ଜଣେ ବ୍ୟକ୍ତି ତିନି ମାସରେ ନିଜ ଘରେ ଫଳେଇଲେ ମଇଁଷି ଠାରୁ ବି ଭାରି କଖାରୁ, ଗୋଟିଏ କୁ ହିଁ ସାହିରେ ଲୋକେ ଖାଇପାରିବେ ପେଟ ପୁରାଇ

ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଲୋକଙ୍କ ସାମ୍ନାରେ ବହୁତ ଜିନିଷ ଆସୁଥାଏ ଯାଉଥାଏ ।ଯାହାକୁ ଦେଖିଲା ପରେ ବିଶ୍ୱାସ କରିବା କଷ୍ଟ ହୋଇଥାଏ ।କେବେ କେବେ ଲାଗିଥାଏ କି ଏହା ନିଶ୍ଚିତ ଫଟୋସପର କମାଲ ଅଟେ ।କିନ୍ତୁ ପ୍ରକୃତରେ ଏହା ସତ୍ୟ ଅଟେ ।ଏବେ ଯଦି ଆପଣ କହିବେ କି ଦୁଇଜଣ ଲୋକ ନିଜ ଘର ବଗିଚାରେ ୧୧୬୭ କିଲୋର କଖାରୁ ଫଳେଇଲେ ଏହାର ଫଟୋ ଦେଖିଲା ପରେ ମଧ୍ୟ ବିଶ୍ୱାସ ହେବ ନାହିଁ ।କିନ୍ତୁ ଏହା ସତ୍ୟ ଅଟେ ୟୁକେରେ ରହୁ ଥିବା ଦୁଇ ଭାଇ ମିଶିକି ଏହି କଖାରୁକୁ ଫଳେଇଛନ୍ତି ।ଏହି ଦୁଇଜଣ ଏହା ପୂର୍ବରୁ ୟୁକେର ସବୁଠାରୁ ବଡ କଖାରୁ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି ।କିନ୍ତୁ ଦୁଇ ଜଣ ୱଆର୍ଲ୍ଡ ରେକର୍ଡ ଭାଙ୍ଗି ପାରିଲେ ନାହିଁ।

ୟୁକେର ଭାମିନନ୍ତ ହ୍ୟାମାୟାର ନ୍ୟୁ ଫରେଷ୍ଟ ନେସନାଲ୍ ପାର୍କ ରେ ରହୁଥିବା ଦୁଇ ଯାଆଁଳା ଭାଇ ଇଆନ ଏବଂ ଷ୍ଟୁଅଟ ପ୍ୟାଟନ ୧୧୭୬ ର କଖାରୁ ଫଳେଇଛନ୍ତି ।ଏହାକୁ ଦେଖିବା ପାଇଁ ଦୂର ଦୂର ରୁ ଲୋକମାନେ ଆସୁଛନ୍ତି ।

ଏହି କଖାରୁ ର ଓଜନ ଏକ ହୃଷ୍ଟ ପୃଷ୍ଟ ବଳଦ ଠାରୁ ବି ଅଧିକ । ଏହାହିଁ ନୁହେଁ ଓଜନ ଅନୁଯାୟୀ ,ଏହା ଆଗରେ ଦୁଇଟି ଧଳା ଭାଲୁ ବି ହାଲୁକା ଅଟେ ।

ଏହି କଖାରୁ ୟୁକେର ସବୁଠାରୁ ବଡ କଖାରୁ ହେବାର ରେକର୍ଡ ରହିଛି ।ଏହା ପୂର୍ବରୁ ଏହି କଖାରୁ ୧୧୦୩ କିଲୋ କଖାରୁନାମରେ ଥିଲା କିନ୍ତୁ ଏବେ ତାହା ଠାରୁ ବି ବଡ଼ କଖାରୁ ଫଲେଇବାର ନିଜ ନାମରେ ରେକର୍ଡ କରିଛନ୍ତି ।

କିନ୍ତୁ ଏହି ଦୁଇ ଭାଇ ଏହାକୁ ୱର୍ଲ୍ଡ ରେକର୍ଡ ରେ ସାମିଲ କରିପାରିଲେ ନାହିଁ ।ମାତ୍ର ଅଉ ତେର କିଲୋ ହୋଇଥିଲେ ଏହାକୁ ୱାର୍ଲ୍ଡ ରେକର୍ଡ ରେ ସାମିଲ କରି ପାରିଥାନ୍ତେ । ଯେଉଁ କଖାରୁ ନାମରେ ୱର୍ଲଡ୍ ରେକର୍ଡ ଅଛି ତାହାର ଓଜନ ୧୧୮୯କିଲୋ ।

ଏହି କଖାରୁ କୁ ଫଳେଇବା ପାଇଁ ଦୁଇ ଭାଇ ପ୍ରତ୍ୟେକ ଦିନ ୬ ଘଣ୍ଟା ପରିଶ୍ରମ କରୁଥିଲେ ।ଏହି କଖାରୁ ପ୍ରତ୍ୟେକ ଦିନ ୨୩କିଲୋ ହିସାବରେ ବଢୁଥିଲା ।ଦୁଇ ଭାଇ ଏହି କଖାରୁ କୁ ବାର୍ଷିକ ଉତ୍ସବ ପାଇଁ ଫଳାଇ ଥିଲେ ।

କିନ୍ତୁ କରୋନା ଯୋଗୁ ଏହି ଉତ୍ସବ ବାତିଲ କରାଗଲା ।ଏହା ପରେ ଦୁଇଜଣ ନିଜେ ଡ୍ରାଇଭ୍ ଥ୍ରୁ ଜରିଆରେ ଓଜନ କରିଥିଲେ ।କିନ୍ତୁ,ୱାର୍ଲଡ୍ ରେକର୍ଡ ବନେଇ ନପାରିବାରୁ ସେ ଟିକିଏ ନିରାଶ ହୋଇ ଯାଇଥିଲେ ।

ଏହି କଖାରୁ ବାବଦରେ ସେ କହିଥିଲେ ଯେ,ଏହାକୁ ଆମେ ଏପ୍ରିଲ୍ ରେ ବୁଣି ଥିଲୁ ।କିନ୍ତୁ ଏହା ୧୨୦ଦିନ ପର୍ଯ୍ୟନ୍ତ ଫଳି ହିଁ ନଥିଲା ।ସେବେ ଏହାର ଆକୃତି ଏକ ଗୋଲଫ ବଲ୍ ଭଳି ଥିଲା।କିନ୍ତୁ ଶେଷ ୨୧ଦିନରେ ଏହା ଏତେ ବଡ ହୋଇ ଗଲା ।

ଦୁଇ ଭାଇ ଦୀର୍ଘ ଚାଳିଶ ବର୍ଷ ଧରି କଖାରୁ ଫଳାଉଛନ୍ତି ।ୟୂକେର ପୂର୍ବ ରେକର୍ଡ ମଧ୍ୟ ତାଙ୍କ ନାମରେ ଥିଲା।ସେ କହିଛନ୍ତି କି ତାଙ୍କୁ କଖାରୁ ଫଳେଇବାର ନିଶା ଲାଗିଯାଇଛି।କେତେଥର ସେ ଏହାକୁ ଛାଡ଼ିବାକୁ ମଧ୍ୟ ନିଷ୍ପତି ନେଇଛନ୍ତି କିନ୍ତୁ ସେ କିଛି ଦିନ ପରେ ମଞ୍ଜି ଲଗେଇ ଦିଅନ୍ତି ।

ଏବେ ସେମାନେ କଖାରୁକୁ କାଟିକି ଡାକ୍ତଖାନା କିମ୍ବା ଚାରିଟି ରେ ଦାନ କରିବେ । ପୂର୍ବ ଥର ସେମାନେ ଏହିପରି କରିଥିଲେ।ଦୁଇ ଭାଇ ଏହି ବର୍ଷ ଏକଲକ୍ଷ ମିଠା କଖାରୁ ଫଳେଇଛନ୍ତି ଏହାକୁ ଚାରିଟି ରେ ଦେବେ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *