ଖାଇବା ପରେ ବ୍ୟକ୍ତି ଜଣକ କରିଲେ ଲଜ୍ୟାଜନକ ବ୍ୟବହାର କିନ୍ତୁ ଅନ୍ୟ ବ୍ୟକ୍ତି ଜଣକ ଯେତେବେଳେ ବ୍ୟକ୍ତିଙ୍କୁ ଧରିଲେ ସେତେବେଳେ କିଛି ଏହିଭଳି ସତ୍ୟତା ଜାଣିବାକୁ ପାଇଥିଲେ। ଦେଖନ୍ତୁ ଭିଡ଼ିଓ..

ସର୍ବଦା ଆମେ ଏଭଳି ଲୋକଙ୍କୁ ଦେଖିଥାଉ ଯିଏକି ରାସ୍ତା ଉପରେ ଅଳିଆ ପକେଇକି ଚାଲି ଯାଆନ୍ତି। କଣ ଆପଣ କେବେ ଏଭଳି କଥା ଶୁଣିଛନ୍ତି କି ଦେଖିଛନ୍ତି କି କେହି ଆବର୍ଜନା ମାଧ୍ୟମରେ କାହାକୁ ସାହାଯ୍ୟ କରିଥିବାର। ବୋଧହୁଏ ନୁହେଁ, ଆସନ୍ତୁ ଆମେ ଆପଣଙ୍କୁ ଏଭଳି ଏକ ଭିଡ଼ିଓ ଦେଖେଇବୁ ଯାହାକୁ ଦେଖିବା ପରେ ଆପଣ ଭାବନାରେ ପଡିଯିବେ। ଆଜ୍ଞା ହଁ, ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି।

ବ୍ୟକ୍ତି ଜଣକ କଲେ ଏଭଳି ବ୍ୟବହାର ତାହାକୁ ବାଇକ୍ ଚାଳକ ଧରିଥିଲେ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ପାଇବେ ଯେ ଜଣେ ବ୍ୟକ୍ତି ରାସ୍ତା ଉପରେ ଫାଷ୍ଟ ଫୁଡ଼ ଖାଉଥିବାର ନଜରକୁ ଆସିବେ, ସେହି ସମୟରେ ବ୍ୟକ୍ତି ଜଣକ ଟିସୁ ପେପର ବାଇକ୍ ଉପରେ ରଖିଦେଲେ। ଯେତେବେଳେ ବ୍ୟକ୍ତି ଜଣକ ଆଗକୁ ଯାଉଥିଲେ ସେହି ସମୟରେ ବାଇକ୍ ମାଲିକ ଅଳିଆ କରିଥିବା ବ୍ୟକ୍ତିଙ୍କୁ ଧରି ପକେଇଥିଲେ। କିନ୍ତୁ ସେଠାରେ କିଛି ଭିନ୍ନ ଦେଖିବାକୁ ମିଳିଥିଲା।

ସତ୍ୟତା ଜାଣିବା ପରେ ଅନୁତାପ କରିଥିଲେ ବାଇକ୍ ମାଲିକ।


ଆଜ୍ଞା ହଁ, ଯେତେବେଳେ ବାଇକ୍ ମାଲିକ ଅଳିଆ କରିଥିବା ବ୍ୟକ୍ତିଙ୍କୁ ଡାକିଥିଲେ ଏବଂ ତାଙ୍କୁ ବାଇକ୍ ଉପରେ ଟିସୁ କଣ ପାଇଁ ରଖିଲେ ବୋଲି ପ୍ରଶ୍ନ କରିଥିଲେ। ବ୍ୟକ୍ତି ଜଣକ ବାଇକ୍ ଉପରୁ ଟିସୁ ଉଠେଇ ଦେଇଥିଲେ ଏବଂ ବାଇକ୍ ମାଲିକଙ୍କୁ ବାଇକ୍ ଉପରେ ଟିସୁ କାରଣ ମଧ୍ୟ ଦେଖେଇଥିଲେ। ବାଇକ୍ ମାଲିକ ଜଣକ ଜାଣିବାକୁ ପାଇଥିଲେ ଯେ ସେ ଭୁଲରେ ବାଇକ୍ ରେ ଚାବି ଲାଗେଇକି ଚାଲି ଯାଇଥିଲେ। ସେଥିପାଇଁ ବ୍ୟକ୍ତି ଜଣକ ଗାଡି ଚୋରି ହେବାର ରକ୍ଷା କରିବାକୁ ଯାଇ ଏଭଳି ପଦକ୍ଷେପ ନେଇଥିଲେ। ଇଣ୍ଟରନେଟରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି। ୨୧ ସେକେଣ୍ଡର ଏହି ଭିଡ଼ିଓ ଦେଢ଼ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି।

Leave a Reply

Your email address will not be published. Required fields are marked *