ଅସୁସ୍ଥ ସ୍ବାମୀଙ୍କ ପାଇଁ ନିଜର କାରିଅରକୁ ବାଜିରେ ଲଗେଇ ଥିଲେ ଗୋବିନ୍ଦାଙ୍କ ଏହି ଅଭିନେତ୍ରୀ ,ଏବେ ତିନୋଟି ପିଲାର ମା

ମୁମ୍ବାଇ: ୯୦ ଦଶକରେ ଗୋବିନ୍ଦାଙ୍କ ହିରୋଇନି ଥିବା ଅଭିନେତ୍ରୀ ରିତୁ ଶିବପୁରୀଙ୍କୁ ୪୬ବର୍ଷ ବୟସ ହୋଇ ଗଲାଣି। ୧୯୭୫ ଜାନୁଆରୀ ୨୨ ତାରିଖରେ ଜନ୍ମ ହୋଇଥିବା ରିତୁ ଶିବପୁରୀ ୨୮ ବର୍ଷ ପୂର୍ବେ ୧୯୯୩ରେ ଆସି ଥିବା ସୁପରହିଟ ଫିଲ୍ମ ‘ ଆଁଖେ ‘ ରୁ ନିଜର ଫିଲ୍ମ କାରିଅର ଆରମ୍ଭ କରିଥିଲେ। ଏହି ଫିଲ୍ମ ଛାଡି ଦେଲେ ସେ ଆଉ କୌଣସି ଫିଲ୍ମରେ ସଫଳତା ପାଇ ନଥିଲେ। କେତେବର୍ଷ ଯାଏ ସେ ସଫଳତା ନ ପାଇବାରୁ ଫିଲ୍ମ ଜଗତ ଛାଡି ୨୦୦୬ରେ ନିଜ ବୈବାହିକ ଜୀବନରେ ସେ ଫୋକସ କରିଥିଲେ। ରିତୁ ନିଜର ଅସୁସ୍ଥ ସ୍ବାମୀଙ୍କ ପାଇଁ ନିଜର କାରିଅରକୁ ବାଜିରେ ଲଗେଇ ଦେଇଥିଲେ।

ହିନ୍ଦୀ ସହିତ କନ୍ନଡ ସିନେମାରେ କାମ କରିଥିବା ରିତୁ ଶିବପୁରି ଫେମସ ଆକ୍ଟର ଓମ ଏବଂ ସୁଧା ଶିବପୁରିଙ୍କ ଝିଅ ଅଟନ୍ତି। ରିତୁ ଶିବପୁରି ହରି ଓ୍ବେଙ୍କଟ ଙ୍କୁ ବିବାହ କରିଛନ୍ତି। ତାଙ୍କର ତିନୋଟି ପିଲା ଅଛନ୍ତି। ତାଙ୍କର ପୁଅ ନାମ ରୋହିଲ ଏବଂ ଝିଅଙ୍କ ନାମ ସମାରା ଏବଂ ରାୟା ଅଟେ।

ରିତୁ ଏକ ଇନଣ୍ଟବ୍ୟୁରେ କହିଥିଲେ କି ୨୦୦୬ରେ ମୁଁ ଏକ ଟିଭି ଶୋ ରେ କାମ କରିଥିଲି , ଯାହାପାଇଁ ମତେ ୧୮-୨୦ ଘଣ୍ଟା ପର୍ଯ୍ୟନ୍ତ ସୁୁଟିଙ୍ଗ କରିବାକୁ ପଡୁଥିଲା। ଯେତେବେଳେ ମୁଁ ଘରକୁ ଫେରୁଥାଏ ସେତେବେଳେ ମୋ ସ୍ବାମୀ ସୋଇ ପଡିଥାନ୍ତି, ସେତେବେଳେ ମତେ ଲାଗିଲା କି ମୁଁ ମୋ ପରିବାରକୁ ସମୟ ଦେଇ ପାରୁ ନାହିଁ। ସେଥିପାଇଁ ମୁଁ ଆକ୍ଟିଙ୍ଗ ଲାଇନ ଛାଡିି ଦେଲି।

ପରେ ସେ ପୁଣି ଆକ୍ଟିଙ୍ଗ ଲାଇନକୁ ଫେରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସ୍ବାମୀ ରୋଗଜରାସ୍ତ ଥିବାରୁ ସେ ନିଜ ନିସ୍ପତିରୁ ଓହରି ଯାଇଥିଲେ। ବାସ୍ତବରେ ରିତୁଙ୍କ ସ୍ବାମୀଙ୍କର ପିଠିରେ ଟ୍ୟୁମର ହୋଇ ଯାଇଥିଲା, ଯେଉଁଥିପାଇଁ ସେ ନିଜ କାରିଅର ଅପେକ୍ଷା ନିଜ ସ୍ବାମୀଙ୍କ ଉପରେ ଧ୍ୟାନ ଦେଇଥିଲେ।

୨୦୧୪ର ଏକ ଇନଣ୍ଟରବ୍ୟୁରେ ରିତୁ କହିଥିଲେ କି ସେ ସୁଟିଙ୍ଗ ପାଇଁ ନିଜ ପରିବାର ଏବଂ ସ୍ବାମୀଙ୍କୁ ସମୟ ଦେଇ ପାରୁ ନଥିଲେ। ମତେ ଲାଗୁଥିଲା କି ମୁଁ ମୋ କାରିଅର ପାଇଁ ମୋ ପରିବାରକୁ ହେରେଇ ଦେବି। ମୋ ସ୍ବାମୀ ବହୁତ ସିଧା ସାଧା ସେ କେବେ ଏ କଥାକୁ ନେଇ କିଛି କହି ନାହିଁନ୍ତି କିନ୍ତୁ ମତେ ଏମିତି କରିବା ଠିକ ଲାଗିଲା ନାହିଁ, ସେଥିପାଇଁ ମୁଁ ଫିଲ୍ମ କାରିଅର ଛାଡି ମୋ ପରିବାରକୁ ସମୟ ଦେବାକୁ ନିସ୍ପତି ନେଲି।

ଫିଲ୍ମରୁ ବ୍ରେକ ନେଇ ରିତୁ ଗହଣା ଡିଜାଇନର କାମ କରିବା ଆରମ୍ଭ କରିଥିଲେ। ପିଲା ବଡ ହେବା ପରେ ରିତୁ ୨୦୧୬ରେ ଅନୀଲ କାପୁରଙ୍କ ଶୋ’ ୨୪ ‘ ଫେରିଥିଲେ। ଏଥିରେ ସେ ଡ. ଶନୀ ମେହେତାଙ୍କ ରୋଲ କରିଥିଲେ। ରେତୁ କହିଥିଲେ କି – ଏବେ ମୋ ପିଲା ବଡ ହୋଇ ଗଲେଣି। ଏବେ ମତେ ସମୟ ମିଳୁଛି, ସେଥିପାଇଁ ମୁଁ ଆକ୍ଟିଙ୍ଗ ଲାଇଫକୁ ଫେରୁଛି।

ରିତୁ କହିଥିଲେ କି ଫିଲ୍ମ ଜଗତ ମୋ ପାଇଁ ଘର ପରି କାରଣ ମୋ ବାପା ଓମ ଶିବପୁରି ଏବଂ ସୁଧା ଓମପୁରି ପ୍ରଥମରୁ ଫିଲ୍ମ ଜତରେ କାମ କରି ସାରିଛନ୍ତି। କିନ୍ତୁ ମତେ ଏହି ଲାଇନକୁ ଆସିବାର ନଥିଲା। ମୁଁ ମଡଲିଙ୍ଗ କରୁଥିଲି ସେତେବେଳେ ପହଲାଜ ନିହଲାନୀ ଅଙ୍କଲ ମତେ ଦେଖିଲେ ଏବଂ ଆଁଖେ ଫିଲ୍ମ ଅଫର କରିଥିଲେ। ସେତେବେଳେ ମତେ ୧୭ ବର୍ଷ ବୟସ ହୋଇଥିଲା।

ରିତୁ କହିଥିଲେ କି ମୁଁ ଯେତେବେଳେ ୧୫ ବର୍ଷ ବୟସର ହୋଇଥିଲି ସେତେବେଳେ ବାପା ମତେ ମଦ ପିଇବାକୁ କହିଥିଲେ ଏବଂ ଏହା ମଧ୍ୟ କହିଥିଲେ କି ଏହାର ମାନେ ନୁହେଁ ଯେ ଯାଇ ତୁ ମୋ ବାରରେ ମଦ ପିଇବୁ, ଯାହା କରିବୁ ମୋ ସାମ୍ମନାରେ କର କିନ୍ତୁ କେବେ ମୋ ଭରଷା ଭାଙ୍ଗିବୁ ନାହିଁ।

୨୦୧୭ରେ ରିତୁଙ୍କୁ ଟିଭି ଶୋ ଇସ ପ୍ୟାରକୁ କ୍ୟା ନାମ ଦୁଁ ସିଜିନ ୩ ରେ ଦେଖିବାକୁ ମିଳିଥିଲା। ଏହି ସିରିଏଲରେ ରିତୁ ଇନ୍ଦ୍ରାଣୀ ନାରାୟଣ ବଶିଷ୍ଟଙ୍କ ରୋଲ କରିଥିଲେ। ଏହାପରେ ରିତୁଙ୍କୁ ୨୦୧୯ରେ ନଜର ଏବଂ ବଷ ପରି ଟିଭି ସୋ ରେ ଦେଖିବାକୁ ମିଳିଥିଲା।

ଫିଲ୍ମ ବିଷୟରେ କହିବାକୁ ଗଲେ ରିତୁ ଶିବପୁରି ଆଁଖେ ବ୍ୟତିତ ହମ ସବ ଚୋର ହେଁ, ରକଡାନ୍ସର, ଆର ୟା ପାର, ଭାଈ ଭାଈ, କାଲା ସାମ୍ରାଜ୍ୟ, ହଦ କରଦି ଆପନେ, ଲଜ୍ଜ୍ୟା, ଶକ୍ତି ଦ ପାଓ୍ବାର, ଏଲାନ, ଏକ ଜିଦ ଇକ ଜାନ ପରି ଫିଲ୍ମରେ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *