ଏମବିଏ,ବିଏସସି ଏବଂ ବିକମ ପଢା ସଂପୂର୍ଣ୍ଣ କରି ସାରିବା ପରେ କରୁଛନ୍ତି ଚାଷ, ପ୍ରଥମ ଋତୁରେ ହିଁ ୫ଏକର ଜମିରୁ ରୋଜଗାର କରିଛନ୍ତି ୧୦ଲକ୍ଷ ଟଙ୍କା।

କୃଷକ ବିଲର ବିରୋଧ କରୁଥିବା ସମୟରେ ନୂତନ ଶୈଳୀରେ ମହାରାଜଗଞ୍ଜ ଜିଲ୍ଲାର ତିନିଜଣ ଯୁବକ ବନ୍ଧୁ କୃଷି-କୃଷକ ମଧ୍ୟରେ ଉନ୍ନତିର ପ୍ରାର୍ଥନା ଲେଖିଛନ୍ତି। ଏମବିଏ,ବିଏସସି ଏବଂ ବିକମର ପାଠ ସଂପୂର୍ଣ୍ଣ କରିବା ପରେ ତିନିଜଣ ବନ୍ଧୁ ମିଶି ପରିବାରରେ ହେଉଥିବା ପରମ୍ପାରିକ କୃଷିର ଶୈଳୀ ପରିବର୍ତ୍ତେ ଜୈବିକ କୃଷି ପଦ୍ଧତିର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ସରକାରଙ୍କ ସାହାଯ୍ୟରେ ଜମିରେ ନୂତନ ଶୈଳୀକୁ ଆପଣାଇଛନ୍ତି। ପ୍ରଥମ ଋତୁରେ ହିଁ ପରମ୍ପରାଗତ କୃଷି ତୁଳନାରେ ସାତଗୁଣା ଅଧିକ ଆମଦାନୀ ବଢି ଯାଇଛି। ପାଞ୍ଚ ଏକର ଜମିରେ ଫଳ ଏବଂ ‌ପରିବା ଜୈବିକ ଉପାୟରେ ଚାଷକରି ନିଜର ଖର୍ଚ୍ଚ ହୋଇଥିବା ମୂଲ୍ୟକୁ ଛାଡି ଦଶଲକ୍ଷ ଟଙ୍କା ଲାଭ କରିଛନ୍ତି ଏବଂ ଦୁଇ ଡର୍ଜନରୁ ଅଧିକ ବେରୋଜଗାର ଲୋକଙ୍କୁ ରୋଜଗାର କ୍ଷମ କରାଇଛନ୍ତି। ବାସ୍ତବରେ ଏହା ହେଉଛି କି ତାଙ୍କ ମାଧ୍ୟମରେ ଲଗାଯାଇଥିବା ଫଳ ଏବଂ ‌ପରିବା ବନାରସ, ଜୌନପୁର, ପ୍ରୟାଗରାଜ ସମେତ ପୂର୍ବାଞ୍ଚଳର କେତେ ଗୁଡିଏ ଘରେ ପହଞ୍ଚୁଛି।

ଭାରତ-ନେପାଳ ସୀମା ସଂଲଗ୍ନ ୟୁପିର ମ‌ହାରାଜଗଞ୍ଜ ଜିଲ୍ଲାରେ ରହୁଥିବା ଦୁର୍ଗଶ ସିଂହ ଏମବିଏ ଡିଗ୍ରୀ ହାସଲ କରିଛନ୍ତି।ଦୁର୍ଗଶ ନିଜର ଦୁଇ ବନ୍ଧୁ ବରୁଣ ଶାହୀ ଏବଂ ଆଦିତ୍ୟ ଶାହୀଙ୍କ ସହ ମିଶି ପାଞ୍ଚ ଏକର ଜମିରେ ପୂର୍ବ ବର୍ଷ ପରମ୍ପରାଗତ କୃଷି ପରିବର୍ତ୍ତେ ବୈଜ୍ଞାନିକ ପଦ୍ଧତିରେ ଫଳ ଏବଂ ‌ପରିବା ଜୈବିକ ଉପାୟରେ ଚାଷ କରିଛନ୍ତି। ଉଦ୍ୟାନ ବିଭାଗରୁ ମିଳିଥିବା କୌଶଳର ସହଯୋଗ ଏବଂ ଅନୁଦାନରେ ମିଳିଥିବା କୃଷି ଯନ୍ତ୍ର ସାହାଯ୍ୟରେ ଅଳ୍ପ ମୂଲ୍ୟ ଏବଂ ସମୟରେ ବିଭିନ୍ନ ପ୍ରକାର ଫଳ ବ୍ୟତୀତ ଲାଉ, ଭେଣ୍ଡି, କନ୍ଦମୂଳ, କାକୁଡି ବ୍ୟତୀତ ଋତୁ ଅନୁସାରେ ପରିବା ଚାଷ ଜୈବିକ ଉପାୟରେ ଆରମ୍ଭ କରିଥିଲେ।

ଆଦିତ୍ୟ ପ୍ରତାପ ସିଂହ ଜଣାଇଛନ୍ତି କି ପୂର୍ବ ଋତୁରେ ୬ମାସ ଭିତରେ ଫଳ‌ ଏବଂ ପରିବା ଉତ୍ପାଦନ ଆରମ୍ଭ ହୋଇଯାଇଥିଲା। ସମୁଦାୟ ଦେଢଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ବିକ୍ରି ହେବାପରେ ୧୨ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ଉତ୍ସାହ ବଢ଼ିଥିଲା ଏବଂ ସ୍ବପ୍ନକୁ ପୂରଣ କରିବାର ବିଶ୍ଵାସ ଜାଗି ଉଠିଥିଲା। ଏବେ ଜମିରୁ ବହୁତ ଭଲ ରୋଜଗାର କରୁଛନ୍ତି। ପୂର୍ବରୁ ପରମ୍ପରାଗତ ଭାବରେ ଚାଷ କରୁଥିଲେ। ଔଷଧ, ଶ୍ରମିକ ମୂଲ୍ୟ,ମଞ୍ଜି, ପାଣିରେ ଟଙ୍କା ବହୁତ ଖର୍ଚ୍ଚ ହେଉଥିଲା କିନ୍ତୁ ଏବେ ସରକାରୀ ଯୋଜନାର ଲାଭ ମିଳୁଛି ତ ସେହି ପ୍ରଣାଳୀରେ ଚାଷ କରୁଛନ୍ତି। ଏହାଦ୍ଵାରା ଖର୍ଚ୍ଚ କମ ହୋଇଥାଏ। ପୂର୍ବରୁ ଏକ ଏକର ଜମିରୁ ୩୦ହଜାର ରୋଜଗାର ହେଉଥିଲା, ଏବେ ଆମଦାନୀ ଦୁଇଗୁଣାରୁ ଅଧିକ ହୋଇଯାଇଛି।ଫସଲବି‌ କେତେଥର କାଟି ନେଉଛନ୍ତି।

ଜିଲ୍ଲାରେ ଜୈବିକ କୃଷି ପଦ୍ଧତିରେ ମଡେଲ ହୋଇ ଆଦିତ୍ୟ ପ୍ରତାପ ସିଂହ,ଦୁର୍ଗଶ ସିଂହ, ବରୁଣ ଶାହୀ କୃଷି କ୍ଷେତ୍ରରେ ବୈଜ୍ଞାନିକ କୌଶଳର ବହୁତ ବ୍ୟବହାର କରିଛନ୍ତି। ଏଥିରେ ତାଙ୍କର ବ୍ୟକ୍ତିଗତ ଯୋଗ୍ୟତା ବି ବହୁତ ସାହାଯ୍ୟ କରିଛି।ବରୁଣ ଶାହୀ (୩୫) ଏମସିଏ ପାଶ କରିଛନ୍ତି, ଆଦିତ୍ୟ ସିଂହ ବ୍ୟାଚଲର ଅଫ ସାଇନ୍ସ ଅଟନ୍ତି,ଦୁର୍ଗତ ସିଂହ ଏମବିଏ କରିଛନ୍ତି।

କେବଳ ପାଞ୍ଚ ଏକର ଜମିରେ ଯେତେବେଳେ ଏହି ତିନି ବନ୍ଧୁ ଜୈବିକ ଉପାୟରେ ଚାଷ କରିବା ପାଇଁ ବାହାରି ଥିଲେ ତ କେତେ ଯୁବକ ତାଙ୍କୁ ଉପହାସ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ, ତିନିଜଣ ତାଙ୍କ ଜିଦି ଏବଂ ପରିଶ୍ରମ ଦ୍ଵାରା ବହୁତ ଭଲ ଫଳ ଦେଖାଇଥିଲେ ଏବଂ ଅନ୍ୟ କୃଷକମାନଙ୍କୁ ବି ଜୈବିକ ଉପାୟରେ ଚାଷ କରିବା ପାଇଁ ପ୍ରେରଣା ଯୋଗାଇ ଦେଇଥିଲେ। ବରୁଣ ଶାହୀ କୃଷି କାର୍ଯ୍ୟ ଦେଖନ୍ତି, ଆଦିତ୍ୟ ସିଂହ ଫସଲର ବୃଦ୍ଧି ଠାରୁ ନେଇ କଟା ହେବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରନ୍ତି। ଏମବିଏ ଡିଗ୍ରୀ ହାସଲକାରି ଫଳ ଏବଂ ‌ପରିବା ବ୍ୟବସାୟ ଏବଂ ରକ୍ଷଣାବେକ୍ଷଣ ସମ୍ଭାଳୁଛନ୍ତି।

ସିଂହ ବ୍ରଦର୍ସ ନାମରେ ଆଦିତ୍ୟ ପ୍ରତାପ ସିଂହ,ଦୁର୍ଗଶ ସିଂହ, ବରୁଣ ଶାହୀ ଜୈବିକ ଉପାୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ସମୟରେ ଫସଲ ବିକ୍ରିରେ ଲକଡାଉନର କ୍ଷତି ସହିବାକୁ ପଡୁଥିଲା। ସେବେଠାରୁ ବେପାରୀ ମାନଙ୍କୁ ଶୋଶିଆଲ ମିଡ଼ିଆ ପ୍ଳାଟଫର୍ମ ସହ ଯୋଡ଼ିଛନ୍ତି ଏବଂ ନିଜ ଫସଲର ଅନଲାଇନ ବିକ୍ରି ଆରମ୍ଭ କରିଛନ୍ତି। ଉଚିତ ମୂଲ୍ୟରେ ଜୈବିକ ଫସଲ ବିକ୍ରି ପାଇଁ ଉପଲବ୍ଧ ଦେଖି ବନାରସ, ଜୌନପୁର, ଆଲାହାବାଦର ବେପାରୀମାନେ ପରିବା କିଣିବା ପାଇଁ ବହୁତ ମାତ୍ରାରେ ଆଗକୁ ଆସୁଛନ୍ତି। ଏହାପରେ ମହାରାଜଗଞ୍ଜରେ ଜୈବିକ ଉପାୟରେ ଲଗାଯାଇଥିବା ଫଳ ଏବଂ ‌ପରିବା ମହାନଗରରେ ପହଞ୍ଚିବାକୁ ଲାଗିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *