୯୭ବର୍ଷର ବୃଦ୍ଧ ମହିଳାଙ୍କ ନିବେଦନ ଜିତି ନେଉଛି ଲୋକମାନଙ୍କ ହୃଦୟ, ଭିଡିଓ ଜାରି କରି ଦେଇଛି ଏହି ବିଶେଷ ସୂଚନା

ବର୍ତମାନ ସୋସିଆଲ ମିଡିଆରେ ଜଣେ ବୃଦ୍ଧ ମହିଳାଙ୍କ ନିବେଦନର ଭିଡିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହିଳା ଜଣଙ୍କ ସବୁ ଲୋକଙ୍କୁ ଆହ୍ବାନ କରିଛନ୍ତି କି ଭ୍ୟାକ୍ସିନ ଲଗାନ୍ତୁ। ବର୍ତମାନ ତାଙ୍କର ଏହି ସୂଚନାକୁ ବହୁ ମାତ୍ରାରେ ସେୟାର କରାଯାଉଛି।

କୋରୋନା ଭାଇରସକୁ ରୋକିବା ପାଇଁ ସାରା ଦୁନିଆରେ ଟୀକାକରଣ ଅଭିଯାନ ଚାଲୁଛି। କିନ୍ତୁ ଏହାପରେ ମଧ୍ୟ ବହୁତ ସାରା ଲୋକ ଏବେ ମଧ୍ୟ ଭ୍ୟାକ୍ସିନ ଲଗାଇବାକୁ ନେଇ ଦ୍ୱନ୍ଦ୍ୱ ସ୍ଥିତିରେ ଅଛନ୍ତି। ଅନେକ ଲୋକ ଏବେ ମଧ୍ୟ କୋରୋନା ଭ୍ୟାକ୍ସିନକୁ ସୁରକ୍ଷିତ ମାନୁନାହାନ୍ତି।ବର୍ତମାନ ସୋସିଆଲ ମିଡିଆରେ ଜଣେ ବୃଦ୍ଧ ମହିଳାଙ୍କ ନିବେଦନର ଭିଡିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହିଳା ଜଣଙ୍କ ସବୁ ଲୋକଙ୍କୁ ଆହ୍ବାନ କରିଛନ୍ତି କି ଭ୍ୟାକ୍ସିନ ଲଗାନ୍ତୁ। ବର୍ତମାନ ତାଙ୍କର ଏହି ସୂଚନାକୁ ବହୁ ମାତ୍ରାରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ପ୍ରସିଦ୍ଧ ହେଉଥିବା ଏହି ଭିଡିଓରେ ୯୭ବର୍ଷିୟ ମହିଳାଙ୍କୁ କ୍ୟାମେରା ସାମ୍ନାରେ କଥା ହେଉଥିବାର ଦେଖା ଯାଇଛି କି ସେ ମାର୍ଚ୍ଚରେ କୋଭିଡ-୧୯ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ଏବଂ ତା ପରଠାରୁ ସେ ଏପର୍ଯ୍ୟନ୍ତ ବହୁତ ଭଲ ଅନୁଭବ କରୁଛନ୍ତି।ଏହି ସୂଚନା ଲୋକମାନଙ୍କୁ ଦେବା ସମୟରେ ବୃଦ୍ଧ ମହିଳା ଜଣଙ୍କ ସମସ୍ତଙ୍କୁ କହିଛନ୍ତି, “ମୋତେ କଷ୍ଟ ହେଉନାହିଁ କିମ୍ବା ଏପର୍ଯ୍ୟନ୍ତ ମଧ୍ୟ କୈାଣସି ପ୍ରକାରର କିଛି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ହୋଇନାହିଁ।”

ପୂର୍ବ କିଛି ଦିନରୁ ଇଣ୍ଟରନେଟ ଦୁନିଆରେ କୋରୋନା ଭ୍ୟାକ୍ସିନ ସହିତ ଯୋଡା ଅନେକ ମିଥ୍ୟା ସୂଚନା ବ୍ୟାପିବାରେ ଲାଗିଥିଲା। ଏଥିପାଇଁ ଟୀକାକରଣ ସହିତ ଯୋଡା ଭ୍ରାନ୍ତ ଧାରଣାକୁ ଦୂର କରିବା ସମୟରେ ମହିଳା ଜଣଙ୍କ କହିଛନ୍ତି, “କେହିବି ଭୟଭୀତ ହୁଅନ୍ତୁ ନାହିଁ। ସଂପୂର୍ଣ୍ଣ ଟୀକା କରଣ କରନ୍ତୁ, ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଆଖପାଖରେ ମହଜୁଦ ବାକି ଲୋକମାନଙ୍କ ପାଇଁ ମଧ୍ୟ ବହୁତ ଭଲ ଅଟେ।”ଏହି ଭିଡିଓକୁ ବରିଷ୍ଠ ପତ୍ରକାର ଲତା ବେଙ୍କେଟଶନ ସେୟାର କରିଛନ୍ତି।

ସୋସିଆଲ ମିଡିଆକୁ ଭିଡିଓଟି ଆସିବା ପରେ ବୃଦ୍ଧ ମହିଳା ଜଣଙ୍କ ଇଣ୍ଟରନେଟରେ ଛାଇ ଯାଇଛନ୍ତି। କୋରୋନା ଟୀକାକରଣକୁ ବଢାଇବା ପାଇଁ ତାଙ୍କର ଅନ୍ଦାଜ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ଟୀକାକରଣକୁ ପ୍ରେରିତ କରିବା ପାଇଁ ସୂଚନା ଉପରେ ଲୋକମାନେ ଅଲଗା-ଅଲଗା ପ୍ରକାରରେ ଟିପ୍ପଣୀ ଦେବାରେ ଲାଗି ପଡିଛନ୍ତି ଏବଂ ଏହା ସହିତ ଭିଡିଓକୁ ମଧ୍ୟ ସେୟାର କରୁଛନ୍ତି। ଏହି ଭିଡିଓକୁ ରିଟୁଇଟ ଏବଂ ଲାଇକ କରିବାରେ ସେଲିବ୍ରେଟୀମାନେ ମଧ୍ୟ ସାମିଲ ଅଛନ୍ତି।

ଜଣେ ୟୁଜର ଭିଡିଓ ଦେଖିବା ପରେ ଲେଖିଛନ୍ତି, “ଏହାକୁ ଶୁଣ।ଭ୍ୟାକ୍ସିନରେ କଷ୍ଟରୁ ମୁକ୍ତି ରହିଛି, ଏବଂ ସମୟର ଆବଶ୍ୟକତା ମଧ୍ୟ ରହିଛି।”ସେଠାରେ ଅନ୍ୟ ଜଣେ ୟୁଜର ଟୁଇଟ କରିଛନ୍ତି, “ଏହା ସେହି ଲୋକମାନଙ୍କ ପାଇଁ ଅଟେ ଯେଉଁମାନେ କୋରୋନା ଭ୍ୟାକ୍ସିନ ଲଗାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି।ବର୍ତମାନ ଭ୍ୟାକ୍ସିନ ପ୍ରତି ସଙ୍କୋଚ ରଖିବାର ସମୟ ନୁହେଁ।”ଆପଣଙ୍କୁ ଜଣାଇ ଦେଉଛୁ କି ୧ମଇରୁ ଭାରତରେ ୧୮ବର୍ଷରୁ ଉର୍ଦ୍ଧ ଲୋକମାନଙ୍କ ପାଇଁ ଟୀକାକରଣ ଅଭିଯାନ ତୃତୀୟ ଚରଣର ଆରମ୍ଭ ହୋଇସାରିଛି। ଏହି ଚରଣରେ ଲୋକମାନଙ୍କୁ ପ୍ରାଇଭେଟ ଏବଂ ସରକାରୀ ଡାକ୍ତରଖାନାରେ ଟୀକାକରଣର ସୁବିଧା ଦିଆଯାଇଛି।

Leave a Reply

Your email address will not be published. Required fields are marked *