ଲିବ-ଇନ ରିଲେଶନଶିପରେ ଥିବା ସମୟରେ ହୋଇଥିଲା କିଛି ଏମିତି କି ଅକ୍ଷୟ ଏବଂ ଟୁଇଁକିଲଙ୍କୁ ବହୁତ ଶୀଘ୍ର ହେବାକୁ ପଡ଼ିଥିଲା ବାହା

“ଇଣ୍ଟରନ୍ୟାସନାଲ ଖିଲାଡ଼ି” ଏହି ସିନେମାରେ ଥିଲେ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ସ୍ତ୍ରୀ ଟୁଇଁକିଲ ଖନ୍ନା। ଏହି ସିନେମାକୁ ଉମେଶ ମେହରାଙ୍କ ଦ୍ଵାରା ନିର୍ଦ୍ଦେଶନା କରା ଯାଇଥିଲା। ଏହି ସିନେମାକୁ ବର୍ଷ୧୯୯୯ ୨୬ମାର୍ଚ୍ଚ ଦିନରେ ମୁକ୍ତିଲାଭ କରାଯାଇଥିଲା। ଅକ୍ଷୟ ଏବଂ ଟୁଇଁକିଲଙ୍କ ସହିତ ଏହି ସିନେମାରେ ରଜତ ବେଦୀ(Rajat Bedi), ଗୁଲଶନ ଗ୍ରୋବର (Gulshan Grover), ମୁକେଶ ଖନ୍ନା (Mukesh Khanna),ଅସରାନୀ ଭଳି ଅଜବ କଳାକାର ଥିଲେ।

ଏତେସାରା ସୁନ୍ଦର କଳାକାର ଥିବାପରେ ମଧ୍ୟ ଏହି ସିନେମା କିଛି ଖାସ ହୋଇ ପାରିନଥିଲା। କିନ୍ତୁ ଏହି ସିନେମା ସମୟରୁ ହିଁ ଅକ୍ଷୟ କୁମାର ଏବଂ ଟୁଇଁକିଲ ଖନ୍ନା ପରସ୍ପରଙ୍କ ପାଖାପାଖି ଆସିଥିଲେ। ଅକ୍ଷୟଙ୍କ ପ୍ରଥମ ଦେଖା ଗୋଟିଏ ମାଗାଜିନ ପାଇଁ ଗୋଟିଏ ସୁଟ ସମୟରେ ହୋଇଥିଲା। ସେହି ସମୟରେ ଅକ୍ଷୟ ନିଜ ହୃଦୟ ଟୁଇଁକିଲଙ୍କ ପାଖରେ ହ-ରେଇ ଦେଇଥିଲେ। ଯେଉଁ ସମୟରେ ଟୁଇଁକିଲ ଅକ୍ଷୟଙ୍କ ପ୍ରେମରେ ପାଗଳ ହୋଇଥିଲେ ସେହି ସମୟରେ ପୂର୍ବରୁ ହିଁ ସେ ଗୋଟିଏ ବ୍ରେକପରୁ ବାହାରି ଥିଲେ।

ଟୁଇଁକିଲ ନିଜର ଗୋଟିଏ ଇଣ୍ଟରବ୍ୟୁରେ କହିଥିଲେ କି ଯେତେବେଳେ ସେ ଅକ୍ଷୟଙ୍କ ସହିତ ସମ୍ପର୍କ ଆରମ୍ଭ କରିଥିଲେ ସେହି ସମୟରେ ସେ ଗୋଟିଏ ପୁରୁଣା ସମ୍ପର୍କରୁ ବାହାରି ଥିଲେ ଏବଂ କାହା ସହିତ କିଛିଦିନ ଉପଭୋଗ କରିବାକୁ ଚାହୁଁଥିଲେ। ସିନେମା ‘ଇଣ୍ଟରନ୍ୟାସନାଲ ଖିଲାଡ଼ି’ର ସୁଟିଂ ସମୟରୁ ହିଁ ଦୁଇଜଣଙ୍କୁ ପ୍ରେମ ହୋଇଯାଇଥିଲା। କିନ୍ତୁ ସେ ଅକ୍ଷୟଙ୍କୁ କେବଳ ୧୫ଦିନ ପାଇଁ ହିଁ ନିଜ ବୟଫ୍ରେଣ୍ଡ କରିଥିଲେ।

ଟୁଇଁକିଲଙ୍କ ମୁତାବକ ଅକ୍ଷୟ ତାଙ୍କୁ ଯେତେବେଳେ ପ୍ରପୋଜ କରିଥିଲେ ସେତେବେଳେ ତାଙ୍କ ସିନେମା ମେଲା ମୁକ୍ତିଲାଭ ହେବାର ଥିଲା। ଏହାପରେ ଟୁଇଁକିଲ ଅକ୍ଷୟଙ୍କୁ କହିଥିଲେ କି ଯଦି ତାଙ୍କର ଏହି ସିନେମା ଫ୍ଲପ ହେବ ତାହେଲେ ସେ ଏହି ବିଷୟରେ ଭାବିବେ। ସିନେମା ଫ୍ଲପ ହୋଇଥିଲା ଏବଂ ଅକ୍ଷୟ ତାଙ୍କ ମାଆ ଡିମ୍ପଲଙ୍କ ସହିତ ବାହାଘର ବିଷୟରେ କଥା ହେବା ପାଇଁ ଯାଇଥିଲେ। ଅକ୍ଷୟ ଗୋଟିଏ ଥର କହିଥିଲେ କି ତାଙ୍କୁ ଏହା ଜାଣି ବହୁତ ରାଗ ଲାଗିଥିଲା କି ଡିମ୍ପଲ ତାଙ୍କୁ ‘ସମଲିଙ୍ଗୀ’ ଭାବୁଥିଲେ।

ଅଭିନେତ୍ରୀ ଡିମ୍ପଲ ଅକ୍ଷୟଙ୍କ ଆଗରେ ସର୍ତ୍ତ ରଖିଥିଲେ କି ଦୁଇଜଣଙ୍କୁ ବାହାଘର ପୂର୍ବରୁ ଜଣେ ଅନ୍ୟ ଜଣଙ୍କ ସହିତ ଲିବ-ଇନ ରିଲେଶନଶୀପରେ ରହିବାକୁ ପଡିବ, ଯାହା ଫଳରେ ଜଣେ ଅନ୍ୟ ଜଣଙ୍କୁ ଭଲଭାବରେ ଜାଣି ପାରିବେ। ଏହାପରେ ହିଁ ଦୁଇଜଣଙ୍କ ବାହାଘର ହୋଇଥିଲା।

ଅକ୍ଷୟଙ୍କ କାର୍ଯ୍ୟକ୍ଷେତ୍ରରେ କଥା କହିବା ତ ଅକ୍ଷୟଙ୍କ ଆଗକୁ ଆସିବାକୁ ଥିବା ସିନେମା ପୃଥ୍ବୀରାଜ, ସୂର୍ଯ୍ୟବଂଶୀ, ବେଲ ବାଟମ, ବଚ୍ଚନ ପାଣ୍ଡେ, ହେରା ଫେରୀ 3, ଦୁର୍ଗାମତୀ, ରକ୍ଷାବନ୍ଧନ, ଅନ୍ତରଙ୍ଗୀ ରେ, ରାମସେତୁ ଆଦି ଅଟେ। ଅକ୍ଷୟ ବର୍ତ୍ତମାନ ନିଜ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଠାରେ ଟୁଇଁକିଲ ବହୁତ ଦିନରୁ ସିନେମା ଠାରୁ ଦୂରରେ ଅଛନ୍ତି। ସେ ଲେଖିକା ଅଟନ୍ତି ଏବଂ ମାଗାଜିନ ଏବଂ ଖବରକାଗଜରେ ସ୍ତମ୍ଭ ଲେଖୁଛନ୍ତି।

ଆପଣଙ୍କୁ ଜଣାଇ ଦେଉଛୁ କି ଅକ୍ଷୟ ଇଣ୍ଡଷ୍ଟ୍ରିର ସେହି କଳାକାରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏ ଡେରି ରାତି ପର୍ଯ୍ୟନ୍ତ କାମ କରନ୍ତି ନାହିଁ।ସେ ସକାଳ ୪ଟାରୁ ଉଠି ନିଜ ଦିନର ଆରମ୍ଭ କରିଥାନ୍ତି। ତାଙ୍କର ଏହି ଜୀବନଶୈଳୀ ଯେଉଁଥିରେ ତାଙ୍କ ସ୍ତ୍ରୀ ଟୁଇଁକିଲ ମଧ୍ୟ ତାଙ୍କର ପୂରା ସାଥି ଦେଇଥାନ୍ତି। ଅକ୍ଷୟ ଆରମ୍ଭରୁ ହିଁ ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବାକୁ ପସନ୍ଦ କରନ୍ତି। ଟୁଇଁକିଲ କହିଥିଲେ କି ଅକ୍ଷୟ ଏବଂ ସେ ପ୍ରତିଦିନ ରାତିରେ ରମୀ ଖେଳି ହିଁ ଶୋଇଥାନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *