ପବିତ୍ର ଅକ୍ଷୟ ତୃତୀୟା ଆଜି ରାତିରେ କରନ୍ତୁ ଏହି ଉପାୟ ସାରା ବର୍ଷ ଧନର ଅଭାବ ରହିବ ନାହିଁ।

ବନ୍ଧୁଗଣ ପବିତ୍ର ଅକ୍ଷୟ ତୃତୀୟା ରାତିରେ କରନ୍ତୁ ଏହି ଉପାୟ ସାରା ବର୍ଷ ରହିବ ନାହିଁ ଘରେ ଟଙ୍କା ପଇସାର ଅଭାବ।ବନ୍ଧୁଗଣ ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ତେଣୁ ଆଜିର ସମୟ ବହୁତ ଶୁଭ ହୋଇଥାଏ। ଏହି ଦିନ ଦାନ ଧର୍ମ ଏବଂ ପୂଜା ପାଠ କରାଯାଇଥାଏ। କୌଣସି ଶୁଭ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଲୋକମାନେ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ଦିନ ଆରମ୍ଭ କରାଯାଇଥିବା କାର୍ଯ୍ୟ କୌଣସି ଅସୁବିଧାର ସହିତ ଶୀଘ୍ର ସଫଳ ହୋଇଥାଏ। ଏହି ଦିନ ଯେଉଁ ବ୍ୟକ୍ତିମାନେ ବମାତା ଲକ୍ଷ୍ମୀଙ୍କର ବିଶେଷ ପୂଜା ଅର୍ଚ୍ଚନା କରିଲେ ସେମାନେ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବେ। ଏବଂ ଧନର କୌଣସି ଅଭାବ ରହିବ ନାହିଁ। ତେବେ ମା ଲକ୍ଷ୍ମୀଙ୍କ ପୂଜା କରିବା ସହିତ ଯଦି ଆଜି ରାତିରେ ଆପଣ ମାନେ କେତୋଟି ଉପାୟ କରିବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କ ଘରେ ଧନ ସମ୍ପତ୍ତି ବୃଦ୍ଧି ହେବ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ପବିତ୍ର ଅକ୍ଷୟ ତୃତୀୟା ରାତିରେ କେଉଁ ସବୁ ଉପାୟ କରିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ଆଜି ରାତିରେ ଆପଣ ମାନେ ନିଜ ଘରେ ଦୀପ ଜଳାନ୍ତୁ। ଏବଂ ଏଥିରେ ଗୋଟିଏ ଧାନ ପକାଇ ଦିଅନ୍ତୁ। ଘରର ମୁଖ୍ୟ ଦ୍ଵାରର ଡାହାଣ ଏବଂ ବାମ ଉଭୟ ପାର୍ଶ୍ଵରେ ଘିଅର ଦୀପ ଜଳାନ୍ତୁ। ଏହା କରିବା ଦ୍ୱାରା ଘରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏବଂ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

ଆପଣ ଆଜି ସନ୍ଧ୍ୟାରେ ଗୋଟିଏ ୧ ଟଙ୍କିଆ ମୁଦ୍ରା ନେଇଯାନ୍ତୁ ଏବଂ ଏହାକୁ ମାତା ଲକ୍ଷ୍ମୀଙ୍କର ମୂର୍ତି ପାଖରେ ବା ତଳେ ରଖି କୁମକୁମ ଏବଂ ଚାଉଳରେ ପୂଜା କରନ୍ତୁ। ସାରା ରାତି ଏହି ମୁଦ୍ରାକୁ ସେହିଠାରେ ରଖି ଦିଅନ୍ତୁ। ଏବଂ ପର ଦିନ ସେହି ମୁଦ୍ରାକୁ ନେଇ ଆପଣ ଏହାକୁ ଆଲମାରିରେ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ସିନ୍ଦୁକ ଟଙ୍କା ପଇସାରେ ପୁରୀ ଉଠିବ।

ଆପଣ ଆଜି ସନ୍ଧ୍ୟା ସମୟରେ ତୁଳସୀ ଗଛ ନିକଟରେ ସୋରିଷ ତେଲର ଦୀପ ଜଳାନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ମଧ୍ୟ କୃପା ଆପଣଙ୍କ ଉପରେ ବର୍ଷିଥାଏ। ଘରେ ନକାରାତ୍ମକ ଉର୍ଜା ଦୂର କରିବା ପାଇଁ ତିଳ ତେଲରେ ଦୀପ ଜଳାନ୍ତୁ। ଏହି ଦୀପକୁ ଆପଣ ଘରର ଛାତ ଉପରେ ଲଗାଇ ପାରିବେ।

ଯଦି ଆପଣଙ୍କର ଗୃହରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ତେବେ ଆପଣ ମାନେ ଆଜି ସନ୍ଧ୍ୟା ସମୟରେ ଆପଣଙ୍କର ଗୃହର ମୁଖ୍ୟ ଦ୍ୱାର ଏବଂ ଠାକୁର ଘର ସମୁଖରେ ଘିଅର ଦୀପ ଜଳାନ୍ତୁ।ଦେଖିବେ ବହୁତ ଜଲଦି ଆପଣଙ୍କ ଗୃହରୁ ନକରାତ୍ମକ ଶକ୍ତିର ପ୍ରଭାବ କମିଯିବ। ଏବଂ ଆପଣଙ୍କ ଗୃହରେ ଶାନ୍ତିର ବାତାବରଣ ଲାଗିରହିବ।

ତେବେ ବନ୍ଧୁଗଣ ଆପଣ ମାନେ ଆଜି ରାତିରେ ଏହିସବୁ ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହିତ ଗୃହରେ ସୁଖ ଶାନ୍ତିର ବାତାବରଣ ଲାଗିରହିବ।

Leave a Reply

Your email address will not be published. Required fields are marked *