ଅକ୍ଷୟ କୁମାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଲେ ଦାନ,ଫ୍ୟାନ୍ସଙ୍କୁ କହିଲେ-ଏବେ ଆପଣମାନଙ୍କ ପାଳି

ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ଫ୍ୟାନ୍ସ ମାନଙ୍କ ସହିତ ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିର ପାଇଁ ଦାନ ଦେବାକୁ ଅନୁରୋଧ କରିଛନ୍ତି।ସେ ତାଙ୍କର ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ରାମସେତୁ ନିର୍ମାଣର କାହାଣୀ ଶୁଣଉଥିବାର ନଜର ଆସିଥିଲେ। ଏହା ସହିତ ସେ କହିଛନ୍ତି କି ସେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଇଛନ୍ତି। ଅକ୍ଷୟ କୁମାର କହିଛନ୍ତି କି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ସାରିଛି। ମୁଁ ଆରମ୍ଭ କରି ଦେଇଛି ଏବଂ ଏବେ ଆପଣଙ୍କ ପାଳି ଅଟେ।

ଭିଡିଓରେ ଅକ୍ଷୟ କୁମାର କହିଛନ୍ତି, “କାଲି ରାତିରେ ନିଜ ଝିଅକୁ ଏକ କାହାଣୀ ଶୁଣଉଥିଲି। ଆପଣ ଶୁଣିବେ? ତ ଏମିତି ଥିଲା କି ଗୋଟିଏ ପାର୍ଶ୍ୱରେ ବାନର ସେନା ଥିଲେ ଏବଂ ଦ୍ଵିତୀୟ ପାର୍ଶ୍ଵରେ ଥିଲା ଲଙ୍କା। ଦୁଇଜଣଙ୍କ ମଝିରେ ମହାସମୁଦ୍ର। ବର୍ତମାନ ବାନର ସେନା ବଡ଼ ବଡ଼ ପଥର ଉଠାଇ ସମୁଦ୍ରକୁ ପକାଉଥିଲେ କାରଣ ତାଙ୍କୁ ରାମସେତୁର ନିର୍ମାଣ କରି ସୀତାମାଆଙ୍କୁ ଫେରାଇ ଆଣିବାର ଥିଲା।ପ୍ରଭୁ ଶ୍ରୀରାମ କୂଳରେ ଛିଡ଼ାହୋଇ ସବୁକିଛି ଦେଖୁଥିଲେ। ସେତେବେଳେ ତାଙ୍କ ନଜର ଏକ ଗୁଣ୍ଡୁଚିମୂଷା ଉପରେ ପଡ଼ିଲା, ଯିଏ ପାଣିକୁ ଯାଇ ପୁଣି କୂଳକୁ ଆସୁଥିଲା। ବାଲିରେ ଗଡ଼ି ଗଡ଼ି ଯାଉଥିଲା ଏବଂ ରାମସେତୁର ପଥର ଆଡ଼କୁ ପଳେଇ ଯାଉଥିଲା। ପୁଣି ପାଣିକୁ ଯାଉଥିଲା, ପୁଣି ବାଲିରେ ଏବଂ ପୁଣି ପଥରରେ।”

https://twitter.com/akshaykumar/status/1350733771935412226?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1350733771935412226%7Ctwgr%5E%7Ctwcon%5Es1_&ref_url=https%3A%2F%2Fd-27571169383147432850.ampproject.net%2F2012301722001%2Fframe.html

“ରାମଙ୍କୁ ଆଶ୍ଚର୍ଯ୍ୟ ଲାଗିଲା କି ଏହା କଣ ହେଉଛି।ସେ ଗୁଣ୍ଡୁଚିମୂଷା ପାଖକୁ ଗଲେ। ତାକୁ ପଚାରିଥିଲେ କି ତୁମେ କଣ କରୁଛ? ଗୁଣ୍ଡୁଚିମୂଷା ଉତ୍ତର ଦେଇଥିଲା କି ମୁଁ ମୋ ଶରୀରକୁ ଓଦା କରୁଛି। ଶରୀର ଉପରେ ବାଲି ଲଗାଉଛି ଏବଂ ପଥର ମଝିରେ ଯେଉଁ ଖାଲିସ୍ଥାନ ଅଛି ତାକୁ ପୂରଣ କରୁଛି।ରାମସେତୁର ନିର୍ମାଣରେ ମୁଁ ମଧ୍ୟ ନିଜର ଏକ ଛୋଟ ଯୋଗଦାନ ଦେଉଛି। ଆଜି ପାଳି ଆମ ମାନଙ୍କର। ଅଯୋଧ୍ୟାରେ ଆମ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ସାରିଛି।ଆମ ମାନଙ୍କ ମଧ୍ୟରୁ କିଛି ବାନର ହୋଇ, କିଛି ଗୁଣ୍ଡୁଚିମୂଷା ହୋଇ ଏବଂ ଆଉକିଛି ନିଜ-ନିଜ କ୍ଷମତା ଅନୁସାରେ ଯୋଗଦାନ ଦେଇ ଐତିହାସିକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାରେ ସାହାର୍ଯ୍ୟ କରିବା। ମୁଁ ନିଜେ କରିଛି ଆରମ୍ଭ ଏବଂ ମୋର ବିଶ୍ବାସ ଅଛି କି ଆପଣମାନେ ମଧ୍ୟ ମୋ ସହିତ ଯୋଗଦେବେ ଯାହାଦ୍ଵାରା ଆସିବାକୁ ଥିବା ପିଢ଼ିମାନଙ୍କୁ ଏହି ଭବ୍ୟ ମନ୍ଦିରରୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜୀବନ ଏବଂ ସନ୍ଦେଶ ଉପରେ ଚାଲିବାକୁ ପ୍ରେରଣା ମିଳିବ।ଜୟ ଶ୍ରୀରାମ।”

ଅକ୍ଷୟ କୁମାର ଟୁଇଟରରେ ଏହି ଭିଡିଓକୁ ଶେୟାର କରି କ୍ୟାପଶନରେ ଲେଖିଥିଲେ,”ବହୁତ ଖୁସିର କଥା ହେଉଛି କି ଅଯୋଧ୍ୟାରେ ଆମ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ସାରିଛି। ବର୍ତମାନ ଯୋଗଦେବାର ପାଳି ଆମର। ମୁଁ ଆରମ୍ଭ କରି ଦେଇଛି, ଆଶା କରୁଛି କି ଆପଣ ମାନେ ମଧ୍ୟ ସାଥିରେ ଯୋଗଦେବେ।ଜୟ ସିୟାରାମ।”

Leave a Reply

Your email address will not be published. Required fields are marked *