ପ୍ରତିମାସରେ 6 ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତି ଜଣକ ହେଲେ ବି ଗାର୍ଲଫ୍ରେଣ୍ଡ ମିଳିବା ଅସମ୍ଭବ ଅଟେ , ଜାଣନ୍ତୁ ପୁରା ଘ-ଟ-ଣା

28 ବର୍ଷିୟ ଏହି ବ୍ୟକ୍ତି ଜଣକ ବହୁତ ଭାଇରାଲ ହେଉଛନ୍ତି । ଜାହାଙ୍ଗ କୁନବେଇ ନାମକ ଜଣେ ବ୍ୟକ୍ତି ଆର୍ଟିକିଲ ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ଚୀନର କିଛି ସାଧାରଣ ଲୋକ ପ୍ରେମ ସନ୍ଧାନରେ ବୁଲୁଛନ୍ତି । କିନ୍ତୁ ସମାଜରେ ଏତେ ଆଶା ଅଛି ଯେ ସେମାନେ ଏହାକୁ ପୂରଣ କରିପାରୁନାହାଁନ୍ତି ।

ଏହି ବ୍ୟକ୍ତି ଜଣକ ପୁନଃ ନିଜ ଡେଟିଂ ପ୍ରୋଫାଇଲ ବନାଇଥିଲେ । ସେହି ଦିନମାନଙ୍କରେ ଏହି ବ୍ୟକ୍ତିଜଣକ ଅନଫିଟ ଥିଲେ ଏବଂ 30-35 ହଜାର ରୋଜଗାର କରୁଥିଲେ । ଜାହାଙ୍ଗଙ୍କୁ ନିଜ ପ୍ରୋଫାଇଲ ପାଇଁ ବହୁତ ଟ୍ରୋଲ କରାଯାଇଥିଲା ଯାହା ଫଳରେ ସେ ନିଜ ପ୍ରୋଫାଇଲକୁ ଡିଲିଟ କରିଦେଇଥିଲେ ।

ଏହା ପରେ ପୁନଃ ଜାହାଙ୍ଗ ନିଜ ଡେଟିଙ୍ଗ ପ୍ରୋଫାଇଲ ବନାଇଲେ । ଏହି ବ୍ୟକ୍ତି ଜଣକ କଠିନ ପରିଶ୍ରମ ବଳରେ ବହୁତ ଟଙ୍କା ରୋଜଗାର କରିବାକୁ ଲାଗିଲା ଏବଂ ମାସରେ 6 ଲକ୍ଷ ଟଙ୍କା ରୋଜଗାର କରିବାକୁ ଲାଗିଲେ । କିନ୍ତୁ ଏହା ଫଳରେ ଟ୍ରୋଲିଙ୍ଗ ବନ୍ଧ ହୋଇନଥିଲା । ସେ ପୁଣି ଥରେ ତାଙ୍କ ପ୍ରୋଫାଇଲ ଡ଼ିଲିଟ କରିଦେଇଥିଲେ ।

ଏବେ ଏହି ବ୍ୟକ୍ତି ଜଣକ ଆର୍ଟିକିଲ ଜରିଆରେ କହିଛନ୍ତି କି ଚୀନର ସାଧାରଣ ଲୋକମାନଙ୍କ ପାଇଁ ଗାର୍ଲଫ୍ରେଣ୍ଡ ଖୋଜିବା ବହୁତ କଷ୍ଟ । ଆଧୁନିକ ଯୁଗରେ ପୁରୁଷମାନଙ୍କ ଉପରେ ଅତ୍ୟଧିକ ଚାପ ପରିସ୍ଥିତି ଦେଖାଦେବ ବୋଲି ସେ ମଧ୍ୟ ଏହି ଆର୍ଟିକିଲରେ ଲେଖିଛନ୍ତି । ସେ କହିଛନ୍ତି କି ସମାଜରେ ପୁରୁଷର ମୂଲ୍ୟ କେବଳ କଠିନ ପରିଶ୍ରମ ଏବଂ ଟଙ୍କା ରୋଜଗାର କରିବା ।

ଜାହାଙ୍ଗଙ୍କର ଏହି ଆର୍ଟିକିଲ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଆର୍ଟିକିଲକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ସମାଲୋଚନା ମଧ୍ୟ କରୁଛନ୍ତି । ତମ ରୋଜଗାର ହିସାବରେ ତମେ ଜଣେ ସଫଳ ଲୋକ ବୋଲି ଜଣେ ବ୍ୟକ୍ତି ଲେଖିଛନ୍ତି । ତ ସହାନୁଭୂତି ପାଇଁ ଛୋଟ କାର୍ଯ୍ୟ କର ନାହିଁ ବୋଲି ସେ ମଧ୍ୟ କହିଛନ୍ତି ।

ବୁହାନ ବିଶ୍ୱବିଦ୍ୟାଳୟର ଜଣେ ଦର୍ଶନଶାସ୍ତ୍ର ଶିକ୍ଷକ ଚୀନର ଟ୍ୱିଟର ୱେବସାଇଟ ବାୟବୁରେ ଏହି ବିଷୟରେ ଲେଖିଛନ୍ତି । ସେ ଜାହାଙ୍ଗଙ୍କ ଆଲୋଚନା କରି କହିଛନ୍ତି -କେହି ତୁମପାଇଁ ପତ୍ନୀର ବ୍ୟବସ୍ଥା କରିପାରିବେ ନାହିଁ । ଏହି ପ୍ରକାରର ଚାପ ତମ ନିଜ ସମସ୍ୟା ଏବଂ ଏହା କୌଣସି ସାମାଜିକ ସମସ୍ୟା ନୁହେଁ ।

ଜାହାଙ୍ଗ ଚୀନର ଟପ କଲେଜରୁ ପାଠ ପଢ଼ିଛନ୍ତି । ତାଙ୍କୁ ଗୁଗୁଲରେ ଚାକିରି ମିଳିଯାଇଥିଲା , କିନ୍ତୁ ସେ ଜଣେ ଶିକ୍ଷକ ଭାବେ କାମ କରି ଖୁସିଥିଲେ । ତେଣୁ ସେ ନିଜ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଚାପ ଦେବାକୁ ଚାହୁଁନଥିଲେ । ସେ ତାଙ୍କ ଘର ନିକଟରେ ଶିକ୍ଷକ ଚାକିରି କରୁଥିଲେ ।

ଜାହାଙ୍ଗ ଯେତେବେଳେ 35 ହଜାର ଟଙ୍କା ରୋଜଗାର କରୁଥିଲେ ସେତେବେଳେ ତାଙ୍କ ପାଖରେ ବହୁତ ସମୟ ଥିଲା , ଯେବେଠାରୁ ସେ 6 ଲକ୍ଷ ଚାକିରି ଆରମ୍ଭ କଲେ ସେ ବହୁତ ବ୍ୟସ୍ତ ରହିବାକୁ ଲାଗିଲେ । ଜାହାଙ୍ଗଙ୍କ କହିବା ଅନୁସାରେ ଲୋକମାନେ ଏବେ ତାଙ୍କ ଦରମା ଉପରେ ନୁହେଁ ବରଂ ତାଙ୍କ ଫିଟନେସ ଉପରେ ପ୍ରଶ୍ନ ପଚାରୁଛନ୍ତି । ଆଧୁନିକ ଯୁଗର ସିଦ୍ଧତା ସଂସ୍କୃତି ହେତୁ ସେ ଏହି ଲେଖା ଲେଖିବାକୁ ବାଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *