ଐଶ୍ବର୍ଯ୍ୟାଙ୍କ ଏକ ଫିଲ୍ମର ହିରୋଙ୍କର ର୍ଦୁଘଟଣାରେ ହୋଇଥିଲା ଏପରି ଅବସ୍ଥା, ୫୨ ବର୍ଷ ବୟସରେ ଏମିତି ଦେଖିବାକୁ ଲାଗିଲେ

ମୁମ୍ବାଇ : କୋରୋନା ଭାଇରସର ସଂକ୍ରମଣ ଏବେ ମଧ୍ୟ ରହିଛି , ଏବେ ମଧ୍ୟ ଲୋକ କୋରୋନା ସଂକ୍ରମଣରେ ମୃତ୍ୟୁବରଣ କରୁଛନ୍ତି। ସରକାର ଲୋକମାନଙ୍କୁ ବଞ୍ଚେଇବା ପାଇଁ ଏବେ ଟୀକାକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ମହାମାରୀ ଭିତରେ ସାଧାରଣ ଲୋକମାନଙ୍କ ପରି ସେଲିବ୍ରେଟିମାନେ ମଧ୍ୟ ଏବେ ସବୁ ନିଜ ନିଜ କାମକୁ ଫରୁଛନ୍ତି। ଏହି ସମୟରେ କେତେକ ସେଲିବ୍ରେଟିମାନଙ୍କର ଫଟୋ , ଭିଡିଓ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ଏହା ମଧ୍ୟରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ଖାକି ନିଜ ରିଲିଜର ୧୭ ବର୍ଷ ପୂରା କରି ସାରିଲାଣି। ୨୦୦୪ ଜାନୁଆରୀ ୨୩ରେ ରିଲିଜ ହୋଇଥିବା ଏହି ଫିଲ୍ମ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଅଯୟ ଦେବଗନ ଏବଂ ତୁଷାର କାପୁର ଲିଡ ରୋଲରେ ଥିଲେ। ଏତେ ସୁରପରଷ୍ଟାର ଥିବାପରେ ମଧ୍ୟ ଡାଇରେକ୍ଟର ରାଜକୁମାର ସନ୍ତୋଷୀଙ୍କର ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇ ନଥିଲା। ଏହମଧ୍ୟରେ ଆମେ ଆପଣଙ୍କୁ ଜୋସ ଫିଲ୍ମର ହିରୋ ଚନ୍ଦ୍ରଚୁଡ ସିଂହ ଙ୍କ ବିଷୟରେ କହିବାକୁ ଯାଉଛୁ।

ଚନ୍ଦ୍ରଚୁଡ ଯେଉଁ ପ୍ରକାରର ନିଜ ଫିଲ୍ମ କାରିଅର ଆରମ୍ଭ କରିଥିଲେ ବାସ୍ତବରେ ସେମିତି ଚାଲି ନଥିଲା। କିଛି ଫିଲ୍ମ କରିବା ପରେ ବଲିଉଡ ଜଗତରୁ ଗାୟେବ ହୋଇଯାଇ ଥିଲେ। ସେ ଅମିତାଭ ବଚ୍ଚନ କରପୋରେଶନ ଲିମିଟେଡ ଫିଲ୍ମ ତେରେ ମେରେ ସପନେରୁ ନିଜ ଫିଲ୍ମ କାରିଅର ଆରମ୍ଭ କରିଥିଲେ।

ଜୁଲଜାରଙ୍କ ଫିଲ୍ମ ମାଚିସରେ କାମ କରି ଚନ୍ଦ୍ରଚୁଡ ରାତାରାତି ଷ୍ଟାର ହୋଇ ଯାଇଥିଲେ। ଏହାପରେ ସେ ଦାଗ ,କ୍ୟା କେହେନା ଏବଂ ଜୋସ ପରି ଫିଲ୍ମରେ କାମ କରିଥିଲେ। ସଞ୍ଜୟ ଦତ୍ତ, ପ୍ରିଟୀ ଜିଣ୍ଟା , ଶାହାରୂଖ ଖାନ ଏବଂ ଐଶ୍ବର୍ଯ୍ୟା ରାୟଙ୍କ ସହ ଫିଲ୍ମ କରିବା ପରେ ମଧ୍ୟ ତାଙ୍କ କାରିଅର କିଛି ଖାସ ନଥିଲା।

ଜୋସ ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ ସହ କାମ କରିବା ପରେ ଚନ୍ଦ୍ରଚୁଡ ବହୁତ ଫେମସ ହୋଇଥିଲେ। ଏହି ରୋଲ ପ୍ରଥମେ ଅମୀର ଖାନଙ୍କୁ ଅଫର କରାଯାଥିଲା କିନ୍ତୁ ସେ ମନା କରି ଦେଇଥିଲେ।

ଏକ ଡର୍ଜନ ଫିଲ୍ମ କରିବା ପରେ ମଧ୍ୟ ଚନ୍ଦ୍ରଚୁଡ ବଲିଉଡ ଜଗତରୁ କୁଆଡେ ଗାୟେବ ହୋଇ ଯାଇଥିଲେ। ସେ ଏକ ଇନଣ୍ଟରବ୍ୟୁରେ ଫିଲ୍ମ ଜଗତରୁ ଗାୟେବ ହେବାର କାରଣ କହିଥିଲେ। ସେ କହିଥିଲେ କି ମତେ କିଛି ଭଲ ରୋଲର ଅପେକ୍ଷା ଥିଲା ଏବଂ ଯେଉଁ ରୋଲ ମତେ ମିଳୁଥିଲା ମତେ ସେ ପସନ୍ଦ ନଥିଲା ସେଥିପାଇଁ ମୁଁ ବଲିଉଡ ଜଗତରୁ ଦୂରେଇ ଯାଇଛି।

୨୦୦୦ ମସିହାରେ ଚନ୍ଦ୍ରଚୁଡ ଗୋଆରେ ବୋଟ ରାଇଡିଙ୍ଗ କରୁଥିବା ସମୟରେ ଏକ ଭୟାନକ ର୍ଦୁଘଟଣା ହୋଇଥିଲା। ତାଙ୍କ କାନ୍ଧ ବହୁତ ଜୋରରେ ଜଖମ ହୋଇଥିଲା। ଯେତେବେଳେ ଏହି ର୍ଦୁଘଟଣା ହେଲା ସେତେବେଳେ କେତେକ ଫିଲ୍ମର ସୁଟିଙ୍ଗ ଚାଲୁଥାଏ। ଫିଜୋଥୋରାପି ପରେ ସେ ପୁଣି ସୁଟିଙ୍ଗକୁ ଫେରିଥିଲେ କିନ୍ତୁ ତାଙ୍କ ହାତ ଠିକ ଭାବରେ କାମ କରୁ ନଥିଲା। ଏହାପରେ ଚନ୍ଦ୍ରଚୁଡଙ୍କର ଫିଲ୍ମ କାରିଅର ପୁରା ଠପ ହୋଇଯାଇଥିଲା। ତାଙ୍କ ହାତ ଠିକ ଭାବରେ କାମ କରିବାକୁ ୧୦ ବର୍ଷ ଲାଗିଗଲା।

ଚନ୍ଦ୍ରଚୁଡଙ୍କ ଫ୍ୟାମିଲର ଆର୍ଥିକ ଅବସ୍ଥା ପୁରା ଖରାପ ହୋଇ ଯାଇଥିଲା। ଚନ୍ଦ୍ରଚୁଡ ପୁଣି ୨୦୧୨ରେ ଫିଲ୍ମ ଚାର ଦିନ କେ ଚାନ୍ଦିନୀରେ ଦେଖିବାକୁ ମିଳିଥିଲେ। କିନ୍ତୁ ଏହି ଫିଲ୍ମ ଫ୍ଲପ ହୋଇ ଯାଇଥିଲା କାରଣ ଚନ୍ଦ୍ରଚୁଡଙ୍କ ଫିଲ୍ମ କାରିଅର ବହୁତ ଛୋଟ ଥିଲା ଏବଂ ଲୋକମାନେ ତାଙ୍କୁ ଭୁଲି ସାରିଥିଲେ।

ଫିଲ୍ମକୁ ଆସିବା ପୂର୍ବରୁ ଦୂନ ଇୟୁନିଭରସିଟୀରେ ମ୍ୟୁଜିକ ଟିଚର ଥିଲେ। ଓ୍ବେବ ସିରିଜ ଆର୍ଯ୍ୟରେ ସେ ପୁଣି ଫେରିଥିଲେ ଫିଲ୍ମ ଜଗତକୁ। ଏଥିରେ ସେ ସୁଷ୍ମିତା ସେନଙ୍କ ସ୍ବାମୀ ରୋଲ କରିଥିବାର ଦେଖିବାକୁ ମିଳିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *