ଡାକ୍ତରଖାନ ରେ ଏକ ଝିଅର ଶବକୁ କୁକୁର କାମୁଡି ଘୋସାଡ଼ୁ ଥିଲା, ହସ୍ପିଟାଲ ପ୍ରଶାସନ ର ଏତେ ବଡ ଅବହେଳା ସାମ୍ନାକୁ ଆସିଲା

ଏକ ଅଜବ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି ମେଡିକାଲ ପରିସରରେ। ମେଡିକାଲ ପରିସରରେ ଷ୍ଟ୍ରେଚରରେ ରଖାଯାଇଥିବା ଏକ ଝିଅର ମୃତଦେହକୁ କୁକୁର ଟାଣିକରି ଖାଉଥିଲା। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଡାକ୍ତରଖାନାର ଲୋକମାନେ ଆଶର୍ଯ୍ୟନ୍ଵିତ ହୋଇଗଲେ। କିଛି ଲୋକ ମୋବାଇଲ ମାଧ୍ୟମରେ ଭିଡିଓ ବନାଇଥିଲେ। ଏଥି ସହିତ ସିଏମଓ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭଲର ହସନପୁର କଳା ଥାନା ଅନ୍ତର୍ଗତ ଡିଡୋଲିରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୧୩ବର୍ଷୀୟ ରିଙ୍କୀଙ୍କ ମୃତ୍ୟୁ ଘଟିଥିଲା, ଯେତେବେଳେ ତାଙ୍କ ଭାଇ ପୱନ ଗୁରୁତର ଆହତ ହୋଇଥିଲେ। ଭାଇ ଓ ଭଉଣୀ ଦୁଇଜଣ ବାଇକରୁ ପେଟ୍ରୋଲ ନେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ରିଙ୍କୀଙ୍କୁ ମୃତ ଘୋଷଣା କରିଥିବାବେଳେ ପୱନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

କୁହାଯାଇଛି କି ପୱନଙ୍କ ଅବସ୍ଥା ମଧ୍ୟ ବହୁତ ଚିନ୍ତାଜନକ ଥିଲା। ଘରର ସମସ୍ତ ଲୋକ ପୁଅର ଦେଖାଚାହାଁରେ ନିୟୋଜିତ ଥିଲେ। ଏବଂ ରିଙ୍କୀଙ୍କ ମୃତଦେହକୁ ଡାକ୍ତରଖାନା ପରିସରରେ ଏକ ଷ୍ଟ୍ରେଚରରେ ରଖାଯାଇଥିଲା। ଝିଅଟିର ଶବ ନିକଟରେ କେହି ନଥିଲେ। ଏହି ସମୟରେ ଡାକ୍ତରଖାନାରେ ବୁଲୁଥିବା କୁକୁରମାନେ ଝିଅର ଶରୀରକୁ କାମୁଡ଼ିବାକୁ ଲାଗିଲା। ଏହି ଦୃଶ୍ୟକୁ ସେଠାକାର ଲୋକମାନେ ଦେଖିବା ପରେ ଭିଡିଓ ବନାଇଥିଲେ ଏବଂ କୁକୁରତିକୁ ଭଗାଇ ଦେଇଥିଲେ। ଏହି ଘଟଣା ମୃତକଙ୍କ ପରିବାର ଲୋକଙ୍କ କାନରେ ପଡିବା ମାତ୍ରେ ସେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ।

ଏହି ମାମଲାରେ ପରିବାର ଲୋକ ମେଡିକାଲ ପ୍ରଶାସନ ଉପରେ ବଡ ଆରୋପ ଲଗାଇଛନ୍ତି ଏବଂ ଏହା ମେଡିକାଲ ପ୍ରଶାସନର ଅବହେଳା ଯୋଗୁଁ ଏପରି ଘଟିଛି ବୋଲି ଅଭିଯୋଗ ଆଣିଛନ୍ତି। ସିଏମଓ ଅମିତା ସିଂଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *