ରିଟାୟାରମେଣ୍ଟ ପରେ ଧୋନୀ ବିକୁଛନ୍ତି ଟମାଟୋ, କ୍ଷୀର, ଭିତରୁ ଦେଖନ୍ତୁ କିପରି ତାଙ୍କ ଫାର୍ମ

ଭାରତୀୟ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ସଂନ୍ୟାସ ପରେ ନିଜର ଧ୍ୟାନ କ୍ଷୀର ଫାର୍ମ ସହିତ ଅର୍ଗେନିକ ଚାଷରେ ଲଗାଉଛନ୍ତି। ଧୋନୀ ରାଞ୍ଚିର ଧୁର୍ବା ସ୍ଥିତ ସେମ୍ବୋରେ ପଞ୍ଚାବନ ଏକର ଜମିରେ ଚାଷ କରୁଛନ୍ତି। ଯେଉଁଥିରେ କ୍ଷୀର ଫାର୍ମ ସହିତ ଅର୍ଗାନୀକ ଚାଷ ମଧ୍ୟ ହେଉଛି। ଧୋନୀଙ୍କ ଫାର୍ମ ହାଉସରେ ବର୍ତ୍ତମାନ ସିଜିନ ଅନୁସାରେ ପରିବା ଉତ୍ପାଦନ ହେଉଛି।

ଏବେ ତାଙ୍କର ଫାର୍ମ ହାଉସରେ ଟମାଟୋ,ଫୁଲକୋବି,ବନ୍ଧାକୋବି,ସବୁଜକୋବି ଚାଷ କରାଯାଇଛି ଯେଉଁଥିରୁ ବର୍ତ୍ତମାନ ଟମାଟୋ ଉତ୍ପାଦନ କରାଯାଉଛି। ଧୋନୀଙ୍କ ଫାର୍ମ ହାଉସରୁ ପ୍ରତିଦିନ ୮୦ କିଲୋ ଟମାଟୋ ତୋଳା ହେଉଛି। ବଜାରରେ ଏହାର ବହୁୁତ ଡିମାଣ୍ଡ ରହିଛି ଏବଂ ସକାଳୁ ଏହା ସରି ଯାଉଛି।

ବାସ୍ତବରେ ଟମାଟୋର ଉତ୍ପାଦନ ସମ୍ପୁର୍ଣ୍ଣ ଅର୍ଗାନିକ ଭାବରେ କରାଯାଉଛି। ଆସୁଥିବା ଗୋଟିଏ ସପ୍ତାହ ପରେ ଧୋନୀଙ୍କ ଫାର୍ମ ହାଉସର କୋବିର ଟେଷ୍ଟ ରାଞ୍ଚୀର ଲୋକମାନେ ନେଇପାରିବେ। ଧୋନୀଙ୍କ ଫାର୍ମ ହାଉସ ଟମାଟୋ କିଲୋପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି।

ସେଇଠି ଧୋନୀଙ୍କ ଫାର୍ମ ହାଉସରେ ପ୍ରତିଦିନ ପାଖାପାଖି ୩୦୦ ଲିଟର କ୍ଷୀର ବଜାରରେ ବିକ୍ରି ହେଉଛି। ୫୫ଟାଙ୍କି କିଲୋପ୍ରତି କ୍ଷୀର ବିକ୍ରି ହେଉଛି। ଯାହା କିଛି ଘଣ୍ଟା ପରେ ବିକ୍ରି ହେଇଯାଉଛି।

ଧୋନୀଙ୍କର କ୍ଷୀର ଫାର୍ମ ହାଉସର ଦେଖା ଶୁଣା କରୁଥିବା ଡକ୍ଟର ବିଶ୍ବରଞ୍ଜନ ଆଜତକକୁ କହିଛନ୍ତି କି ଧୋନୀ ଭାରତୀୟ ପ୍ରଜାତୀର ସହିବାଲ ଏବଂ ଫ୍ରାନ୍ସ ପ୍ରଜାତୀର ଫ୍ରିଜିୟନ ଗାଈ ରଖିଛନ୍ତି। ଧୋନୀଙ୍କ ଗୁହାଳରେ ବର୍ତ୍ତମାନ ୭୦ଟି ଗାଈ ଅଛନ୍ତି। ଏହା ସବୁ ପଞ୍ଜାବରୁ ଅଣା ଯାଇଛି। ଧୋନୀଙ୍କ ଫାର୍ମ ହାଉର ଦେଖାଶୁଣା ପାଇଁ ଶିବନନ୍ଦନ ଏବଂ ତାଙ୍କ ସ୍ତ୍ରୀ ସୁମନ ୟାଦବଙ୍କୁ ରଖାଯାଇଛି। ସବୁ ପନିପରିବାର ଦାୟିତ୍ବ ଏମାନଙ୍କ ହାତରେ।

ଶିବାନନ୍ଦନ କହିଛନ୍ତି କି ଏ ପର୍ଯ୍ୟନ୍ତ ସେ ଧୋନୀଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି। ଧୋନୀ ନିଜ ଫାର୍ମ ହାଉସର ଉତ୍ପାଦିତ ପରିବା ଏବଂ କ୍ଷୀର ଫାର୍ମ ପାଇଁ ବହୁତ ଖୁସି ଅଛନ୍ତି।

ଶିବନନ୍ଦନ ଆଜତକକୁ କହିଛନ୍ତିକି ଧୋନୀ ଯେବେ ବି ରାଞ୍ଚୀରେ ରୁହନ୍ତି ତେବେ ସେ ପ୍ରତ୍ୟକ ଦୁଇ ତିନି ଦିନରେ ନିଜର ଫାର୍ମ ହାଉସକୁ ଦେଖିବାକୁ ନିଶ୍ଚିତ ଆସନ୍ତି। ସେ କହିଛନ୍ତି ଯେଉଁ ପ୍ରକାରରେ ପନିପରିବାର ଅର୍ଗାନିକ ରୂପରେ ଉତ୍ପାଦନ କରାଯାଉଛି ଧୋନୀ ଏହାକୁୁ ଦେଖି ବହୁତ ଖୁସି ଅଛନ୍ତି। ପରିବା ଏବଂ କ୍ଷୀର ବିକ୍ରି କରି ଯେଉଁ ପଇସା ମିଳିଥାଏ ସେହି ପଇସା ସବୁ ସିଧା ଧୋନୀଙ୍କ ଆକାଉଣ୍ଡରେ ଡିପୋଜିଟ କରାଯାଏ। ଧୋନୀ ଗାଈ ଫାର୍ମରେ ରଖା ଯାଇଥିବା ଗାଈଙ୍କ ସହ ମଧ୍ୟ କେତେକ ସମୟ ବିତାଈ ଥାନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *