ଦ୍ୱାରା ଯାଇପାରି ଥାଆନ୍ତା। ତାକୁ ସାମାନ୍ୟ ହେବାକୁ ସମୟ ଲାଗିବ। ସେ ଠିକ ହେଲା ପରେ କହୁଥିଲା କି,” ମୁଁ ମୋ ବାପା- ମାଆଙ୍କୁ କେବଳ ଡାକୁଥିଲି ଚି-ତ୍କାର କରି। ଏବଂ ପଶୁମାନଙ୍କ କୋଳାହଳ ମତେ ଭୟ-ବିତ କରୁଥିଲା”।

ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟି ଅଧିକ ମାତ୍ରାରେ ପ୍ରସାରିତ ହେଉଥିଲା, ଯାହାଦ୍ୱାରା କନେ-ଷ୍ଟବଳ ଶିବକୁମାର ଗୌତମଙ୍କୁ ଲୋକମାନଙ୍କ ଠାରୁ ପ୍ରଶଂସା ପାଇଛନ୍ତି। ତାଙ୍କୁ ତାଙ୍କ ଏସପି ସାବାସି ଦେବା ସହ ୧୧ ହଜାର ଟଙ୍କାର ଚେକ ଦେବାର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *