୫ ବର୍ଷ ଲିଭ ଇନ ସମ୍ପର୍କରେ ରହିବା ପରେ ଥାନାରେ କଲେ ବିବାହ, କିଛିଦିନ ପରେ ହିଁ ସ୍ତ୍ରୀଙ୍କୁ ଘରୁ ବାହାର କରିଦେଲେ ସ୍ୱାମୀ

ମଧ୍ୟପ୍ରଦେଶର ଖରଗୋନରେ ବିବାହର ପ୍ରଲୋଭନ ଦେଖାଇ ୫ ବର୍ଷ ପର୍ଯ୍ୟନ୍ତ ଲିଭ ଇନ ସମ୍ପର୍କରେ ରହିଥିବା ଯୁବକ ଜଣକ ପୋଲିସ ଏଫଆଇଆରର ଭୟରେ ଥାନାରେ ଯୁବତୀ ଜଣଙ୍କୁ ବିବାହ କରିଥିଲେ | କିଛିଦିନ ପରେ ଯୁବତୀଙ୍କୁ ଘରୁ ବାହାର କରିଦିଆଯାଇଥିଲା | ପୀଡିତ ଯୁବତୀ ଜଣକ ଏସପିଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି |

ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଏସପି କାର୍ଯ୍ୟାଳୟରେ ପହଞ୍ଚି ୨୬ ବର୍ଷର ଜଣେ ଯୁବତୀ ଚାଞ୍ଚଲ୍ୟକାରୀ ଖୁଲାସା କରି କହିଛନ୍ତି ଯେ ଅତିରିକ୍ତ ଏସପି ନିରଜ ଚୌରାସିୟାଙ୍କୁ ନିଜର ଆପତ୍ତି ଜଣାଇଥିଲେ | ଯୁବତୀ ଜଣକ କହିଥିଲେ ଯେ ସେ ଖରଗୋନ ଜିଲ୍ଲାର ବଡ଼ବାହ ତହସିଲର ବାସିନ୍ଦା ଅଟନ୍ତି | ୨୮ ବର୍ଷର ବିକାଶ ପାଟିଦାର ବିବାହର ପ୍ରଲୋଭନ ଦେଖାଇ ୨୦୧୫ ମସିହା ଠାରୁ ତାଙ୍କୁ ଲିଭ ଇନ ରିଲେସନରେ ରଖିଥିଲେ | ଯେତେବେଳେ ଜଣାପଡିଥିଲା ଯେ ତାଙ୍କର ନିର୍ବନ୍ଧ ହୋଇଯାଇଛି ଏବଂ ୬ ଡିସେମ୍ବରକୁ ତାଙ୍କର ବିବାହ ହେବାକୁ ଯାଉଛି ସେତେବେଳେ ୨୮ ନଭେମ୍ବର ଦିନ ଅଜାକ ଥାନା, ଖରଗୋନରେ ଏହାର ରିପୋର୍ଟ କରାଇଥିଲେ |

ଯୁବତୀ ଜଣକ କହିଛନ୍ତି ଯେ ପୋଲିସ ତାଙ୍କୁ ଧରିଆଣି ୨୯ ନଭେମ୍ବର ଦିନ ପୋଲିସ କର୍ମଚାରୀ ମାନଙ୍କର ଉପସ୍ଥିତିରେ ଆଇନ ସଙ୍ଗତ ଭାବରେ ମୋ ସହ ବିବାହ କରାଇଥିଲେ | ଏହାପରେ ମୁଁ ମୋର ଅଭିଯୋଗ ଉଠାଇ ନେଇଥିଲି | ବିବାହ ପରେ ବିକାଶ ମୋତେ ଧାମନୋଦ ନେଇଯାଇଥିଲେ | ତାଙ୍କ ବନ୍ଧୁଙ୍କ ଘରେ ୧୦ ଦିନ ରଖିଥିଲେ ଏବଂ ମୋର ଯୌନ ଶୋଷଣ କରିଥିଲେ, ପୁଣି ମାରପିଟ ମଧ୍ୟ କରିଥିଲେ | ସେ କହିଥିଲେ ଯେ ତୁମେ ନୀଚ୍ଚ ସମାଜର ଅଟ, ଏଥିପାଇଁ ତୁମକୁ ରଖାଯାଇ ପାରିବ ନାହିଁ |

ପୀଡିତ ଯୁବତୀ ଜଣକ ଆଗକୁ ଆହୁରି କହିଥିଲେ ଯେ ମୁଁ ୧୩ ଡିସେମ୍ବରକୁ ପୁଣିଥରେ ବିକାଶଙ୍କ ବିରୋଧରେ ମଣ୍ଡଳେଶ୍ୱର ଥାନାରେ ଅଭିଯୋଗ କରିବାରୁ ସେ ମୋତେ ରଖିବାକୁ ପ୍ରସ୍ତୁତ ହୋଇଯାଇଥିଲା କିନ୍ତୁ ଏଠାରୁ ମଣ୍ଡଳେଶ୍ୱରରେ ଭଡା ଘରେ ରଖିବା ନାଁରେ ହୋଟେଲରେ ରଖିଲା | ଏଠାରେ ମୋ ଉପରେ ଛାଡପତ୍ର ଦେବା ପାଇଁ ଚାପ ପକାଇଲା | ବିକାଶ ମୋ ସହିତ ମାରପିଟ କରିଥିଲେ ଏବଂ ୧୬ ଡିସେମ୍ବର ଦିନ ମୋତେ ଷ୍ଟାଣ୍ଡରେ ଏକୁଟିଆ ଛାଡି ପଳାଇଯାଇଥିଲେ |

ଘଟଣାକୁ ନେଇ ଅତିରିକ୍ତ ଏସପି ନୀରଜ ଚୌରାସିୟା ଡିଏସପି ଅଜାକଙ୍କୁ ତଦନ୍ତ କରି ଏଫଆଇଆର ଫାଇଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏଏସପି ନୀରଜ ଚୌରାସିୟାଙ୍କ କହିବା କଥା ଯେ ବେଡିୟା ଥାନା ଅଞ୍ଚଳରେ ଝିଅଟି ଅଭିଯୋଗ କରିଥିଲା | ଅଭିଯୋଗ ସମୟରେ ନୋଟରୀରେ ବିବାହ ମଧ୍ୟ କରିଥିଲେ କିନ୍ତୁ ବର୍ତ୍ତମାନ ଯୁବକ ଜଣକ ତାଙ୍କୁ ରଖିବାକୁ ରାଜି ନାହାନ୍ତି | ଏହି କଥାର ଅଭିଯୋଗକୁ ନେଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ | ଅଜାକ ଥାନାର ଡିଏସପିଙ୍କୁ ତଦନ୍ତର ଦାୟିତ୍ୱ ଦିଆଯାଇଛି | ତଦନ୍ତରେ ଯାହା ମଧ୍ୟ ସାକ୍ଷୀ, ତଥ୍ୟ ମିଳିବ, ସେହି ଆଧାରରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଯୁବକ ଏବଂ ଯୁବତୀ ୫ ବର୍ଷ ଲିଭ ଇନ ରିଲେସନରେ ମଧ୍ୟ ରହିଛନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *