ଜିଓ ପରେ ଏୟାରଟେଲର ବଡ଼ ଧ-ମା-କା, ମାତ୍ର ୨୦୦ ଟଙ୍କାରୁ କମ ରିଚାର୍ଜରେ ପାଆନ୍ତୁ ଲାଇଫ ଇନ୍ସୁରାନ୍ସ ଓ ZEE5 ସବସ୍କ୍ରିପ୍ସନ, ଜାଣନ୍ତୁ ପ୍ଲାନ ବିଷୟରେ ସମ୍ପୂର୍ଣ ତଥ୍ୟ

କରୋନା ଭାଇରସ ଯୋଗୁଁ ସାରା ଦେଶରେ ହାହାକାର ଖେଳିଯାଇଛି|କରୋନା କାରଣରୁ ଲୋକମାନେ ନିଜକୁ ଘର ମଧ୍ୟରେ ବନ୍ଦୀ କରିସାରିଛନ୍ତି|ଏହାସହ ଅଧିକାଂଶ ଘରୁ କାମ କରୁଛନ୍ତି|ସେହି ଲୋକଙ୍କ ପାଇଁ ଏକ ଭଲ ପ୍ରିପେଡ ପ୍ଲାନର ଆବଶ୍ୟକତା ପଡ଼ିଥାଏ ଯେଉଁଥିରେ ହାଏ ସ୍ପିଡ ଡାଟା,ଅନଲିମିଟେଡ୍ କଲିଙ୍ଗ ଓ ଅନ୍ୟାନ୍ୟ ସୁବିଧା ମିଳିବ|

ଦେଶର ଅନ୍ୟତମ ବଡ କମ୍ପାନୀ ଏୟାରଟେଲ ଗ୍ରାହକଙ୍କ ପାଇଁ କମ ଦାମରେ ବହୁ ପ୍ଲାନ ନେଇକରି ଆସୁଛି|ଏଥିରେ ଆଜି ଏକ ଆକର୍ଷଣୀୟ ପ୍ଲାନ ବିଷୟରେ ଆଲୋଚନା କରିବା|

ଏୟାରଟେଲର ୧୭୯ ଟଙ୍କାର ପ୍ଲାନ:

ଏହି ପ୍ଲାନର ବୈଧତା ୨୮ ଦିନ ରହିଥାଏ,ଏଥିରେ ମୋଟ୍ ୨ଜିବି ଡାଟା ମିଳେ|ଏହା ସହ ଏଥିରେ ଅନଲିମିଡେଟ୍ କଲିଙ୍ଗ ଓ ୩୦୦ ଏସ୍ଏମ୍ଏସର ସୁବିଧା ରହିଛି|ଏହି ପ୍ଲାନର ଖାସ କଥା ଏହା ଯେ ଏଥିରେ ଭାରତୀ ଏକ୍ସଏ ଲାଇଫ୍ ତରଫରୁ ୨ଲକ୍ଷ ଟଙ୍କାର ଲାଇଫ୍ ଇନ୍ସୁରାନ୍ସ ଦିଆଯାଏ|ଗ୍ରାହକଙ୍କ ମନରଞ୍ଜନ ପାଇଁ ଏଥିରେ ଜି ୫ ପ୍ରିମିୟମ ସଵସ୍କ୍ରିପସନ,ଫ୍ରି ହେଲେଟୋନ୍,ୱଇଙ୍କ ମ୍ୟୁଜିକ୍ ଓ ଏୟାରଟେଲ ଏକ୍ସଟ୍ରିମ ଭଳି ସୁବିଧା ରହିଛି|

ଏୟାରଟେଲର ୨୧୯ ଟଙ୍କାର ପ୍ଲାନ:

ଏହି ପ୍ଲାନର ବୈଧତା ୨୮ ଦିନ ଓ ଏଥିରେ ଦୈନିକ ୧ ଜିବି ଡାଟା ମିଳେ|ଏହାସହ ଅନଲିମିଟେଡ୍ କଲିଙ୍ଗ ସହ ପ୍ରତିଦିନ ୧୦୦ ଏସ୍ଏମ୍ଏସର ସୁବିଧା ରହିଛି|ଏଥିରେ ମନୋରଞ୍ଜନ ପାଇଁ ୫ ପ୍ରିମିୟମ ସଵସ୍କ୍ରିପସନ,ଫ୍ରି ହେଲେଟୋନ୍,ୱଇଙ୍କ ମ୍ୟୁଜିକ୍ ଓ ଏୟାରଟେଲ ଏକ୍ସଟ୍ରିମ ଭଳି ସୁବିଧା ରହିଛି|

ଏୟାରଟେଲର ୧୯ ଟଙ୍କାର ପ୍ଲାନ:

ଏଥିରେ ଗ୍ରାହକଙ୍କୁ ୪୦୦ ଏମବି ଡାଟା ସହ ଅନଲିମିଟେଡ୍ କଲିଙ୍ଗ ସୁବିଧା ରହିଛି|ଏହି ପ୍ଲାନର ଭାଲିଡିଟି ୨ ଦିନ ରହିଛି|ମାନେ ବ୍ୟବହାରକାରୀ ଏହାର ଲାଭ ୨ ଦିନ ପର୍ଯ୍ୟନ୍ତ ଉଠାଇ ପାରିବେ|କହିରଖେ ଯେ ଏହି ପ୍ଲାନକୁ ଟ୍ରୁଲି ଅନଲିମିଟେଡ୍ କାଟାଗୋରୀରେ ରଖାଯାଇଛି|ଯଦିଓ ଏହି ପ୍ଲାନରେ ଡାଟା ଓ କଲିଙ୍ଗ ସହ ଅନ୍ୟ ସୁବିଧା ଉପଲବ୍ଧ ନାହିଁ|

Leave a Reply

Your email address will not be published. Required fields are marked *