ସ୍ୱାମୀ ବବି ମିଶ୍ରଙ୍କ ଠାରୁ ଅଲଗା ହେବାର କାରଣ କହିଲେ ଓଲିଉଡର ହିରୋଇନ କୋଏଲ ବାନାର୍ଜୀ

ଓଲିଉଡ ଜଗତର ବେଶ ପ୍ରସିଦ୍ଧ ଯୋଡ଼ି ବବି ମିଶ୍ର ଏବଂ କୋଏଲ ବାନାର୍ଜୀ ଙ୍କ ବିଷୟରେ କଣ ଆପଣ ଜାଣିଛନ୍ତି କି ? ସମଗ୍ର ଓଡ଼ିଶା ବାସୀ ଏହି ଦୁଇ ଅଭିନେତା ଏବଂ ଅଭିନେତ୍ରୀଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଛନ୍ତି । ଓଡ଼ିଆରେ ଏହି ଦୁହିଁଙ୍କ ଯୋଡ଼ି ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ । କିନ୍ତୁ ଦୁଃଖର କଥା ଏହିକି ଯେ ଏମାନେ ଆଉ ସାଥିରେ ନାହାଁନ୍ତି । ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଏକ ପୋଷ୍ଟ ରେ କୋଏଲ ନିଜେ ଏହା କହିଛନ୍ତି । ଏହି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

କୋଏଲ ବାନାର୍ଜୀ ଏବଂ ବବି ମିଶ୍ର ଙ୍କର ପ୍ରଥମ ଦେଖା ତୋତେ ଏତେ ଭଲ ପାଉଛି ବୋଲି ଫିଲ୍ମ ଜରିଆରେ ହୋଇଥିଲା । ଏହି ଫିଲ୍ମ ଠାରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୁହେଁ ବିବାହ ମଧ୍ୟ କରିଥିଲେ । ଦୁହିଁଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ବେଶ ଭଲ ଭାବରେ ଚାଲିଥିଲା । କିନ୍ତୁ ହଠାତ ଦୁହେଁ ଅଲଗା ହୋଇ ଯାଇଥିଲେ ଏବଂ କୋଏଲ ବାନାର୍ଜୀ ଓଡ଼ିଶା ଛାଡ଼ି ବେଙ୍ଗଲ ରେ ରହିବାକୁ ଲାଗିଲେ ।

ନିକଟରେ ନଜରକୁ ଆସିଥିବା ଏକ ପୋଷ୍ଟ ଅନୁଯାୟୀ କୋଏଲ ବାନାର୍ଜୀ ନିଜେ କହିଛନ୍ତି ଯେ ଆମେ ଦୁହିଁଙ୍କ ସମ୍ପର୍କ ଆଉ ଚାଲି ପାରି ନଥିଲା ତେଣୁ ଆମେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ । ଆମେ ଦୁହେଁ ୨୦୧୮ ମସିହା ନଭେମ୍ବର ଠାରୁ ଅଲଗା ରହୁଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ମୁ ବୋହୁ ଆମର ଏନଆରଆଇ ର ସୁଟିଂ ପାଇଁ ଓଡ଼ିଶା ଯାଇଥିଲି । କିନ୍ତୁ ସେଠାରେ ଆମେ ଦୁହେଁ ଅଲଗା ରହିଥିଲୁ । ମୁଁ ବର୍ତ୍ତମାନ ବେଙ୍ଗଲ ରେ ସିରିଏଲ କରୁଛି । କିନ୍ତୁ ଓଡ଼ିଶା ଯିବାକୁ ମୋର ଭାରି ଇଚ୍ଛା ଥିଲେ ବି ଆଇନ ଗତ ଭାବରେ ଆମେ ଦୁହେଁ ଅଲଗା ହୋଇ ଯାଇଛୁ ।

ଏସବୁ ସତ୍ତ୍ୱେ ବି କୋଏଲ ଏବଂ ବବି ମିଶ୍ର ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏମିତି କିଛି ପୋଷ୍ଟ କରନ୍ତି ଯେଉଁଥିରେ ଦୁହେଁ ଖୁବ ଖୁସି ଥିବାର ଅର୍ଥାତ ବିବାହ ସମୟର ଫୋଟ ସେୟାର କରିଥାନ୍ତି । ବବି ମିଶ୍ର ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ ୱ ଭି କ୍ୟା ଦିନ ଥେ ‘ । ଯାହାକି ସେହି ଦୁହିଁଙ୍କ ପ୍ରଶଂସକ ଙ୍କୁ ଖୁବ ଖୁସି କରିଛି ।

Leave a Reply

Your email address will not be published. Required fields are marked *