ମଡଲିଂଗ କରୁଥିବା ସମୟରେ ଏମିତି ଦେଖାଯାଉଥିଲେ ଐଶ୍ଵରିୟା ରାୟ, ନବମ ଶ୍ରେଣୀରୁ ହିଁ ମିଳି ଯାଈଥିଲା ପ୍ରଥମ ଅଫର

ବଚ୍ଚନ ପରିବାର ର ବୋହୁ ଐଶ୍ଵରିୟା ରାୟ ୪୭ ବର୍ଷ ବୟସ ର ହୋଇଗଲେଣି। ସେ ୧୯୭୩ ମସିହା ନଭେମ୍ବର ୧ ତାରିଖରେ କର୍ଣ୍ଣାଟକ ର ମେଙ୍ଗଲୁରୂ ରେ ଜନ୍ମି ଥିବା ଐଶ୍ଵରିୟା ରାୟ ଛୋଟ ବେଳୁୁ ଆର୍କିଟେକ୍ଟ ହେବାର ସ୍ବପ୍ନ ଦେଖୁଥିଲେ। କିନ୍ତୁ ବଡ ହେଇ ହେଇ ଯିବା ମାତ୍ରେ ତାଙ୍କର ଲକ୍ଷ ମଡଲିଂଗ ଆଡକୁ ହୋଇଗଲା। ମଡଲିଂଗ ର ପ୍ରଥମ ଅଫର ତାଙ୍କୁ କୈମଲୀନ କମ୍ପାନୀ ତରଫ ରୁ ମିଳିଥିଲା। ସେତେବେଳେ ସେ ନବମ ଶ୍ରେଣୀ ରେ ପଢୁଥିଲେ ଏବଂ ତାଙ୍କର ବୟସ ସେତେବେଳେ ୧୫ ବର୍ଷ ହୋଇଥିଲା। ଏହା ପରେ ସେ କେତେକ ବିଜ୍ଞାପନ ରେ କାମ କରିଲେ ଏବଂ ତା ସହିତ ପାଠ ପଢୁଥିଲେ।

ମଡଲିଂଗ ଆଡକୁ ପାଦ ବଢ଼ାଇ  ସାରିଥିବା ଐଶ୍ଵରିୟା ୧୯୯୧ ର ସୁପରମଡେଲ ର କନଟେଷ୍ଟ ଜିତି ଥିଲେ। ଫୋଡ ଦ୍ବାରା ଅରଗାନାଇଜ ଏହି କନଟେଷ୍ଟ କୁ ଜିତିବା ପରେ ଐଶ୍ଵରିୟା ରାୟ ଙ୍କୁ ଓ୍ବୋଗ ମାଗାର୍ଜିନ ର ଆମେରିକାନ ଅଡିଶନର ଯାଗା ପାଇଥିଲେ। ୧୯୯୩ ମସିହା ରେ ଅମିର ଖାନଙ୍କ ସହିତ ପେପସିର ଆଡ୍ଡ ରେ ଆସି ଐଶ୍ଵରିୟା ବଲିଉଡ ର ଜଣାଶୁଣା ନାମ ବନି ଯାଇଥିଲେ। ଏହାପରେ ୧୯୯୪ ରେ ଐଶ୍ଵରିୟା ମିସ ଓ୍ବାଲଡ ହୋଇଥିଲେ।

ଜାଣିବା ଅନୁସାରେ ଐଶ୍ଵରିୟାଙ୍କ ଫିଲ୍ଡ କାରିଅର କିଛି ଭଲ ନ ଥିଲା। କିନ୍ତୁ ଏହା ମଡଲିଂଗ ର ଜାଦୂ ଥିଲା। ଯିଏ ତାଙ୍କୁ ଇନଟରନେସନାଲ ପର୍ଯ୍ୟନ୍ତ ପପୁଲାର କରାଇଲା। ଏବଂ ଆଜି ମଧ୍ୟ ତାଙ୍କର ଜଲଓ୍ବା ବରାବର ଅଛି। ଐଶ୍ଵରିୟା କେତେ ଇନଟରନେସନାଲ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ଅଟନ୍ତି। ଏହା ସହିତ ସେ ୨୦୦୩ ମସିହାରେ କାନ୍ସ ନାମକ ଫିଲ୍ମ ଫେଷ୍ଟିବାଲରେ ଭାରତ କୁ ରିପ୍ରେଜେଣ୍ଟ କରିବାର ସୁଯୋଗ ପାଇଲେ ଏବଂ ସେ ସବୁ ବର୍ଷ ଏହି ଇଓ୍ବେଣ୍ଟର ସଦସ୍ୟ ବନୁଛନ୍ତି।

କୈମଲୀନ ପେନସିଲ ର ଆଡ୍ଡ ରୁ ଆରମ୍ଭ ହୋଇଥିଲା ଐଶ୍ଵରିୟା ଙ୍କର ମଡଲିଂଗ କାରିଅର ଏବେ ମଧ୍ୟ ଚାଲିଛି। ସେ ଟାଇଟନ ଓ୍ବାଚ , ଲାନ୍ଜିସ ଓ୍ବାଚ , ଲରିଆଲ , କୋକାକୋଲା ,ଲାକାମି କସମେଟିକ୍ସ , ଫିଲିପ୍ସ , ପାଲୋଲିଓ୍ବ , ଲକ୍ସ ଫୁଜି ଫିଲ୍ମସ, ନକ୍ଷେତ୍ର ଡାଇମଣ୍ଡ , କଲ୍ୟାଣ ଜ୍ବୈଲର୍ସ, ପ୍ରେଷ୍ଟିଜ ପରି ବଡ ବଡ ବ୍ରାଣ୍ଡ ର ଚେହେରା ବନି ସାରିଛନ୍ତି।

ସାଉଥ ର ଫିଲ୍ମ ଇଶ୍ବର ରୁ ଫିଲ୍ମ କାରିଅର ଆରମ୍ଭ କରିଥିଲେ , ଯାହାକୁ ମଣିରତ୍ନ ଡାଇରେଟ କରିଥିଲେ। ଏହି ଫିଲ୍ମ ରେ ସାଉଥ ର ସୁପର ଷ୍ଟାର ମୋହନ ଲାଲ କାମ କରିଥିଲେ। ତାଙ୍କର ବଲିଉଡ ର ପ୍ରଥମ ଫିଲ୍ମ ‘ ‘ ଅରୌ ପ୍ୟାର ହୋ ଗୟା ‘ଏହି ଫିଲ୍ମ ର ଡାଇରେକ୍ଟର ରାହୁଲ ରବୈଲ ଥିଲେ।

ଐଶ୍ଵରିୟା ଙ୍କୁ ସଂଯୟ ଲିଲା ଭାଂସାଲି ଙ୍କ ଫିଲ୍ମ” ହମ ଦିଲ ଦେ ଚୁକେ ସନମ (୧୯୯୯)” ରୁ ପରିଚୟ ମିଳିଥିଲା। ସେ ଦେବଦାସ ( ୨୦୦୨) , ଧୁମ ୨ (୨୦୦୬) , ଉମରଓ୍ବା ଜାନ( ୨୦୦୬), ଗୁରୂ (୨୦୦୭ ), ସରକାର ରାଜା (୨୦୦୮), ହମାରା ଦିଲ ଆପକେ ପାସ ହେ (୨୦୦୦ ) ,ମୋହବତେ (୨୦୦୦ ), ତାଲ (୧୯୯୯ ), ଆ ଅବ ଲୌଟ ଚଲେ( ୧୯୯୯) , ଜୋଦ୍ଧା ଆକବର (୨୦୦୮) ସହିତ ବହୁତ ଫିଲ୍ମ କରିଛନ୍ତି।

ବର୍ତ୍ତମାନ ପାଇଁ ଐଶ୍ଵରିୟା ଙ୍କ ପାଖରେ ତିନୋଟି ପ୍ରୋଜେକ୍ଟସ ଅଛି। ଏହା ମଧ୍ୟ ରୁ ଗୋଟିଏ ମଣିରତ୍ନ ଙ୍କର ଫିଲ୍ମ ” ପୋନିଅନ ସେଲଓ୍ବନ ” ଅଟେ। ପୁଣି ସ୍ବାମୀ ଅଭିଷେକ ଙ୍କ ସହିତ ” ଗୁଲାବ ଜାମୁନ ” ରେ ଦେଖିବାକୁ ମିଳିବେ। ଏହା ବ୍ୟତିତ ଏକ ଫିଲ୍ମ ଡାଇରେକ୍ଟର ଶ୍ରୀ ନାରାୟଣ ସିଂହ ଙ୍କର ” ଜସମିନ ସ୍ଟୋରି ଅଫ ଲିଜ୍ଡ ଓ୍ବାମ୍ବ ” ମଧ୍ୟ ଅଛି।

ଐଶ୍ଵରିୟା ଏପ୍ରିଲ ୨୦୦୭ କୁ ଅଭିଷେକ ବଚ୍ଚନ ଙ୍କୁ ବିବାହ କରିଥିଲେ। ବିବାହ ର ଚାରି ବର୍ଷ ପରେ ନଭେମ୍ବର ୨୦୧୧ ରେ ତଙ୍କର ଝିଅ ଆରାଧ୍ୟା ର ଜନ୍ମ ହୋଇଥିଲା। ୨୦୨୦ ଐଶ୍ଵରିୟା ଏବଂ ତାଙ୍କ ଝିଅ ଙ୍କୁ କୋରୋନା ହୋଇଥିଲା। ପରେ ଦୁଇ ଜଣ ଠିକ ହୋଇ ଯାଇଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *