ଅଧଘଣ୍ଟାର ଫୋନ କଲ ବଦଳେଇ ଥିଲା ଅମୀର ଖାନଙ୍କ ଜୀବନ। ଏମିତି ହୋଇଥିଲା କିରଣଙ୍କ ସହିତ ସାକ୍ଷାତ।

ମୁମ୍ବାଇ: ଅମୀର ଖାନ ଙ୍କ ପତ୍ନୀ କିରଣ ରାବ ୭ ନଭେମ୍ବର କୁ ଜନ୍ମ ଦିନ ପାଳନ କରିବେ।ଅମୀର ଙ୍କ ସହିତ କିରଣ ରାବ ଙ୍କ ଲଭ ଷ୍ଟୋରୀ ବହୁତ କୌତୁହଳ ଅଟେ। ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଅଛି। କିରଣ ଙ୍କ ପୂର୍ବରୁ ଅମୀର ଖାନ ଙ୍କ ବାହାଘର ରୀନା ଦତ୍ତା ଙ୍କ ସହିତ ହୋଇଥିଲା।ଯାହା ୨୦୦୨ ମସିହାରେ ଛାଡ଼ପତ୍ର ହୋଇଯାଇ ଥିଲା।ପରେ ଅମୀର ଖାନ ଙ୍କୁ ଦ୍ଵିତୀୟ ଥର ଭଲ ପାଇବା ମିଳିଥିଲା।କିରଣ ତାଙ୍କ ଜୀବନ ରେ ଆସିଥିଲେ।କିରଣ ଙ୍କ ଜନ୍ମ ଦିନ ରେ ଆସନ୍ତୁ ଜାଣିବା ତାଙ୍କ ଲଭ ଷ୍ଟୋରୀ ବିଷୟରେ।

ଗୋଟେ ସାକ୍ଷାତକାର ରେ ଅମୀର ଖାନ କହିଥିଲେ କି ସେ ଯେବେ ୨୦୦୧ ମସିହାରେ ଲଗାନ ଚଳଚ୍ଚିତ୍ର କରିଥିଲେ ସେବେ କିରଣ ଙ୍କ ସହ ଦେଖା ହୋଇଥିଲା।ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଙ୍କ ମଧ୍ୟ ରୁ ଜଣେ ଥିଲେ।କିନ୍ତୁ ସେ ସମୟରେ ତାଙ୍କ ସହିତ କିଛି ସମ୍ପର୍କ ନଥିଲା।ଏପର୍ଯ୍ୟନ୍ତ କି ସେମାନେ ଭଲ ସାଙ୍ଗ ମଧ୍ୟ ହୋଇ ନଥିଲେ।ସେ କେବଳ ୟୁନିଟ ର ଭାଗିଦାରୀ ଥିଲେ। ସେ ତାଙ୍କର ଛାଡ଼ପତ୍ର ପରେ ତାଙ୍କ ସହିତ ଦିତ୍ବୀୟ ଥର ମିଳିଥିଲେ।

ଅଧ ଘଣ୍ଟା ର ଫୋନ କଲ ବଦଳେଇ ଥିଲା ତାଙ୍କ ଜୀବନ।

ଅମୀର ଖାନ କହିଥିଲେ କି ତାଙ୍କ ପାଖକୁ କଲ ଆସିଥିଲା ଏବଂ ସେ ଅଧ ଘଣ୍ଟା କଥା ହୋଇଥିଲେ।ଯେବେ ସେ ଫୋନ ରଖିଥିଲେ କହିଥିଲେ, ‘ My God’ । ଯେବେ ସେ କିରଣ ସହ କଥା ହେଉଥିଲେ ସେ କହିଥିଲେ ଖୁସି ଅନୁଭବ କରୁଥିଲେ।ଏହା ପରେ ତାଙ୍କ ସହିତ ଡେଟିଙ୍ଗ ଆରମ୍ଭ କରିଥିଲେ।ବାହାଘର ପୂର୍ବରୁ ବର୍ଷେ ଦୁଇ ବର୍ଷ ମଧ୍ୟ ତାଙ୍କ ସହିତ ରହିଥିଲେ।

ପନ୍ଦର ବର୍ଷ ପୂର୍ବରୁ କିରଣ ଅମୀର ଙ୍କ ସହ କରିଥିଲେ ବିବାହ।

୨୦୦୫ ମସିହାରେ କିରଣ ଏବଂ ଅମୀର ଖାନ ଙ୍କ ର ବିବାହ ହୋଇଥିଲା।ଦୁଇ ଜଣ ଙ୍କ ର ଗୋଟେ ପୁଅ ମଧ୍ୟ ଅଛି।ଯାହାର ନାମ ଆଜାଦ ଅଟେ।ପୁଣି ଯଦି ଆମେ ପ୍ରଫେସନାଲ ଜୀବନ ବିଷୟରେ କଥା ହେବା ତ କିରଣ ପ୍ରଡ୍ଯୁସର, ଡାଇରେକ୍ଟର,ସ୍କ୍ରିନ ରାଇଟର ର ଭୂମିକା ମଧ୍ୟ ନିଭେଇ ସାରିଛନ୍ତି।ସେ ଜାନେ ତୁ ୟା ନା ଜାନେ, ଧୋବୀ ଘାଟ, ଦଙ୍ଗଲ, ତଲାସ, ସିକ୍ରେଟ ସୁପରଷ୍ଟାର, ପିପଲି ଲାଇଭ ଯେଭଳି ଚଳଚ୍ଚିତ୍ର ରେ ସମ୍ପାଦନା ଦେଇଛନ୍ତି।ସେ ଧୋବୀ ଘାଟ ରେ ଡାଇରେକ୍ଟର ଭୂମିକା ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *