ଆମେରିକାର ପ୍ରଥମ ହିନ୍ଦୁ ସାଂସଦ କହିଛନ୍ତି-କଠିନ ସମୟରେ ଗୀତାରୁ ମିଳିଥାଏ ଶକ୍ତି ଓ ଶାନ୍ତି।

ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ କହିଛନ୍ତି ଯେ କଷ୍ଟ ସମୟରେ ଜଣେ ବ୍ୟକ୍ତି ଭଗବତ ଗୀତାରୁ ଶାନ୍ତି ଓ ଶକ୍ତି ହାସଲ କରିପାରିବ। ପିଟିଆଇ ଅନୁଯାଇ ହିନ୍ଦୁ ଛାତ୍ର ମାନେ କ୍ଳାସ ଅଫ ୨୦୨୦ ନାମକ ଏକ ଭର୍ଚୁଆଲ କାଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସମୟରେ ତୁଳସୀ ଏହା କହିଛନ୍ତି।

ଆମେରିକାର ହାୱାଇର ସାଂସଦ ତୁଳସୀ ଗାବାର୍ଡ କହିଛନ୍ତି ଏହି ସମୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟିହୋଇଛି।ଆସନ୍ତାକାଲି କିପରି ହେବା ତାହା ବିଷୟରେ କେହି କହିପାରିବେ ନାହିଁ କିନ୍ତୁ ଭଗବତ ଗୀତା ମାଧ୍ୟମରେ ଶ୍ରୀ କୃଷ୍ଣଙ୍କ ଭକ୍ତି ଯୋଗ ଏବଂ କର୍ମ ଯୋଗ ଅଭ୍ୟାସ ଦ୍ଵାରା ଆମେ ଶକ୍ତି ଏବଂ ଶାନ୍ତି ପାଇପାରିବା।

ଆମେରିକାର ଜର୍ଜ ଫ୍ଲଏଡ଼ଙ୍କ ସପକ୍ଷରେ ବଡ଼ ଧରଣର ପ୍ରଦର୍ଶନ କରାଯାଉଥିବା ବେଳ ତୁଳସୀ ଏହା କହିଛନ୍ତି।ଆହୁରି ମଧ୍ୟ ଆମେରିକା ସମେତ ଅନେକ ଦେଶ କରୋନା ଭାଇରସ ପାଇଁ ଅସୁରକ୍ଷିତ।

ହିନ୍ଦୁ ଛାତ୍ର ପରିଷଦ ଦ୍ଵାରା ଏହି ଭର୍ଚୁଆଲ କାଯ୍ୟକ୍ରମ ଆୟୋଜନ ହୋଇଥିଲା। ଫେସବୁକ ଏବଂ ୟୁଟୁବ ମାଧ୍ୟମରେ ଲାଇଭ ଭିଡ଼ିଓ ଯୋଗେ ହଜାର ହଜାର ଲୋକ ଏଥିରେ ଭାଗ ନେଇଥିଲେ। ଏହି କାଯ୍ୟକ୍ରମରେ କାନାଡ଼ା, ଭାରତ,ଅଷ୍ଟ୍ରେଲିଆର ସହ ସହ ସ୍ନାତକ ଯୁବକ ଅଂଶଗ୍ରହଣ କରିଥିଲେ। ଏହି କାଯ୍ୟକ୍ରମରେ ଯୁବକ ମାନେ ନିଜର ହିନ୍ଦୁ ମୂଲ୍ୟବୋଧକୁ ପାଳନ କରିଥିଲେ।

ତୁଳସୀ ଗାବାର୍ଡ ଯୁବକମାନଙ୍କୁ କହିଥିଲେ- ଯେବେ ତୁମେ ତୁମ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛ , ନିଜକୁ ପଚାର ଯେ ତୁମ ଜୀବନର ଉଦେଶ୍ୟ କଣ ? ଯଦି ଆପଣ ଏହା ବୁଝି ପାରିଛନ୍ତିକି ଆପଣଙ୍କ ଜୀବନର ଉଦେଶ୍ୟ ଈଶ୍ୱରଙ୍କ ସନ୍ତାନର ସେବା କରିବା ତେବେ ଆପଣ ଏକ ସଫଳ ଜୀବନ ବିତାଇ ପାରିବେ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚିନ୍ତ ଗୋଟିଏ ଲାଇକ କରିବେ | ନିଜ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଅନୁରୋଧ ଓ ଏହାକୁ ନେଇ ନିଜ ମାତା ମତ ଆମକୁ କମେଣ୍ଟରେ ନିଶ୍ଚିନ୍ତ ଦେବେ |

Leave a Reply

Your email address will not be published. Required fields are marked *