ଶହୀଦ ଅଭିନବ ଚୌଧୁରୀ ବିବାହ କରିଥିଲେ ଏକ ଟଙ୍କାରେ, କହିଥିଲେ ଆପଣଙ୍କ ଝିଅ ହିଁ ଅସଲି ସମ୍ପତ୍ତି ଅଟେ :-

ଗୁରୁବାର ବିଳମ୍ବିତ ରାତିରେ ପଞ୍ଜାବ ର ମୋଗା ରେ ସେହି ସମୟରେ ଭାରତୀୟ ବାୟୁ ସେନା ର ବିମାନ ମିଗ – 21 କ୍ରେଶ ହୋଇଗଲା । ଏହି ଘଟଣାରେ ଫାଇଟର ପ୍ଲେନ ର ପାଇଲଟ ଙ୍କ ମୃ-ତ୍ୟୁ ହୋଇ ଯାଇଛି । ଫାଇଟର ପ୍ଲେନ କ୍ରେଶ ହେବାର କାରଣ ଏବେ ସୁଦ୍ଧା ଜଣା ପଡ଼ିନାହିଁ । କିନ୍ତୁ ଯା-ଞ୍ଚ ପାଇଁ କମିଟି ଗଠିତ କରାଯାଇଛି ।

କହିରଖୁଛୁ ଯେ ଏହି ଫାଇଟର ବିମାନ ର ପାଇଲଟ ସ୍କୋ-ର୍ଡନ ଲିଡ଼ର ଅଭିନବ ଚୌଧୁରୀ ଥିଲେ । ଯାହାଙ୍କ ପରିବାର ମୁଳତଃ ଉତ୍ତରପ୍ରଦେଶର ବାଗପତ ର ନିବାସୀ ଅଟନ୍ତି । କିନ୍ତୁ ଏବେ ତାଙ୍କ ପରିବାର ମେରଠ ରେ ରହନ୍ତି । ଅଭିନବ ଙ୍କ ନିଧନ ର ସୂଚନା ମିଳିବା ମାତ୍ରେ ହିଁ ତାଙ୍କ ପରିବାର ରେ ହାହା-କାର ପଡ଼ି ଯାଇଥିଲା । ଡିସେମ୍ବର ୨୫ , ୨୦୧୯ ରେ ଅଭିନବ ଙ୍କ ବିବାହ ଧୁମଧାମ ରେ ମେରଠ ରେ ହୋଇଥିଲା ଏବଂ ସେ ଏତେ ଜଲଦି ନିଜ ପରିବାର ଏବଂ ସ୍ତ୍ରୀ କୁ ଛାଡ଼ି ଚାଲିଗଲେ ।

ସ୍କୋର୍ଡନ ଲିଡ଼ର ଅଭିନବ ଚୌଧୁରୀ ଙ୍କ ନିଧନ ରେ ଯେଉଁଠି ତାଙ୍କ ପରିବାର ଗମ୍ଭୀର ଦୁଃଖ ଦେଇ ଗତି କରୁଛନ୍ତି । ପୁଣି ଅନ୍ୟ ପଟେ ତାଙ୍କ ଦ୍ୱାରା ଯୌତୁକ ଲୋଭୀ ଙ୍କୁ ଦେଇ ଯାଇଥିବା ଶିକ୍ଷା କୁ ଲୋକେ ମନେ ପକାଉଛନ୍ତି । କହିରଖୁଛୁ ଯେ ବାୟୁ ସେନା ରେ ସ୍କୋ-ର୍ଡନ ଲିଡ଼ର ଏବଂ କୃଷକ ଙ୍କ ପୁତ୍ର ଅଭିନବ ନିଜର ଲ-ଗ୍ନ ରେ କେବଳ ୧ ଟଙ୍କା ନେଇ ନିର୍ବନ୍ଧ ଶେ-ଷ କରାଇଥିଲେ । ଯାହାକି ଯୌତୁକ ଲୋଭିଙ୍କୁ ଏକ ବଡ଼ ଶିକ୍ଷା ଅଟେ ।

ଯୁବ ପାଇଲଟ ଯୌତୁକ ନେବାକୁ ମନା କରି ଦେଇଥିଲେ ଏବଂ ନିଜର ଦାମ୍ପତ୍ୟ ଜୀବନ ର ପ୍ରାରମ୍ଭ ଦେଢ଼ ବର୍ଷ ପୂର୍ବରୁ ହିଁ ଆରମ୍ଭ କରିଥିଲେ । ଅନେକ ପ୍ରସ୍ତାବ କୁ ଆଡ଼େଇ ଦେଇ ଅଭିନବ ପୁରା ସମାଜକୁ ଏକ ସକା-ରାତ୍ମକ ସନ୍ଦେଶ ଦେଇଥିଲେ । ତାଙ୍କ ପରିବାର ପ୍ରଥାରେ ଝିଅ ପକ୍ଷରୁ ଭେଟ ସଦୃଶ୍ୟ ନେଇଥିବା ରାଶିକୁ ସସମ୍ମାନେ ଫେରାଇ ଦେଇଥିଲେ ।

ପୁଣି ସ୍କୋ-ର୍ଡନ ଲିଡ଼ର ଅଭିନବ ଚୌଧୁରୀ ଙ୍କ ପାରିବାରିକ ପୃଷ୍ଠଭୂମି ବିଷୟରେ କହିଲେ । ଅଭିନବ ଙ୍କ ପିତା ସତ୍ୟେନ୍ଦ୍ର ଚୌଧୁରୀ ଯିଏକି ଜଣେ କୃଷକ ଅଟନ୍ତି । ଅଭିନବ ଙ୍କ ମା ସତ୍ୟ ଚୌଧୁରୀ ଜଣେ ଗୃହିଣୀ ଅଟନ୍ତି । ତାଙ୍କ ସାନ ଭଉଣୀ ମୁଦ୍ରିକା ଚୌଧୁରୀ ଅଟନ୍ତି ।

ଅଭିନବ ଙ୍କ ବିବାହ ଏକ ପ୍ରଧାନଧ୍ୟାପକ ଙ୍କ ଝିଅ ସୋନିକା ଉଜ୍ଜୱଲ ଙ୍କ ସହିତ ହୋଇଥିଲା । ଯିଏ ଫ୍ରାନ୍ସ ରୁ ମାଷ୍ଟର ଅଫ ସାଇନ୍ସ ର ଡିଗ୍ରୀ ନେଇଥିଲେ । ପୁଅର ବିବାହରେ କେବଳ ଏକ ଟଙ୍କା ସ୍ୱୀକାର କରିବାର ମାମଲାରେ ସତ୍ୟେନ୍ଦ୍ର ଚୌଧୁରୀ ଙ୍କ କହିବା କଥା ଥିଲା ଯେ ବିବାହରେ ଯୌତୁକ ର କୌଣସି ଭୂମିକା ନରହିବା ଉଚିତ । ଦୁଇ ପରିବାର କୁ ଯୋଡ଼ିବା ପାଇଁ ଯୌତୁକ ର ନେଣ ଦେଣ ଜରୁରୀ ନୁହେଁ । ଯୌତୁକ ପ୍ରଥା ରେ ପୂର୍ଣ୍ଣ ରୂପରେ ପ୍ରତି-ବନ୍ଧକ ଲଗାଯିବା ଉଚିତ । ଜାଣି ରଖନ୍ତୁ ଯେ ଡେରାଡୁନର ଆରଆଈଏମସୀ ରେ ଅଭିନବ ପାଠ ପଢ଼ି-ଥିଲେ । ଅଭିନବ ଙ୍କ ନିଧନ କୁ ଭାରତୀୟ ବାୟୁସେନା ଦୁଃଖଦ ଜଣାଇଥିଲେ ଏବଂ ଶୋକ ବ୍ୟକ୍ତ କରି କହିଥିଲେ , ‘ ବାୟୁ ସେନା ଶୋ-କ ସନ୍ତପ୍ତ ପରିବାର ସହ ଦୃଢ଼ ର ସହିତ ଛିଡ଼ା ହୋଇଛି । ‘

Leave a Reply

Your email address will not be published. Required fields are marked *