ରାତି ଦୁଇଟାରେ ଇ-ମେଲ ଚେକ କରିବା ପାଇଁ ଉଠିଲେ ବ୍ୟକ୍ତି, ୭୫କୋଟିର ଲଟେରୀ ଜିତିଲେ ତ ଉଡିଗଲା ନିଦ

ଅଷ୍ଟ୍ରେଲିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଗୁରୁବାର ଦିନ ଶୀଘ୍ର ଆଖି ଲାଗି ଯାଇଥିଲା। କିନ୍ତୁ ୨ଟାରେ ଏହି ବ୍ୟକ୍ତିଙ୍କର ନିଦ ଭାଙ୍ଗିଥିଲା ଏବଂ ଏହାପରେ ସେ ତାଙ୍କର ଇ-ମେଲ ଚେକ କରିବାକୁ ଲାଗିଲେ। କିନ୍ତୁ ବୋଧହୁଏ ତାଙ୍କର ଅନୁମାନ ଥିଲାକି ସେ ତାଙ୍କ ଜୀବନରେ ବୋଧହୁଏ ସବୁଠୁ ବଡ଼ ଲଟେରୀ ଜିତିବାରେ ସଫଳ ହୋଇଯିବେ।

ବାସ୍ତବରେ ଏହି ବ୍ୟକ୍ତି ପାୱାରବଲ ଲଟେରୀରେ ୧୦ମିଲିୟନ ଡଲାରର ଜ୍ୟାକପଟ ହାସଲ କରିଛନ୍ତି। ବ୍ରେସବେନଙ୍କ ସ୍ୟାଣ୍ଡଗେଟରେ ରହୁଥିବା ଏହି ବ୍ୟକ୍ତି ଟ୍ରେଣ୍ଡିଙ୍ଗି କରୁଛନ୍ତି ଏବଂ ପୂର୍ବ କିଛିଦିନରୁ ଲଟେରୀରେ ମଧ୍ୟ ଟଙ୍କା ଲଗାଉଥିଲେ। ଏହି ବ୍ୟକ୍ତିଙ୍କୁ ଯେତେବେଳେ ବିଶ୍ଵାସ ହୋଇଥିଲା କି ସେ ପାୱାରବଲର ୧୦ମିଲିୟନ ଡଲାର୍ସର ମୁଖ୍ୟ ପୁରସ୍କାର ଜିତି ସାରିଛନ୍ତି ଏବଂ ତାଙ୍କ ସମସ୍ତ ଜିତର ରୋଜଗାର ଅଦ୍ଭୁତ ଭାବରେ ସେ ୭୫କୋଟିର ଆଖପାଖରେ ପହଞ୍ଚି ସାରିଛନ୍ତି ତ ତାଙ୍କ ନିଦ ଉଡି ଯାଇଥିଲା।

ବ୍ୟକ୍ତି ଜଣଙ୍କ ଏହି ବିଷୟରେ କଥା ହେବା ସମୟରେ କହିଥିଲେ କି ମୋତେ ଲାଗିଥିଲା ମୁଁ ୧୦ହଜାର ଡଲାର୍ସ ଜିତିଛି ଏବଂ ମୁଁ ଏହାକୁ ନେଇ ମନେମନେ ବହୁତ ଖୁସି ଥିଲି। କିନ୍ତୁ ମୋର ବିଶ୍ବାସ ହେଲା କି ମୁଁ ଏହାଠାରୁ କେତେ ଅଧିକ ବଡ଼ ଆକାରରେ ଜିତି ପାରିଛି କାରଣ ମୁଁ ମୁଖ୍ୟ ଉପହାର ଜିତିଛି। ଏହି ବ୍ୟକ୍ତିଙ୍କର ପାଖାପାଖି ଜିତର ଆକାର ୧କୋଟି ଡଲାର୍ସ ଅଟେ ଯାହା ପାଖାପାଖି ୭୫କୋଟିର ପାଖାପାଖି ହୋଇଥାଏ।

ଏହି ବ୍ୟକ୍ତି ଆଗକୁ କହିଥିଲେ କି ମୋ ନିଜର କାମ ଅଛି ତ ମୁଁ ଏହି ଉପହାର ପରେ ମଧ୍ୟ କାମ କରିବି। ମୁଁ ଏହା ପୂର୍ବରୁ ମଧ୍ୟ ଏହି କଥା ନିଜ ପରିବାରକୁ ଜଣାଇଛି କି ଯଦି ମୁଁ ଏକ ବଡ଼ ଲଟେରୀ ମଧ୍ୟ ଜିତିବି ତାପରେ ବି ମୁଁ କାମ କରିବି। ଯଦି ମୁଁ ଏମିତି କରିବିନି ତାହେଲେ ମୁଁ ବିରକ୍ତ ହୋଇଯିବି। କିନ୍ତୁ ଏହା ମଧ୍ୟ ସତ୍ୟ ଅଟେକି ବର୍ତ୍ତମାନ ମୋ ମୁଣ୍ଡରୁ ବହୁତ ସାରା ଚିନ୍ତା ଶେଷ ହୋଇସାରିଛି।

ଏହି ବ୍ୟକ୍ତି ବର୍ତ୍ତମାନ ନିଜ ବାପା-ମାଆ ଏବଂ ନିଜ ପାଇଁ ଏକ ଘର ନେବାପାଇଁ ଭାବୁଛନ୍ତି। ଏହି ବ୍ୟକ୍ତିଙ୍କର କହିବା କଥା ହେଉଛି କି ମୋ ମୁଣ୍ଡରେ କେତେ କଥା ଅଛି କିନ୍ତୁ ମୁଁ ବର୍ତ୍ତମାନ ଠିକ ଭାବରେ ଭାବିପାରୁ ନାହିଁ କାରଣ ମୋତେ ବର୍ତ୍ତମାନ ମଧ୍ୟ ଏସବୁ ଏକ ସ୍ବପ୍ନ ଭଳି ଲାଗୁଛି। ପୂର୍ବ ବର୍ଷ ୧୪ ପାୱାବବଲ ଡିଭିଜନ ହେବାର ବିଜେତାମାନେ ପୂରା ଦେଶରେ ୪୭୦ମିଲିୟନ ଡଲାର୍ସ ଜିତିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *