ପାକିସ୍ଥାନ ସଂସଦର କର୍ମଚାରୀ କରିଥିଲେ ହିନ୍ଦୁ ଝିଅଟିର ଅପହରଣ, ଶୁଣନ୍ତୁ ତାର ମାଆ-ବାପାଙ୍କ କଷ୍ଟ

ନୂଆଦିଲ୍ଲୀ: ଏମିତି ଲାଗୁଛି କି ପାକିସ୍ଥାନରେ ଧାର୍ମିକ ଗରିବମାନଙ୍କର କଷ୍ଟର କୈାଣସି ଶେଷ ନାହିଁ। ଏଠାରେ ଗରିବ ମାନଙ୍କ ସାଥିରେ ଅପହରଣ, ବଳାତ୍କାର ଏବଂ ଜବରଦସ୍ତି ଧର୍ମ ପରିବର୍ତନ ଘଟଣା ସବୁବେଳେ ସାମ୍ନାକୁ ଆସୁଛି। ପାକିସ୍ଥାନରେ ଏକ ଏମିତି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାକିସ୍ଥାନର ସିନ୍ଧରେ ଏକ ନାବାଳିକା ହିନ୍ଦୁ ଝିଅକୁ ଅପହରଣ କରି ନିଆଯାଇଛି।

ପାକିସ୍ଥାନର କାର୍ଯ୍ୟକର୍ତ୍ତା ରହତ ଆସ୍ଟିନଙ୍କ ଦ୍ଵାରା ଟୁଇଟରରେ ଦିଆଯାଇଥିବା ସୂଚନା ଅନୁସାରେ,ସିନ୍ଧର କୁନେରୀ ଗ୍ରାମର ମୋମାଲ କୋହଲୀ ନାମକ ଏକ ନାବାଳିକା ହିନ୍ଦୁ ଝିଅକୁ ଅପହରଣ କରି ନିଆଯାଇଛି।

ସେମାନେ କହିଛନ୍ତି କି ଯେଉଁ ଲୋକମାନେ ଅପହରଣ କରିଛନ୍ତି, ସେମାନେ ପାକିସ୍ଥାନର ନ୍ୟାସନାଲ ଆସେବଲିର ସଦସ୍ୟ ନବାବ ୟୂସୁଫ ତାଳପୁରର ଏଠାରେ କାମ କରନ୍ତି।ଆସ୍ଟିନଙ୍କ ଅନୁସାରେ,ତାଳପୁରର କର୍ମଚାରୀ ମୁହମ୍ମଦ ମଜୀଦ ନାବାଳିକା ହିନ୍ଦୁ ଝିଅର ଅପହରଣରେ ସାମିଲ ହୋଇଛନ୍ତି।

ପିଡିତାଙ୍କ ମାଆ-ବାପା କହିଛନ୍ତି କି କିଛି ହତିଆର ଲଗାଇ ତାଙ୍କ ଘରେ ପଶି ତାଙ୍କ ସହିତ ମାଡପିଟ କରିଛନ୍ତି। ସେମାନେ ଜବରଦସ୍ତି ତାଙ୍କ ଝିଅକୁ ନେଇଯାଇଥିଲେ। ଝିଅଟିର ବାପା ଆରୋପ ଲଗାଇଛନ୍ତି କି ମୁହମ୍ମଦ ମଜୀଦ ସେହି ଲୋକମାନଙ୍କର ନେତୃତ୍ୱ ନେଇଥିଲେ, ଯେଉଁମାନେ ତାଙ୍କ ଝିଅକୁ ଅପହରଣ କରି ନେଇଥିଲେ।

ଜଣେ ବାପା ତାର ଝିଅକୁ ରକ୍ଷା କରିବା ସମୟରେ ମରିଗଲେ

ଏହି ବର୍ଷ ଅକ୍ଟୋବରରେ ପାକିସ୍ଥାନର ସିନ୍ଧରେ ହତିଆର ଲଗାଇ ଏକ ସାମୂହିକ ଗୋଷ୍ଠୀ ଦ୍ଵାରା ଏକ ହିନ୍ଦୁ ପିତାକୁ ନିର୍ଦୟ ଭାବରେ ହତ୍ୟା କରାଯାଇଥିଲା, ଯେତେବେଳେ ସେ ତାଙ୍କ ଝିଅକୁ ଅପରାଧୀ ମାନଙ୍କଠାରୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ।ହତିଆର ଲୋକମାନେ ପିଡିତଙ୍କ ବ୍ୟତୀତ କୋହଲୀଙ୍କ ଘରେ ପଶି ତାଙ୍କ ଝିଅ ସହିତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ଶିବ କୋହଲୀ ନିଜ ଝିଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ,ତ ଅପରାଧୀମାନେ ତାଙ୍କୁ ନିର୍ଦୟ ଭାବରେ ମାରିଦେଇଥିଲେ।

ଗରିବ ପରିବାରରୁ ନାବାଳିକା ହିନ୍ଦୁ ଝିଅର ଅପହରଣ, ବଳାତ୍କାର ଏବଂ ଜବରଦସ୍ତି ଧର୍ମ ପରିବର୍ତ୍ତନ ପାକିସ୍ଥାନରେ ନିରନ୍ତର ଲାଗି ରହିଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *