୧୧ରଦିନ ପର୍ଯ୍ୟନ୍ତ କୋରୋନା,ନିମୋନିୟା ଏବଂ ହାଇପରଟେନଶନ ସମୟ ଦେଇ ଗତି କରିବା ପରେ ‘ୟେ ରିସ୍ତା..’ର ଅଭିନେତ୍ରୀଙ୍କର ହୋଇଛି ମୃତ୍ୟୁ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଏକ ଖରାପ ଖବର ସାମ୍ନାକୁ ଆସିଛି। ପୂର୍ବ ୧୧ଦିନ ଠାରୁ ଭେନ୍ଟିଲେଟରରେ ମୃତ୍ୟୁ ସହ ଲଢ଼େଇ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟନାଗର(Divya bhatnagar)ଙ୍କ ମୃତ୍ୟୁ ହୋଇଯାଇଛିଟିଭି ଶୋ ୟେ ରିସ୍ତା କ୍ୟା କହଲାତାହେ(yeh rishta kya kehlata hai)ରେ ଗୁଲାବୋ ଚରିତ୍ରରେ ଅଭିନୟ କରୁଥିବା ଦିବ୍ୟା କୋରୋନା ଭାଇରସରେ ପୀଡ଼ିତ ଥିଲେ। ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଭେନ୍ଟିଲେଟରକୁ ପଠାଇ ଦିଆଯାଇଥିଲା।ଦିବ୍ୟାଙ୍କୁ ନିୟମିତ,କୋରୋନା ଭାଇରସ ଏବଂ ହାଇପରଟେନସନ କାରଣରୁ ଗୋଂରେଗାଁର ଏସଆରବୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଦିବ୍ୟାଙ୍କ ଭାଇ ଦେବାଶିଷ ଭଟନାଗର ତାଙ୍କ ମୃତ୍ୟୁର ଖବର ଦେଇଛନ୍ତି। ଦେବାଶିଷ କହିଛନ୍ତି-କିଛି ଦିନ ପୂର୍ବରୁ ଦିଦିଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଶରୀରରେ କୈାଣସି ସୁଧାର ଆସିଲା ନାହିଁ।ଆଜି ସକାଳ ୩ଟା(୭ ଡିସେମ୍ବର) କାର୍ଡିୟକ ଅସୁବିଧା ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

 

View this post on Instagram

 

A post shared by Devoleena Bhattacharjee (@devoleena)

ଦିବ୍ୟା ଭଟନାଗରଙ୍କ ମୃତ୍ୟୁରେ ସାଙ୍ଗ ହେଉଥିବା ପ୍ରିୟ ବନ୍ଧୁ ଦେବୋଲୀନା ଭଟ୍ଟାଚାର୍ଯ୍ୟ ଶୋକ କରିଛନ୍ତି।ସେ ଇନଷ୍ଟାଗ୍ରାମ୍ ପୋଷ୍ଟ ରେ ଲେଖିଛନ୍ତି-ଯେତେବେଳେ କେହି କାହାର ସାଥି ହେଉନଥିଲେ ତ କେବଳ ତମେ ହିଁ ହେଉଥିଲ।ଦିବୁ ତମେ ହିଁ ତ ମୋ ଆପଣାର ଥିଲ, ଯାହାକୁ ମୁଁ ଗାଳି କରୁଥିଲି,ରାଗିଋଶି ପାରୁଥିଲି, ହୃଦୟର କଥା କହି ପାରୁଥିଲି। ମୁଁ ଜାଣିଛି ତୁମ ଜୀବନ ବହୁତ କଷ୍ଟରେ ଭରାହୋଇ ରହିଥିଲା। କଷ୍ଟ ସହିବାକୁ ତୁମେ ଯୋଗ୍ୟ ନୁହଁ, କିନ୍ତୁ ଆଜି ମୁଁ ଜାଣି ପାରୁଛି କି ତୁମେ ବହୁତ ଭଲ ସ୍ଥାନରେ ଅଛ, ସବୁ କଷ୍ଟ ଠାରୁ ଦୂରରେ। ମୁଁ ତୁମକୁ ମନେ ପକାଇବି ଦିବୁ, ତୁମକୁ ଜଣାଅଛି କି ମୁଁ ତୁମକୁ ପସନ୍ଦ କରେ ଏବଂ ଭଲ ପାଏ।ଆଇ ଲଭ ୟୁ, ତୁମେ ବହୁତ ଜଲଦି ଚାଲି ଯାଇଛ।

ଜଣା ଯାଉଛି କି ୨୬ ନଭେମ୍ବରରେ ମୁମ୍ବାଇର ଏସଆରବୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ, ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ମଲ୍ଟି ସ୍ପେଶିଆଲ ଡାକ୍ତରଖାନା-ସେବନ ହିଲ୍ସକୁ ପଠାଇ ଦିଆଯାଇଥିଲା।ଦିବ୍ୟା କିଛି ମାସ ପୂର୍ବରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚିନ୍ତାରେ ଥିଲେ।ତାଙ୍କ ବିବାହିତ ଜୀବନରେ ବହୁତ ଅସୁବିଧାରେ ଥିଲେ। ଦେବାଶିଷ କହୁଛନ୍ତି କି ଦିବ୍ୟାଙ୍କ ସ୍ବାମୀ ଗଗନ‌ ଉଚିତ ବ୍ୟକ୍ତି ନୁହଁନ୍ତି ଏବଂ ତାଙ୍କରି କାରଣରୁ ପ୍ରଥମେ ଦିବ୍ୟାଙ୍କ ଅବସ୍ଥା ଖରାପ ହୋଇଥିଲା। ସେହି,ଦିବ୍ୟା କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମ ରେ ଏକ ଭିଡିଓର ସ୍କ୍ରିନସଟ ଶେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ,ହେ…ମୋର ଇନଷ୍ଟାଗ୍ରାମ ପରିବାର।ମୋର ଭଲ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ।

ପୂର୍ବ ବର୍ଷ ଡିସେମ୍ବରରେ ଦିବ୍ୟା ଗଗନ ନାମକ ଏକ ବ୍ୟକ୍ତି ସହିତ ବିବାହ କରିଥିଲେ।ଗଗନ ବି କେତେ ଟିଭି ଶୋ ସହିତ ଯୋଡି ହୋଇ ରହିଛନ୍ତି। ହେଲେ,ଗଗନ ଏବଂ ଦିବ୍ୟା ଏବେ ସାଥିହୋଇ ରହୁନାହାନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିବାର ଖବର ମିଳିଛି।ଦିବ୍ୟାଙ୍କ ମାଆ ଜଣାଇଥିଲେ କି ତାଙ୍କ ଝିଅର ବାହାଘରରେ ସମସ୍ୟା ଆସିଥିଲା। ଏହି କାରଣରୁ ସେ ବହୁତ ଚିନ୍ତିତ ଥିଲେ।

Leave a Reply

Your email address will not be published. Required fields are marked *