ବାପାଙ୍କ ମୃ-ତ୍ୟୁ ପାଇଁ ନିଜକୁ ଦୋ-ଷୀ ବୋଲି ମାନୁଥିବା ୫୭ ବର୍ଷର ଏହି ଅଭିନେତା, ଆଜି ମଧ୍ୟ କରୁଛନ୍ତି ସେହି ଗୋଟିଏ ଭୁଲ ପାଇଁ ପଶ୍ଚ୍ୟା-ତାପ,ଜାଣନ୍ତୁ ପୁରା ଘଟଣା

ବିହାରର ଦରଭଙ୍ଗାରେ ଜନ୍ମ ହୋଇଥିବା ଅଭିନେତା ଏବଂ କମେଡିୟନ ସଞ୍ଜୟ ମିଶ୍ରା (Sanjay Mishra) ମଝିରେ ଅଭିନୟ ଛାଡ଼ି ଦେଇଥିଲେ ଏବଂ ଉତ୍ତରାଖଣ୍ଡର ଋଷିକେଶକୁ ଯାଇ ଏକ ଢାବାରେ କାମ କରିବା ଆରମ୍ଭ କରିଦେଇଥିଲେ। କୁହାଯାଏ କି ସଞ୍ଜୟ ନିଜ ବାପାଙ୍କ ମୃ-ତ୍ୟୁରେ ଏତେ ଦୁଃଖୀ ଥିଲେ କି ସେ ଅଭିନୟ ଛାଡ଼ିବା ପାଇଁ ସ୍ଥିର କରି ନେଇଥିଲେ। ବାସ୍ତବରେ ସଞ୍ଜୟ ନିଜ ବାପାଙ୍କର ବହୁ ପାଖରେ ଥିଲେ। ବାପାଙ୍କ ମୃ-ତ୍ୟୁ ତାଙ୍କୁ ଏମିତି ଧ-କ୍କା ଦେଇଥିଲା କି ସେ ନୀରବ ହୋଇଯାଇଥିଲେ ଏବଂ ଏକୁଟିଆ ଅନୁଭବ କରିବାକୁ ଲାଗିଥିଲେ।ଏକ ଇଣ୍ଟରବ୍ୟୁରେ ସଞ୍ଜୟ ନିଜ ବାପାଙ୍କ ସହିତ ସଂଯୁକ୍ତ ଏବଂ ତାଙ୍କ ମୃ-ତ୍ୟୁ ପୂର୍ବର କିଛି କଥା ଶେୟାର କରିଥିଲେ। ଏଥିରେ ସେ କହିଥିଲେ କି ଏକ ପଶ୍ଚା-ତାପ ଯାହାକୁ ମୁଁ ଜୀବନ ସାରା ଭୁଲି ପାରିବି ନାହିଁ।

ସଞ୍ଜୟ ମିଶ୍ରଙ୍କ ମୁତାବକ, ତାଙ୍କ ସିନେମା ଆଲୁଚାଟ 20ମାର୍ଚ୍ଚ, ୨୦୦୯ରେ ମୁକ୍ତିଲାଭ ହୋଇଥିଲା ଏବଂ ୪ଦିନ ପରେ ଅଥବା ୨୪ମାର୍ଚ୍ଚରେ ସଞ୍ଜୟଙ୍କ ବାପାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ସଞ୍ଜୟ କହିଥିଲେ କି ଏହି ସିନେମା ମୁକ୍ତିଲାଭ ହେବା ଖୁସିରେ ମୋ ବାପା ନିଜର ସବୁ ବନ୍ଧୁଙ୍କୁ ଏକାଠି କରିଥିଲେ ଏବଂ କହିଥିଲେ କି ଆମେମାନେ ସଞ୍ଜୟଙ୍କ ସହିତ ଏଠାରେ ସିନେମା ଦେଖିବା। ସେହି ସମୟରେ ରୋଗରୁ ଉପଶମ ପାଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ।

Google

ଏହାପରେ ଆମେମାନେ ପାଖରେ ଥିବା ଏକ ମହଲକୁ ସିନେମା ‘ଆଳୁଚାଟ’ ଦେଖିବାକୁ ଯାଇଥିଲୁ। ସେଠାରେ କିଛି ଲୋକ ଜମା ହୋଇ ମୋତେ ଘେରି ଯାଇଥିଲେ ଏବଂ ସେଲଫି ଉଠାଇବା ପାଇଁ ଜିଦି କରିବାକୁ ଲାଗିଲେ। ଏହାପରେ ମୁଁ ଉଠି ପଡ଼ିଥିଲି ଏବଂ ସିନେମା ହଲ ଭିତରେ ହିଁ ରାଗରେ ଗାଳି କରିଥିଲି। ସେଠାରେ ମୋ ବାପାଙ୍କ ସହିତ ତାଙ୍କ ବନ୍ଧୁ ମଧ୍ୟ ଥିଲେ ଏଥିପାଇଁ ତାଙ୍କୁ ଏହି କଥା ପସନ୍ଦ ଆସିନଥିଲା। ଏହାପରେ ମଧ୍ୟାନ୍ତରରେ ବାପା ନା ମୋତେ ଦେଖିଥିଲେ ଏବଂ ନା ମୁଁ ବାପାଙ୍କୁ ଦେଖିଥିଲି।

ଅଢେ଼ଇଘଣ୍ଟା ପରେ ସିନେମା ଶେଷ ହୋଇଥିଲା ଏବଂ ଆମେମାନେ ଲିଫ୍ଟରେ ତଳକୁ ଆସୁଥିଲୁ। ସେତେବେଳେ ବାପା ମୋତେ କହିଥିଲେ-ତୁମକୁ ସେଠାରେ ଚିତ୍କାର କରିବାର ନଥିଲା। ଏହାପରେ ମୁଁ ଆଶ୍ଚର୍ଯ୍ୟ ହୋଇ କହିଥିଲି-ଆପଣ କଣ ଜାଣିଛନ୍ତି? ଚାତ୍କାର କରିବାର ନଥିଲା, ଆପଣଙ୍କ ସହିତ ଫୋଟ ଉଠାଉଥିଲେ ସେମାନେ?ଏହା ପୂର୍ବରୁ ବାପାଙ୍କ ସହିତ ମୁଁ କେବେବି ଏତେ ଉଚ୍ଚ ସ୍ବରରେ କଥା ହୋଇ ନଥିଲି।

ସଞ୍ଜୟ ପୁଣି କହିଥିଲେ କି ବେମାର ସମୟରେ ମୋତେ ଏଣ୍ଟିବାୟୋଟିକ ଔଷଧ ଯେଉଁ ମାତ୍ରାରେ ଦିଆଯାଇଥିଲା ତାହା ବହୁତ ଅଧିକ ଥିଲା ଏବଂ ପୁଣି ଏହାପରେ ଡାକ୍ତରଖାନାରୁ ଫେରିବା ପରେ ହିଁ ସିଧା ସିନେମା ହଲରେ ହିଁ ଲୋକମାନଙ୍କର ପାଟିତୁଣ୍ଡ। ଏ ସବୁଥିରେ ବିରକ୍ତ ହୋଇ ମୁଁ ନିଜ ରାଗ ଉପରେ କାବୁ ରଖିପାରି ନଥିଲି ଏବଂ ବାପାଙ୍କ ଉପରେ ଚାତ୍କାର କରି ଉଠିଥିଲି।

Google

ସଞ୍ଜୟ ମିଶ୍ରଙ୍କ ମୁତାବକ ଆମେମାନେ ବୈଶାଳୀରେ ରହୁଛୁ।ଇଣ୍ଡିଆ ଗେଟଠାରେ ସୁଟିଂ ଥିଲା ତ ମୁଁ ଲୀ ମେରେଡିୟମ ହୋଟେଲରେ ଥିଲି। ସେଠାରେ ଏକ ବିହାରୀ ରୋଷେଇୟା ଥିଲେ, ଯିଏ ମୋତେ ପଚାରିଥିଲେ ଆପଣଙ୍କ ପାଇଁ ମାଂସ ବନେଇବି। ମୁଁ କହିଥିଲି-ମସଲାଯୁକ୍ତ ନୁହେଁ ବଢିଆ ଦେଶି ବନାନ୍ତୁ। ଏହାପରେ ମୁଁ କହିଥିଲି-କଲ କର, ମୁଁ ମୋ ବାପାଙ୍କୁ ଡାକିବି। ତା ପରଦିନ ମୁଁ ମୋ ବାପାଙ୍କୁ ଫୋନକରି କହିଥିଲି-ମୁଁ ଗାଡ଼ି ପଠାଇ ଦେବି, ବଢିଆ ମାଂସ ତିଆରି ହୋଇଛି।

ଏହାପରେ ବାପା ଆଶ୍ଚର୍ଯ୍ୟ ହୋଇ କହିଥିଲେ-ତୁମେ ଖାଅ ନାହିଁ। ଏବେ ତୁମ ଦେହ ଠିକ ହୋଇଛି। ଏହି ସବୁ ଖାଇ-ଖାଇ ଦେହକୁ ଖରାପ କରି ଦେଉଛ। ମୁଁ କହିଲି-ବାପା ପାଟିକର ନାହିଁ। ଆପଣ ଆସନ୍ତୁ ପୁଣି ଏଠାରେ ରହିବେ। ଏହାପରେ ମୁଁ ଗାଡ଼ି ପଠେଇଥିଲି କିନ୍ତୁ ଗାଡ଼ି ଏକା ଆସିଥିଲା ଏବଂ ବାପା ଆସିନଥିଲେ।

ଏହାପରେ ମୁଁ ବାପାଙ୍କୁ ଫୋନକରି ପଚାରିଥିଲି-ଆପଣ କଣ ପାଇଁ ଆସିଲେ ନାହିଁ,ତ କହିଲେ ଟିକେ ଦେହ ଅସୁସ୍ଥ ଲାଗୁଥିଲା। ପୁଣି ମୁଁ ପଚାରିଲି-କଣ ଖାଇଥିଲେ ଆପଣ?ଆରେ ସେଦିନ ତୁମେ ଆସିଥିଲ ନା ଯେତେବେଳେ ତୁମେ ଧୀରେଧୀରେ ତୁମ ମମ୍ମୀକୁ କହୁଥିଲ ସେ ପଣସ ତରକାରୀ କରିବା ପାଇଁ।ତ ମୁଁ କହିଥିଲି କି ସେହି ଦିନର ତରକାରୀ ଏବେ ଖାଇଛ ତ ହେବନା ଗଡବଡ। ଏହାପରେ ବାପା କହିଥିଲେ ମୋତେ ତୁମ ଉପଦେଶର ଆବଶ୍ୟକତା ନାହିଁ। ଏହା ତାଙ୍କର ଶେଷ କଥା ଥିଲା। ସକାଳୁ ଜଣା ପଡିଥିଲା କି ବାପା ଆଉ ନାହାନ୍ତି।

ସଞ୍ଜୟଙ୍କ ମୁତାବକ, ବାପାଙ୍କୁ ଡାୟରୀ ଲେଖିବାର ବହୁତ ସଉକ ଥିଲା। ଏଥିରେ ସେ ପ୍ରତ୍ୟେକ ଦିନର ଲେଖୁଥିଲେ ଏବଂ ସେହି ଦିନର ମଧ୍ୟ ଲେଖିଥିଲେ, ଯେଉଁଦିନ ଆମେମାନେ ଆଳୁଚାଟ ଦେଖିବାକୁ ଯାଇଥିଲୁ।ସେ ଲେଖିଥିଲେ-ମନୋଜ ପାହବା ବହୁତ ଭଲ କାମ କରିଥିଲେ, କିନ୍ତୁ ସଞ୍ଜୟ ମଧ୍ୟରେ କିଛି କରିଛନ୍ତି। କିନ୍ତୁ ଆଜି ସେ ମୋ ବନ୍ଧୁଙ୍କ ସାମ୍ନାରେ ମୋତେ ଅପମାନିତ କରିଥିଲେ। ସେଇଟା ପଢି ମୁଁ ଭାବିଥିଲି କି ଶେଷରେ ଏହା କଣ ଜୀବନ ନେଇ ଗଲା ମୋର ବାପାଙ୍କ।

Google

ସଞ୍ଜୟ ନିଜକୁ ଅପରାଧୀ ମନେକରି କହିଥିଲେ-ଯଦି କେହି ୨ସେକେଣ୍ଡ ପାଇଁ ତାଙ୍କୁ ଜିବିତ କରିଦେବ ତାହେଲେ ମୁଁ ନିଜ ଗଳାକୁ ଉପାଡ଼ି ତାଙ୍କ ସାମ୍ନାରେ ରଖିଦେବି ଆଉ କହିବି କି ମୋର ଉଦ୍ଦେଶ୍ୟ କେବେବି ଏମିତି ନଥିଲା। ମୁଁ ପିଲାଦିନେ କେତେଥର ତୁମ କୋଳରେ କାନ୍ଦିଥିବି ଏବଂ ସେହିପରି ଆପଣଙ୍କ ଉପରେ ଚିତ୍କାର କରି ଦେଇଥିଲି। ଏହି ପଶ୍ଚାତାପ ମୁଁ ଜିବନ ସାରା କରୁଥିବି। ତାଙ୍କର ସେହି ଦୁଇ ଧାଡ଼ି ମୋତେ ଉପଦେଶ ଦିଅନାହିଁ ଏବଂ ଡାୟରୀର ସେହି ଧାଡ଼ି। ଏହି ପଶ୍ଚାତାପ ଆପଣ କେତେବି ଟଙ୍କା ରୋଜଗାର କରି ନିଅନ୍ତୁ କିନ୍ତୁ ଶେଷ ହେବନାହିଁ।

ଜଣା ଯାଉଛି କି ସଞ୍ଜୟଙ୍କ ବାପା ଶମ୍ଭୁନାଥ ମିଶ୍ରା ବୃତ୍ତିରେ ସାମ୍ବାଦିକ ଥିଲେ, ଯେତେବେଳେ କି ତାଙ୍କ ଜେଜେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଥିଲେ। ବିହାରର ଦରଭଙ୍ଗାରେ ଜନ୍ମ ହୋଇଥିବା ସଞ୍ଜୟ ଯେତେବେଳେ ୯ବର୍ଷର ଥିଲେ ତ ତାଙ୍କ ପରିବାର ବାରଣାସୀକୁ ଚାଲି ଯାଇଥିଲେ। ସଞ୍ଜୟ ନିଜ ଶିକ୍ଷା ବାରଣାସୀର କେନ୍ଦ୍ରୀୟ ବିଦ୍ୟାଳୟ ବୀଏଚୟୁ କ୍ୟାମ୍ପସରେ କରିଥିଲେ।

ଏହାପରେ ସେ ବ୍ୟାଚଲରର ଡିଗ୍ରୀ ବର୍ଷ ୧୯୮୯ରେ ପୂରା କରିବା ପରେ ୧୯୯୧ରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଆଡ଼ମିଶନ କରିଥିଲେ। ସଞ୍ଜୟ ମିଶ୍ରା ସୀରିୟଲ ଚାଣକ୍ୟରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ। ସଞ୍ଜୟଙ୍କ ବାହାଘର ୨୮ଡିସେମ୍ବର ବର୍ଷ ୨୦୦୯ରେ କିରନ ମିଶ୍ରାଙ୍କ ସହିତ ହୋଇଛି। ସଞ୍ଜୟଙ୍କର ଦୁଇଟି ଝିଅ ପଲ ଏବଂ ଲମ୍ହା ଅଛନ୍ତି।

Leave a Reply

Your email address will not be published. Required fields are marked *