ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ଶ-ବ ବ୍ୟବଚ୍ଛେଦର ରିପୋର୍ଟ ଆସି ଯାଇଛି।

ଓଡ଼ିଶା: ସୌମ୍ୟ ରଞ୍ଜନ ମହାପାତ୍ର ଯିଏକି ପାରଳାଖେମୁଣ୍ଡି ର ବନ ସଂରକ୍ଷକ ଅଟନ୍ତି, ତାଙ୍କର ଶ-ବ ବ୍ୟବଚ୍ଛେଦ ର ରିପୋର୍ଟ ଆସି ସାରିଛି। ଏହି ରିପୋର୍ଟ ସୌମ୍ୟଙ୍କ ପରିବାରକୁ ଦିଆଯାଇଛି। ଏହି ପୋଷ୍ଟମର୍ଟମ ରିପୋର୍ଟ ପରିବାର ଲୋକ କଟକର ମର୍କତନଗର ଥା-ନାରୁ ନେଇଥିଲେ। ଏହି ରିପୋର୍ଟରେ ଉଲ୍ଲେଖ ଥିଲା ଯେ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବରୁ ମୃ-ତ୍ୟୁ କାରଣ ସାଜିଛି। ପାକସ୍ଥଳୀ ଖାଲି ରହିଥିବା ଓ ସେଥିରେ କୌଣସି ଦୁର୍ଗନ୍ଧ ନଥିବା ମଧ୍ୟ ଉଲ୍ଲେଖ ରହିଛି। ପୋଷ୍ଟମର୍ଟମ ହେବାର ୬ ଘଣ୍ଟା ପରେ ହିଁ ସୌମ୍ୟଙ୍କର ମୃ-ତ୍ୟୁ ଘଟିଛି ବୋଲି ଉଲ୍ଲେଖ ରହିଛି।

ଗତ ୧୨ ତାରିଖ ରାତିରେ ସୌମ୍ୟ ଏବଂ ତାଙ୍କର ପତ୍ନୀ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଘରେ ରହୁଥିଲେ। ରାତି ପ୍ରାୟ ୯ ଟା ବେଳକୁ ସୌମ୍ୟଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ଏହାକୁ ନେଇ ସୌମ୍ୟଙ୍କ ପତ୍ନୀ ଦିବ୍ୟା ଭାରତୀ ପାଖ ପଡ଼ୋଶୀରେ ସୂଚନା ଦେଇଥିଲେ। ଏହାପରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ନିକଟରେ ଥିବା ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିଲା। ପରେ ଅବସ୍ଥା ଅତି ଗମ୍ଭୀର ହୋଇ ପଡିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ମୃ-ତ୍ୟୁ ବରଣ କରିଥିଲେ।

ସୌମ୍ୟଙ୍କ ଶରୀରରେ ନିଆଁ କିପରି ଲାଗିଲା ?, ନିଆଁ ଲାଗିବା ସମୟରେ କଣ ପତ୍ନୀ ଉପସ୍ଥିତ ନଥିଲେ ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ଏବଂ ଏହି ସବୁ ଚର୍ଚ୍ଚାର ବିଷୟ ସାଜିଛି। ପତ୍ନୀ ଦିବ୍ୟା ଭାରତୀ ମଧ୍ୟ ନିଜର ମୁଁହ ଖୋଲି ନାହାନ୍ତି। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ଦିବ୍ୟାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦିବ୍ୟା ସୌମ୍ୟଙ୍କ ଉପରେ ମାନସିକ ଚାପ ଏବଂ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ଦିବ୍ୟା ଅନୈତିକ ସମ୍ପର୍କ ରଖିଥିବାର ସଙ୍ଗୀନ ଅଭିଯୋଗ ସୌମ୍ୟଙ୍କ ପରିବାର ଲୋକେ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦିବ୍ୟା ଓ ସଂଗ୍ରାମ କେଶରୀ ବେହେରା ଏହା ମିଥ୍ୟା ବୋଲି କହି ଖଣ୍ଡନ କରିଥିଲେ।

ସୌମ୍ୟଙ୍କ ବାପା ଥା-ନାରେ ଅଭିଯୋଗ କରିବା ପରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଉଭୟ ମିଳିତ ଭାବେ ଏହି ଘଟଣାର ଯାଞ୍ଚ କରୁଛନ୍ତି। ଏହି ତଦନ୍ତରେ ପୋଲିସ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀ, ରୋଷେୟା, ବଲାଙ୍ଗିର ନେଇଥିବା କାର୍‌ ଚାଳକଙ୍କୁ ପଚରାଉଚରା କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡିର ଏସିପି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ ପ୍ରଦାନ କରିଥିଲା।

Leave a Reply

Your email address will not be published. Required fields are marked *