ଦୁଇଟି ପିଲାର ମା ସହ କଲେ ଫେସବୁକରେ ଦୋସ୍ତି, ଦେଖା କରିବାକୁ ଗଲେ ତ କରିଲେ ଏମିତି କାମ

ୟୁପି ର ଜାଲୌନ ପୋଲିସ କୁ ଏକ ବଡ ସଫଳତା ହାତ ରେ ଲାଗିଛି। ପୋଲିସ ଏକ ମହିଳା ଏବଂ ତା ସହିତ ଏକ ଛୁଆ ର ଅପହରଣ କରି ବଦଳ ରେ ୨୦ ଲକ୍ଷ ଟଙ୍କା ମାଗିବା ଘଟଣା ର ଖୁଲାସା କରି ତିନି ଅପହରଣକାରୀ ଙ୍କୁ ଗିରଫ କରି ପଚରା ଉଚରା କରୁଛି।

ଘଟଣା ଜନପଦ ଜାଲୌନର ସିରସାକଲାର ଥାନାର। ଯେଉଁଠି ସୀତାପୁର ନିବାଶୀ ଶିବମ ଫେସବୁକ ରେ ଜଣେ ମହିଳାଙ୍କ ସହ ଦୋସ୍ତି କରି ତାକୁ ନିଜର ପ୍ରେମ ଜାଲରେ ଫସେଇ ଦେଲା । ସବୁବେଳେ କଥା ହେଲେ। ଦିନେ ସେ ମହିଳାଙ୍କୁ ଦେଖା କରିବାକୁ ଡାକିଲା।

ନଭେମ୍ବର ୧ କୁ ମହିଳା ଜଣକ ନିଜର ଦୁଇ ପିଲାଙ୍କୁ ନେଇ ଲଖନୌଉ ଚାରବାଗ ବସ ଆଡ୍ଡାରେ ଯାଇ ପହଁଚିଲା। ସେଠାରେ ଶିବମ ମଧ୍ୟ ଆସି ପହଁଚିଲା। ତା ପରେ ଦୁଇ ଜଣ ସୀତାପୁର ଗୋହଡା ଗାଁ ଚାଲିଗଲେ । ଯେଉଁଠି ଶିବମ ନିଜ ଘରେ ମହିଳା ଏବଂ ତାଙ୍କ ପିଲା ଙ୍କୁ ବାନ୍ଧି ଦେଇଥିଲେ।

ମହିଳାଙ୍କର କଳ୍ପନା ନଥିଲା କି ପ୍ରେମ ଚକର ରେ ତାଙ୍କର ଏପରି ଅପହରଣ ହୋଇଛି ବୋଲି। ନଭେମ୍ବର ୭ କୁ ତାଙ୍କ ସ୍ବାମୀଙ୍କୁ ଫୋନ କରି ୨୦ ଲକ୍ଷ ଟଙ୍କା ଫେରସ୍ତର ମେସେଜ ଆସିଥିଲା। ଯେଉଁଥିରେ ଅପହରଣକାରୀ କହିଛନ୍ତି କି ସ୍ତ୍ରୀ ଏବଂ ପିଲା ଙ୍କୁ ଜିବନ୍ତ ଚାହୁଁଛ ତ ୨୦ ଲକ୍ଷ ଟଙ୍କା ଦେଇ ଦିଅ।

ସ୍ବାମୀ ଏହି ବିଷୟରେ ପୋଲିସ କୁ ଦେଇଥିଲେ ଯାହାପରେ ଥାନା ପୋଲିସ ନିଜର କାର୍ଯ୍ୟ କରିଥିଲା। ଯେଉଁ ଫୋନ ନମ୍ବର ରୁ ଟଙ୍କା ମଗା ଯାଇଥିଲା ତାହାକୁ ଟ୍ରେସ କରି ପୋଲିସ ସୀତାପୁର ପହଁଚି ଥିଲା। ଯେଉଁଠାରୁ ତିନି ଅପହରଣକାରୀ ଙ୍କୁ ଗିରଫ କରି ମା ଏବଂ ପିଲାଙ୍କୁ ସେଠାରୁ ମୁକ୍ତ କରି ଥିଲେ। ପୋଲିସ ଏହି ଘଟଣା କୁ ୧୨ ଘଣ୍ଟା ରେ ସଫଳ ହୋଇଥିଲା। ଯେଉଁଥିରେ ଆଇଜି ଖୁସି ହୋଇ ପୋଲିସ ଟିମ କୁ ୫୦ ହଜାର ଟଙ୍କାର ଉପହାର ଦେଇଛନ୍ତି।

ଏସପି ୟଶବୀର ସିଂହ କହିଛନ୍ତି କି ନଭେମ୍ବର ୭ କୁ ଜାଲୌନ ର ସିରସାଲାର ଥାନାରେ ଜଣେ ବ୍ୟକ୍ତି ଦ୍ବାରା ଅଭିଯୋଗ ହୋଇଥିଲା କି ତାଙ୍କ ସ୍ତ୍ରୀ ଙ୍କୁ କିଏ ଅପହରଣ କରିନେଇଛି। ଏହା ବଦଳରେ ସେମାନେ ମତେ ୨୦ ହଜାର ଟଙ୍କା ମାଗୁଛନ୍ତି। ସୂଚନା ଦେବା ମାତ୍ରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଅପହରଣକାରୀ ଫୋନ ନମ୍ବର ସହିତ ହ୍ବାଟସପ ,ଫେସବୁକ ର ଜାଞ୍ଚ କରାଗଲା। ତାଙ୍କର ଲୋକେସନ ସୀତାପୁର ଦେଖାଇଲା ଯେଉଁଠାରେ ମହିଳା ଙ୍କ ସହିତ ଦୁଇ ପିଲା ଙ୍କୁ ସୁରକ୍ଷିତ ରେ ଉଧାର କରାଗଲା।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *