ଅକ୍ଷୟ କୁମାର ତାଙ୍କ ପତ୍ନୀକୁ ନେଇ କରିଛନ୍ତି ବଡ଼ ଖୁଲାସା, କହିଲେ କି ବାହାଘରର ପ୍ରଥମ ରାତିରେ ଜଣା ପଡ଼ିଥିଲା ଏହି କଥା

ଅକ୍ଷୟ କୁମାର ନିଜର ଅପକମିଙ୍ଗ ଫିଲ୍ମ୍ ଲକ୍ଷ୍ମୀକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ଚଳଚ୍ଚିତ୍ରର ନାମ କୁ ନେଇ ବହୁତ ଦିନରୁ ବିବାଦ ଚାଲିଛି। ପ୍ରଥମେ ଚଳଚ୍ଚିତ୍ର ର ନାମ ଲକ୍ଷ୍ମୀ ବମ ଥିଲା ପରେ ଏହା ଲକ୍ଷ୍ମୀ ହୋଇଥିଲା। ଅକ୍ଷୟ ନିଜ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଦ କପିଲ ଶର୍ମା ଶୋ କୁ ଯାଇଥିଲେ। ଏଥିରେ ସେ ତାଙ୍କ ପତ୍ନୀ ଟ୍ବିଙ୍କିଲ ଖାନ୍ନା କୁ ନେଇ ବହୁତ କଥା ଖୁଲାସା କରିଛନ୍ତି।କହି ଦେବାକୁ ଚାହୁଁଛୁ କି ସେ ୨୫ ଥର କପିଲ ଶର୍ମା ଶୋ କୁ ଯାଇ ସାରିଛନ୍ତି। ସେ ଚଳଚ୍ଚିତ୍ର ଲକ୍ଷ୍ମୀର କୋ ଷ୍ଟାର କିୟାରା ଅଡବାଣି ଙ୍କ ସହିତ ବହୁତ ମସ୍ତି କରିଥିଲେ। ଶୋ ର ମଝିରେ ଅର୍ଚ୍ଚନା ପୁରନ ସିଂ ଅକ୍ଷୟ ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ।ଏହାର ସମସ୍ତ ଉତ୍ତର ମଧ୍ୟ ଅକ୍ଷୟ ଦେଇଥିଲେ।

ଅର୍ଚ୍ଚନା ପଚାରିଥିଲେ କି କଣ ସେ ଲାଇଫ କିଙ୍ଗ ସାଇଜ଼ ଜିତିଛନ୍ତି କି ? ଅକ୍ଷୟ ଉତ୍ତର ଦେଇଥିଲେ କି ସେ ଜିତି ନାହାଁନ୍ତି । ଏହା ପରେ ଅର୍ଚ୍ଚନା ପଚାରିଥିଲେ କି ଯେବେ ଅକ୍ଷୟ ଏବଂ ଟ୍ବିଙ୍କିଲଙ୍କ ମଧ୍ୟ ରେ ଝଗଡ଼ା ହୁଏ କିଏ ଜିତେ । ଏହାର ଉତ୍ତରରେ ଅକ୍ଷୟ କହିଥିଲେ କି ଟ୍ବିଙ୍କିଲ ହିଁ ଜିତନ୍ତି।

ଅକ୍ଷୟ ଟ୍ବିଙ୍କିଲ ଙ୍କୁ ନେଇ ଖୁଲାସା କରିଛନ୍ତି କି ସେ ବାହାଘର ର ପ୍ରଥମ ରାତିରୁ ହିଁ ଜାଣି ସାରିଛନ୍ତି। ସେ କେବେ ଟ୍ବିଙ୍କିଲଙ୍କ ଠାରୁ ଜିତି ପାରିବେ ନାହିଁ।

ବହୁତ ସୁପରହିଟ ଚଳଚ୍ଚିତ୍ର ରେ କାମ କରି ସାରିଥିବା ଅକ୍ଷୟଙ୍କ ଲଭ ଷ୍ଟୋରୀ ମଧ୍ୟ ବହୁତ ରୋମାଞ୍ଚକର ଅଟେ। କୁହାଯାଉଛି କି ଯେବେ ଟ୍ବିଙ୍କିଲ ଙ୍କ ମେଲା ଚଳଚ୍ଚିତ୍ର ଆସିବାର ଥିଲା ସେବେ ଅକ୍ଷୟ ତାଙ୍କୁ ପ୍ରପୋଜ କରିଥିଲେ। ସେଥିରେ ଟ୍ବିଙ୍କିଲଙ୍କ ଉତ୍ତର ଥିଲା କି ଯଦି ତାଙ୍କ ଫିଲ୍ମ୍ ଫ୍ଲପ ହେବ ତ ସେ ବାହା ହେବେ। ଚଳଚ୍ଚିତ୍ର ଫ୍ଲପ ହୋଇଗଲା ଏବଂ ସେ ବାହା ହୋଇଗଲେ।

ଅକ୍ଷୟ ଏବଂ ଟ୍ବିଙ୍କିଲଙ୍କ ଦେଖା ଗୋଟିଏ ଫଟୋ ସୁଟ ସମୟରେ ହୋଇଥିଲା। ଏକ ସାକ୍ଷାତକାର ରେ ଅକ୍ଷୟ କହିଥିଲେ କି ସେ ପ୍ରଥମ ଦେଖରେ ହିଁ ଟ୍ବିଙ୍କିଲଙ୍କୁ ନିଜର ହୃଦୟ ଦେଇ ସାରିଥିଲେ। ଚଳଚ୍ଚିତ୍ର ‘ ଇଣ୍ଟରନେସେନାଲ ଖିଲାଡ଼ି ‘ ରୁ ହିଁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା।

ଏକ ସାକ୍ଷାତକାର ରେ ଟ୍ବିଙ୍କିଲ କହିଥିଲେ କି ଯେବେ ସେ ଅକ୍ଷୟ ଙ୍କୁ ଡେଟ କରିବା ଆରମ୍ଭ କରିଥିଲେ, ସେ ଏକ ଲମ୍ବା ରିଲେସନସିପ ରୁ ବାହାରି ଆସିଥିଲେ। ଏବଂ କିଛି ଦିନ ଏଞ୍ଜୟ କରିବାକୁ ଚାହୁଁଥିଲେ।

ସାକ୍ଷାତକାର ରେ ଟ୍ବିଙ୍କିଲ ଏହା ମଧ୍ୟ କହିଥିଲେ କି ସେ ୧୫ ଦିନ ପାଇଁ ଅକ୍ଷୟ ଙ୍କୁ ତାଙ୍କ ବୟଫ୍ରେଣ୍ଡ ବନେଇ ଥିଲେ।ଏହା ପରେ ସେ କିଛି ଦିନ ସାଥିରେ ସମୟ କାଟିଥିଲେ।ଏବଂ ପରେ ବାହା ହେବାକୁ ନିଷ୍ପତି ନେଇଥିଲେ।

ଡିମ୍ପଲ ଟ୍ବିଙ୍କିଲ ଙ୍କ ବାହାଘର ରେ ଏହି ସର୍ତ୍ତ ରଖିଥିଲେ କି ତାଙ୍କୁ ବର୍ଷ ସାରା ଲିଭ ଇନ ରିଲେସନସିପ ରେ ରହିବାକୁ ପଡ଼ିବ। ମାଆ ଡିମ୍ପଲଙ୍କ କଥା ମାନି ଅକ୍ଷୟ ଟ୍ବିଙ୍କିଲ ଙ୍କ ସହ ରେଲେସନସିପ ରେ ରହିଲେ ଏବଂ ଏକ ବର୍ଷ ପରେ ବିବାହ କରିଥିଲେ। ଦୁହେଁ ଜାନୁଆରୀ ୨୦୦୧ ରେ ବିବାହ କରିଥିଲେ।

ଟ୍ବିଙ୍କିଲ ୨୦୦୨ ରେ ପୁଅ ଆରବ କୁ ଜନ୍ମ ଦେଇଥିଲେ ଏବଂ ଝିଅ ନିତାରା ଙ୍କୁ ୨୦୧୨ ରେ ଜନ୍ମ ଦେଇଥିଲେ। ନିତାରା ଜନ୍ମ ହେବା ପୂର୍ବରୁ ଟ୍ବିଙ୍କିଲ ସର୍ତ୍ତ ରଖିଥିଲେ କି ଅକ୍ଷୟ ଭଲ ଫିଲ୍ମ୍ କରିବେ। ଅକ୍ଷୟ ପତ୍ନୀଙ୍କ କଥା ମାନି ଫିଲ୍ମ୍ ଚୟନ କରିବା ପୂର୍ବରୁ ଭଲ ସେ ଭାବୁଥିଲେ।

ଅକ୍ଷୟ ସେହି ତାରକା ଙ୍କ ମଧ୍ୟ ରୁ ଜଣେ ଯେ ବେଶୀ ରାତି ଯାଏ କାମ କରନ୍ତି ନାହିଁ ଏବଂ ସକାଳୁ ଜଲଦି ଉଠି ଯାଇଥାନ୍ତି। ତାଙ୍କର ଏହି ଲାଇଫ ଷ୍ଟାଇଲ ରେ ଟ୍ବିଙ୍କିଲ ତାଙ୍କର ପୁରା ସାଥ ଦେଉଥିଲେ। ଯେବେ କରନ ତାଙ୍କୁ ଏହି ଲାଇଫ ଷ୍ଟାଇଲ କୁ ବଦଳେଇବା ପାଇଁ କେତେ ସମୟ ଲାଗିଥିଲା ବୋଲି ପଚାରିଥିଲେ,ଅକ୍ଷୟ କହିଥିଲେ କି ସେ ଆରମ୍ଭ ରୁ ଜଲଦି ଶୋଇବା ଏବଂ ଉଠିବାକୁ ପସନ୍ଦ କରନ୍ତି। ଟ୍ବିଙ୍କିଲ କହିଥିଲେ କି ଅକ୍ଷୟ ପ୍ରତିଦିନ ରମି ଖେଳି କି ଶୋଇ ଯାଇଥାନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *