ସମୁଦ୍ର ଗଭୀରତା ଭିତରୁ ମିଳିଲା ଏକ ଅଦ୍ଭୁତ ମାଛ, ପାଦରେ ଚାଲି ଶିକାର କରୁଥିବା ସମୟରେ କ୍ୟାମେରାରେ ହୋଇଗଲା କଏଦ

ଏହା ୨୦୨୦ ମସିହା ଅଟେ | ଏବର୍ଷ ଏପରି ଜିନିଷ ଦେଖିବାକୁ ମିଳି ସାରିଛି ଯେ କିଛି ଅଜବ ଦେଖିଲେ ମଧ୍ୟ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହେଉ ନାହାନ୍ତି | ଆଜି ପର୍ଯ୍ୟନ୍ତ ଆପଣ ମାଛ ମାନଙ୍କୁ ପହଁରୁ ଥିବାର ଦେଖିଥିଲେ କିନ୍ତୁ ୨୦୨୦ ମସିହାରେ ଚାଲୁଥିବା ମାଛ ମଧ୍ୟ ମିଳିଗଲା | ତେବେ ଏହି ମାଛ ସେଣ୍ଟ୍ରାଲ ଆମେରିକାର ଆଇଲ୍ୟାଣ୍ଡ ଅଫ ରୋଟନ, ହୋନଡ୍ରର୍ସରେ ଦେଖିବାକୁ ମିଳିଛି | ଏହାର ଫ୍ରେଞ୍ଚର କଟ ଚ୍ୟାନେଲରେ ପହଁରୁଥିବା ଡାଇଭର ମିକ୍କୀ ଚାର୍ଟେରୀସଙ୍କ ନଜର ଅଚାନକ ପୃଷ୍ଠଭୂମିରେ ଚାଲୁଥିବା ମାଛ ଉପରେ ପଡିଥିଲା | ତାଙ୍କୁ ବିଶ୍ୱାସ ମଧ୍ୟ ହୋଇନଥିଲା ଯେ ସେ ମାଛକୁ ଚାଲୁଥିବାର ଦେଖୁଛନ୍ତି | ସେ ମାଛଟିର ଭିଡିଓ ବଣାଇଥିଲେ ଯାହାଦ୍ୱାରା ଲୋକଙ୍କର ଏହି କଥା ଉପରେ ବିଶ୍ୱାସ ହୋଇପାରୁ | ଚାଲୁଥିବା ମାଛଟି ବୈଜ୍ଞାନିକ ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରି ପକାଇଥିଲା |

ଏହି ଆଇଲ୍ୟାଣ୍ଡ ସ୍ଥଳ ଭାଗରେ ମିକ୍କୀଙ୍କର ନଜର ଚାଲୁଥିବା ମାଛ ଉପରେ ପଡିଥିଲା | ସେ ଏହାର ଭିଡିଓ ବନାଇଥିଲେ ଏବଂ ସେହି ଭିଡିଓକୁ ସେୟାର କରିଦେଇଥିଲେ | ମାଛଟି ନିଜର ଫିନ୍ସ ପ୍ରୟୋଗ କରି ପାଦ ପରି ବ୍ୟବହାର କରୁଥିଲେ |

ଏହି ବହୁ ଦୁର୍ଲଭ ଜୀବକୁ ଶାର୍ଟନୋଜ ବେଟାଫିସ କୁହାଯାଇଥାଏ | ଏହାକୁ ମାଟିରେ ଭର୍ତ୍ତି ଚ୍ୟାନେଲ, ଯାହାକୁ କଟ କୁହନ୍ତି, ସେହି ସ୍ଥାନରେ ସ୍ପଟ କରାଗଲା | ଏହି ଚ୍ୟାନେଲ ସେଣ୍ଟ୍ରାଲ ଆମେରିକାର ଆଇଲ୍ୟାଣ୍ଡ ଅଫ ରୋଟନରେ ରହିଛି |

ମିକ୍କୀ ବହୁ ବର୍ଷ ଧରି ସମୁଦ୍ର ଗଭୀରତା ଭିତରେ ଥିବା ଜୀବନକୁ ନିରୀକ୍ଷଣ କରୁଛନ୍ତି | ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗଭୀରତା ମଧ୍ୟରେ ଅନେକ ଅଜବ ପ୍ରକାରର ଜିନିଷ ଦେଖିଛନ୍ତି, କିନ୍ତୁ ଏହି ମାଛ ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଥିଲା |

ମିକ୍କୀ କହିଛନ୍ତି ଯେ, ଏହି ମାଛଟି ଧୀରେ ଧୀରେ ନିଜର ଶିକାର ଖୋଜୁଥିଲା | ସେ ନିଜର ପାଦରେ ଚାଲୁଥିଲା ଏବଂ ନିଜର ଖାଦ୍ୟ ଖାଇବା ପାଇଁ କଙ୍କଡା ଏବଂ ଅନ୍ୟ ଛୋଟ ମାଛ ଖୋଜୁଥିଲା | ଯେଉଁଠାରେ ତାକୁ ବିପଦ ଅନୁଭବ ହେଉଥିଲା ସେଠାରେ ସେ ପହଁରିବାକୁ ଲାଗୁଥିଲା |

ମିକ୍କୀଙ୍କ ଭିଡିଓରେ ଏହି ବେଟାଫିସ ମୁଣ୍ଡରେ ସିଙ୍ଘ ନଜର ଆସୁଛି | ଏଥିସହିତ ସେ ନିଜର ଫିନ୍ସକୁ ନିଜର ଗୋଡ ଭାବରେ ବ୍ୟବହାର କରୁଥିବାର ନଜର ଆସୁଥିଲା | ମିକ୍କୀ କହିଛନ୍ତି ଯେ, ଏପରି ଦୃଶ୍ୟ ଦେଖିବାକୁ ମିଳେ ନାହିଁ ଏହା ଅନନ୍ୟ ଅଟେ |

ଯେଉଁ ଚ୍ୟାନେଲରେ ମିକ୍କୀ ଡାଇଭ କରୁଥିଲେ ତାହା ମାଟିରେ ଭର୍ତ୍ତି ଥିଲା | ସେଠାକାର ଭିଜିବିଲିଟି ମଧ୍ୟ କମ ଥିଲା | କିନ୍ତୁ ଅଚାନକ ତାଙ୍କୁ ପୃଷ୍ଠ ଉପରେ ଚାଲୁଥିବା ମାଛ ନଜର ଆସିଥିଲା ଯାହାକୁ ଦେଖିବା ଆଶ୍ଚର୍ଯ୍ୟଜନକ ଥିଲା |

ବେଟାଫିସର ଶରୀରରେ ସ୍ବୀମିଙ୍ଗ ବ୍ଲାଡର ନଥାଏ | ଏହି ବ୍ଲାଡର ମାଛକୁ ପହଁରିବାକୁ ସାହାଯ୍ୟ କରିଥାଏ | ଏହି କାରଣରୁ ବେଟାଫିସକୁ ପୃଷ୍ଠ ଉପରେ ରହିବାକୁ ପଡିଥାଏ | ଯାହାଦ୍ୱାରା ସେ ଶିକାର କରିପାରିବ | ସେ ପହଁରିପାରିବ କିନ୍ତୁ କିଛି ସମୟ ପାଇଁ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *