ଚା ବିକ୍ରି କରି ପୁଅକୁ MBBS କଲେଜରେ କଲେ ଆଡମିସନ, ଜାଣନ୍ତୁ ଦୀପକ ଶର୍ମାଙ୍କର ପ୍ରେରେଣାଦାୟ କାହାଣୀ

ପରିଶ୍ରମ ବଳରେ କୌଣସି ବି କାର୍ଯ୍ୟକୁ ସଫଳ କରିପାରିବେ। ଏହି କଥାକୁ ଦୀପକ ଶର୍ମା ପ୍ରମାଣିତ କରିଛନ୍ତି। ଦୀପକ ଶର୍ମା ଏକ ଗରୀବ ପରିବାରର ଅଟନ୍ତି। କିନ୍ତୁ ତାଙ୍କର ସ୍ବପ୍ନ ଡକ୍ଟର ହେବାର ଥିଲା। ଟଙ୍କାର ଅଭାବ ପାଇଁ ସେ ଭଲ ସ୍କୁଲରେ ଆଡମିସନ କରିପାରି ନଥିଲେ , ବିନା ଟ୍ବୁସନରେ ସେ ପାଠ ମଧ୍ୟ ପଢିଥିଲେ। ଦୀପକ ଶର୍ମାଙ୍କ ବାପା ଜଣେ ଚା ଦୋକାନୀ ଅଟନ୍ତି, ସେ ହରିଆଣାର ହିସାର ଜିଲ୍ଲାର ଆଦମପୁରର ଗୋପିରାମ ଧର୍ମଶାଳା ବାହାରେ ଚା ବିକ୍ରି କରନ୍ତି। ଦୀପକ ବାପାଙ୍କ ସ୍ବପ୍ନ ଥିଲା କି ତାଙ୍କ ପୁଅ ଡକ୍ଟର ହେଉ।

ରାମଚନ୍ଦ୍ର ଶର୍ମା ଦିନ ରାତି ପରିଶ୍ରମ କରି ନିଜ ପୁଅକୁ ପଢେଇବାର ଚେଷ୍ଟା କଲେ ଏବଂ ତାଙ୍କର ଚେଷ୍ଟା ପାଇଁ ଆଜି ସରକାରୀ ମେଡିକାଲ କଲେଜରେ ଦୀପକଙ୍କୁ ଆଡମିସନ ମିଳିଛି। ଦୀପକଙ୍କ ବାପା କହିଛନ୍ତି ତାଙ୍କର ସ୍ବପ୍ନ ଥିଲା କି ତାଙ୍କ ପୁଅ ଡକ୍ଟର ହୋଇ ଲୋକମାନଙ୍କର ସେବା କରିବ ଏବଂ ଏବେ ସେହି ସ୍ବପ୍ନ ପୁରଣ ହେବାକୁ ଯାଉଛି।

ଦୀପକଙ୍କ ପରିବାର ସ୍ଥିତି କିଛି ଭଲ ନଥିଲା । ତାଙ୍କ ବାପା ଚା ବିକ୍ରି କରି ଛୋଟ ମୋଟ ଆବଶ୍ୟକତା ପୂରଣ କରି ପାରନ୍ତି। ରାମଚନ୍ଦ୍ରଙ୍କର ଏହି ପରିଶ୍ରମ ପାଇଁ ଆଜି ତାଙ୍କ ପୁଅ ଏପର୍ଯ୍ୟନ୍ତ ପହଁଚିଛନ୍ତି।

ଦୀପକ ଦଶ ପାସ ବୀକାନେର ର ଶାଦୁଲ ସ୍ପୋର୍ଟସ ସ୍କୁଲରୁ କରିଥିଲେ ଏବଂ ଦ୍ବାଦଶ ପାସ ସେ ଜୀନୀୟସ ସ୍କୁଲ ଅନୁପଗଢ ସ୍କୁଲରୁ କରିଥିଲେ। ଦ୍ବାଦଶ ପାସ ପରେ ଦୀପକଙ୍କର କୋଚିଙ୍ଗ ନେବାର ଇଛା ହେଲା। ତାଙ୍କ ବାପାଙ୍କୁ ଜଣାଥିଲା କି ତାଙ୍କ ପୁଅ ବହୁତ ଚତୁର ଜଦି ସେ କୋଚିଙ୍ଗ ନିଏ ତେବେ ତାକୁ ନିଶ୍ଚିତ ସରକାରୀ ମେଡିକାଲ କଲେଜରେ ଆଡମିସନ ମିଳିଯିବ। ରାମଚନ୍ଦ୍ର ପୁଅର ଭବିଷ୍ୟତ ପାଇଁ କୋଚିଙ୍ଗରେ ଆଡମିସନ କରାଇଥିଲେ।

ଦୀପକ କହିଛନ୍ତି ତାଙ୍କର କୋଚିଙ୍ଗ ପରେ ୮-୯ ଘଣ୍ଟା ସେ ଘରେ ପ୍ରତିଦିନ ପାଠ ପଢନ୍ତି। ସେ ରାତିରେ ବହୁତ ସମୟ ପାଠ ପଢନ୍ତି। ପଢୁଥିବା ସମୟରେ ଜଦି ତାଙ୍କୁ ନିଦ ଆସେ ସେ ସେତେବେଳେ ପରିଜନ ମାନଙ୍କ ସହିତ ଫୋନରେ କଥା ହୋଈଯାନ୍ତି। ଦୀପକ ଏହି ସମୟରେ ସୋଶିଆଲ ମିଡିଆ ଠାରୁ ଦୂରେଇ ରହିଥିଲେ। ଦୀପକ କହିଥିଲେ କି ତାଙ୍କ ବାପା ତାଙ୍କୁ ଚା ବିକ୍ରି କରି ପାଠ ପଢାଉ ଥିଲେ ଏବଂ ତାଙ୍କ ବାପାଙ୍କର ସ୍ବପ୍ନ ଥିଲା କି ସେ ଡକ୍ଟର ବନନ୍ତୁ ବୋଲି । ଏବେ ସେ ସ୍ବପ୍ନ ପୁରଣ ହେବାକୁ ଯାଉଛି।

ଦୀପକ କହିଛନ୍ତି କି ତାଙ୍କ ମା ପାଠ ପଢି ନାହାଁନ୍ତି । ତାଙ୍କ ଭଉଣୀ ହୀନା ଶର୍ମା BSC ଏବଂ BED ପାସ କରି ପ୍ରତିଯୋଗୀ ପରୀକ୍ଷା ପାଇଁ ସଜାଗ ହେଉଛନ୍ତି। ଦୀପକ ଶର୍ମାଙ୍କର ଏହି କିହାଣୀ ସେହି ଲୋକମାନଙ୍କ ପାଇଁ ପ୍ରେରଣା ଦାୟକ ଅଟେ , ଯେଉଁମାନେ ନିଜ ଜୀବନରେ କିଛି ବନିବାକୁ ଚାହୁଁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *