ପତ୍ନୀର ଚିକିତ୍ସା ପାଇଁ ପତି ୧୭ ବର୍ଷ ହେଲା ରାସ୍ତାରେ ଭାୟୋଲିନ ବଜାଉଥିଲେ ବୃଦ୍ଧ ବ୍ୟକ୍ତି। ଭାଇରାଲ ଷ୍ଟୋରୀ ଲୋକମାନଙ୍କର ହୃଦୟ କିଣିନେଲା

୭୭ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କର ଷ୍ଟୋରୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତାଙ୍କର କାହାଣୀ ପଡ଼ିଲା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ। କୋଲକାତାର ସ୍ବପନ ସେଟଙ୍କର କାହାଣୀ ଖେଳେଇ ହଉଛି ଏବଂ ତାଙ୍କୁ ଅନେକ ପ୍ରଶଂସା ମିଳୁଛି। ୨୦୦୨ ମସିହାରେ ବୃଦ୍ଧ ବ୍ୟକ୍ତିଙ୍କ ପତ୍ନୀ ଗର୍ଭାଶୟରେ କ୍ୟାନ୍ସର ହୋଇଥିଲା। ତାଙ୍କର ଚିକିତ୍ସା ପାଇଁ ସେ ଦେଶ ଦେଶ ବୁଲି ଭାୟୋଲିନ ବଜାଇ ଟଙ୍କା ଏକଜୁଟ କରିବା ପାଇଁ ଯାତ୍ରା କଲେ। ସୋସିଆଲ ମିଡ଼ିଆରେ ତାଙ୍କର ଭାୟୋଲିନ ବଜାଇବାର ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି।

ରାସ୍ତା ଉପରେ ଭାୟୋଲିନ ବଜାଇ ପତ୍ନୀର କଲେ ଚିକିତ୍ସା:-

ସ୍ବପନ ସେଟ ଏକ ଚିତ୍ରକାର, ମୂର୍ତ୍ତିକାର, ଏବଂ ଭାୟୋଲିନ ବାଦକ ଅଟନ୍ତି। ସେ ନିଜର ପତ୍ନୀର ଚିକିତ୍ସା ପାଇଁ ଟଙ୍କା ଏକଜୁଟ କରିବା ପାଇଁ ନିଜର କଳାକୁ ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ। ଏବଂ ସେ ଏହି କଳାକୁ ୧୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ହୋଇଥିଲେ। ୨୦୧୯ରେ ତାଙ୍କର ପତ୍ନୀଙ୍କ ରୋଗର ଚିକିତ୍ସା କରାଗଲା। ଏବଂ ସେ ପୁଣି ଥରେ ଭଲ ହୋଇଗଲେ। କିନ୍ତୁ ସେଟ ନିଜର ଯାତ୍ରା ଜାରୀ ରଖିଥିଲେ ଏବଂ ଜନତାମାନଙ୍କ ପାଇଁ ଭାୟୋଲିନ ବଜାଉଛନ୍ତି। ଭିଡିଓରେ ତାଙ୍କୁ ଧୋତି- କୁର୍ତ୍ତାରେ ଦେଖିବାକୁ ପାଇବେ।

ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ:-

କୋଲକାତାର ଏକ ଶପିଙ୍ଗ ମହଲ ବାହାରେ ଭାୟୋଲିନ ବଜାଉଥିବାର ସ୍ବପନ ସେଟଙ୍କ ଏକ ଭିଡିଓ ଏହି ମାସର ଆରମ୍ଭରେ ଫେସବୁକରେ ସେୟାର କରାଯାଇଥିଲା। କ୍ୟାପସନରେ ଲେଖାଯାଇଥିଲା,” ସ୍ବପନ ସେଟ ଜଣେ ଚିତ୍ରକାର, ମୂର୍ତ୍ତିକାର ଓ ଭାୟୋଲିନ ବାଦକ ଅଟନ୍ତି। ତାଙ୍କର ଷ୍ଟୁଡିଓ ବଳରାମ ଡେ ଷ୍ଟ୍ରୀଟ କୋଲକାତାରେ ଅଛି। ୨୦୦୨ରେ ତାଙ୍କ ପତ୍ନୀଙ୍କ ଗର୍ଭାଶୟରେ କ୍ୟାନ୍ସର ହୋଇଥିବାର ଜଣା ପଡିଥିଲା। ସେ ନିଜର କଳାକୁ ବ୍ୟବହାର କରି ଚିକିତ୍ସା ପାଇଁ ଧନ ଏକଠି କରୁଥିଲେ। ଏବଂ ବିଭିନ୍ନ ସ୍ଥାନକୁ ଯାଇ ଭାୟୋଲିନ ବଜାଉଥିଲେ ଏବଂ ସ୍କେଚିଙ୍ଗ ମଧ୍ୟ କରୁଥିଲେ”।

ସଂଘର୍ଷର ୧୭ ବର୍ଷ ପରେ, ତାଙ୍କର ପତ୍ନୀ ଠିକ ହୋଇଯାଇଥିଲେ। ଏବଂ ଏକ ସୁସ୍ଥ ଜୀବନ ଜୀଉଁଛନ୍ତି। ସେ ଏବେବି ସହର ସହର ବୁଲି ଭାୟୋଲିନ ବଜାଇ ଲୋକମାନଙ୍କୁ ଏଣ୍ଟରଟେନ କରୁଛନ୍ତି। ଯିଏ ତାଙ୍କର ଭାୟୋଲିନ ତାଙ୍କ ପାଖରେ ଛିଡ଼ା ହୁଅନ୍ତି, ସେମାନେ ଫ୍ଲାଇଙ୍ଗ କିସ ତାଙ୍କୁ ଦିଅନ୍ତି।

ତାଙ୍କର ଷ୍ଟୋରୀକୁ ଟ୍ୱିଟରରେ ‘I LOVE SILIGURI’ ନାମକ ଏକ ପେଜରେ ମଧ୍ୟ ସେୟାର କରାଯାଇଛି। ଏହା ସହ କୁହାଯାଇଛି କି, ତାଙ୍କ ମ୍ୟୁଜିକର ସିଡ଼ି ଉପଲବ୍ଧ ଅଛି। ପେଜ ଲେଖିଛି,’ ଯଦି ଆପଣ ତାଙ୍କୁ ସପୋର୍ଟ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କର ସିଡ଼ି କିଣନ୍ତୁ ଏବଂ ତାଙ୍କୁ ମ୍ୟାସେଜ କରନ୍ତୁ’।

Leave a Reply

Your email address will not be published. Required fields are marked *