କୋଟି କୋଟି ବର୍ଷ ପୂର୍ବେ, ଆକାଶରୁ ଗଳିଥିବା ପଥରର ମୂଲ୍ୟ ହେଉଛି 50 ଲକ୍ଷ୍ୟ, ଜାଣନ୍ତୁ କ’ଣ ଅଟେ ‘ଏଲିଏନ’ ପଥର

କୁହାଯାଏ ଯେ ଅନ୍ତରୀକ୍ଷ ରହସ୍ୟରେ ପରିପୂର୍ଣ୍ଣ । ଏଠାରେ ଲକ୍ଷ ଲକ୍ଷ ଗ୍ରହ, ଉଲକାପିଣ୍ଡ ବଲ୍ ପରି ଭାସୁଥିବାର ଦେଖାଯାଏ । ଆପଣ ନିଶ୍ଚୟ କ୍ରିଷ୍ଟାଲ୍ ବଲ୍ ବିଷୟରେ ଶୁଣିଥିବେ । କାଚରେ ନିର୍ମିତ ଏକ ଗୋଲ୍ ସଦୃଶ କ୍ରିଷ୍ଟାଲ ବଲ ଗୁଡ଼ିକରେ ଉଲକାପିଣ୍ଡ ଏବଂ ମହାକାଶରୁ ଗଳିଥିବା ଏଲିଏନ ପଥର ଲାଗିଥାଏ । ଏହି ପଥରଗୁଡିକ ମଧ୍ୟରୁ କେତେକ ଚକଚକିଆ ଏବଂ କିଛି ରୁକ୍ଷ ହୋଇଥାନ୍ତି । ଏହି ପଥରଗୁଡିକ କୋଟି କୋଟି ବର୍ଷ ପୁରୁଣା ଯାହାକୁ ଗ୍ଲାସ୍ ବଲ୍ ର ଆକାର ଦିଆଯାଇଥାଏ । ଏହି ପଥରଗୁଡିକ ନିଲାମରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୁଏ । ଏହିପରି ଏକ ସୁନ୍ଦର ଏବଂ ଅତ୍ୟନ୍ତ ବିରଳ ଏଲିଏନ କ୍ରିଷ୍ଟାଲ ବଲ୍ ର ନିଲାମୀ ହେଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପଥରର ମୂଲ୍ୟ 50 ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି । ଆସନ୍ତୁ ଜାଣିବା ଏହାର ବିଶେଷତ୍ଵ ।

ପ୍ରସିଦ୍ଧ ନିଲାମ ହାଉସ୍ ଖ୍ରୀଷ୍ଟିଜ୍ ଦୁନିଆ ସାରା ପତିତ ଉଲକାପିଣ୍ଡ ଏବଂ ଅନ୍ତରୀକ୍ଷ ପଥର ଖଣ୍ଡରୁ ନିର୍ମିତ ଏହି କ୍ରିଷ୍ଟାଲ ବଲ୍ ର ନିଲାମୀ କରୁଛି । ଅନଲାଇନରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମୀ 5 ଫେବୃଆରୀରୁ ଆରମ୍ଭ ହୋଇଥିଲା ଏବଂ 23 ଫେବୃଆରୀ ପର୍ଯ୍ୟନ୍ତ ଅନଲାଇନ୍ ଚାଲିବ । ତେଣୁ ଯେକେହି ଏହାକୁ କିଣିବାକୁ ଚାହାଁନ୍ତି, ଖ୍ରୀଷ୍ଟିଜ୍ ସାଇଟ୍ ପରିଦର୍ଶନ କରି ଚେଷ୍ଟା କରିପାରିବେ ।

ଏହି କ୍ରିଷ୍ଟାଲ ବଲରେ ଥିବା ଅଧିକାଂଶ ପଥର ସିମଚୈନ୍ ଉଲକାପିଣ୍ଡର ଅଂଶ ଅଟେ । ଜୁନ୍ 1967 ରେ ସାଇବେରିଆରେ ଏହି ଉଲକାପିଣ୍ଡ ପଡିଥିଲା । ଏହା ବ୍ୟତୀତ ଅନେକ ମୂଲ୍ୟବାନ ଏଲିଏନ୍ ପଥର ଏଥିରେ ସ୍ଥାପିତ ହୋଇଛି । ଏଲିଏନ୍ ର ଅର୍ଥ ଏହା ନୁହେଁ ଯେ ଏଲିଏନ୍ ଜଗତରୁ ଆସିଛି, ବରଂ ଏପରି ଏକ ସ୍ଥାନରୁ ଯାହାର ସୂଚନା ମଣିଷକୁ ଜଣା ନାହିଁ କିମ୍ବା କମ୍ ଜଣା ।

ଏହା ବ୍ୟତୀତ, ଏହି କ୍ରିଷ୍ଟାଲ ବଲରେ 30 ଜୁନ୍ 1957 ରେ ବ୍ରାଜିଲର ଇବିତ୍ରାଠାରେ ପଡ଼ିଥିବା ଉଲକାପିଣ୍ଡର ଖଣ୍ଡଗୁଡ଼ିକ ଲାଗିଛି । ଏହା ବ୍ୟତୀତ ମାଲିର ସାହାରା ମରୁଭୂମିରେ ପଡ଼ିଥିବା 16 ଇଞ୍ଚ ର ଉଲକାପିଣ୍ଡର ଖଣ୍ଡ ମଧ୍ୟ ଏଥିରେ ଲାଗିଛି । ଏହି ଉଲକାପିଣ୍ଡର ର ଓଜନ 2 କିଲୋଗ୍ରାମ ଥିଲା । ନିଲାମ ହାଉସ ଖ୍ରୀଷ୍ଟିଜ୍ ଅନୁସାରେ ଏହି କ୍ରିଷ୍ଟାଲ ବଲକୁ 350,000 ଡଲାର ଅର୍ଥାତ୍ 2.54 କୋଟି ଟଙ୍କା ପର୍ଯ୍ୟନ୍ତ ନିଲାମ କରାଯାଇପାରିବ । ବର୍ତ୍ତମାନ ଏହାର ବିଡ୍ କିଛି ଡଲାରରୁ ଆରମ୍ଭ ହୋଇ 70 ହଜାର ଡଲାରରେ ଅର୍ଥାତ୍ ପ୍ରାୟ 50.49 ଲକ୍ଷ ଟଙ୍କାରେ ପହଞ୍ଚିଛି ।

ନିଲାମ ପ୍ରକ୍ରିୟା ପୂର୍ବରୁ ଏହି ଖଣ୍ଡଗୁଡ଼ିକୁ ମେଟେରାଇଟିକାଲ୍ ସୋସାଇଟି ଦ୍ୱାରା ଯାଞ୍ଚ କରାଯାଇଛି । ଯାହା ଦ୍ୱାରା ଏହା ନିଶ୍ଚିତ ହୋଇପାରିବ ଯେ ଏଗୁଡ଼ିକ ପ୍ରକୃତ ଏଲିଏନ ପଥର, ଯେଉଁଗୁଡିକୁ ଏହି କ୍ରିଷ୍ଟାଲ ବଲରେ ଲଗା ଯାଇଛି । ଏହି ପଥରଗୁଡିକୁ ଯାଞ୍ଚ କରିବା ପାଇଁ ହୀରାକୁ ପରୀକ୍ଷା କରିବା ଭଳି ସ୍କେଲ ସ୍ଥିର କରାଯାଇଛି । ହୀରା ଚାରିଟି C ଦ୍ଵାରା ପରୀକ୍ଷା କରାଯାଏ, ପ୍ରଥମଟି Carat, ଦ୍ୱିତୀୟଟି Color, ତୃତୀୟ Clarity ଏବଂ ଚତୁର୍ଥଟି ହେଉଛି Cut ।

ଖ୍ରୀଷ୍ଟିଜ୍ ର ସାଇନ୍ସ ଆଣ୍ଡ ନାଚୁରାଲ ହିଷ୍ଟ୍ରି ବିଭାଗର ମୁଖ୍ୟ ଜେମ୍ସ ହିସଲୋପ୍ ରିପୋର୍ଟ କରିଛନ୍ତି ଯେ ଚାରିଟି S ଦ୍ଵାରା ଉଲକାପିଣ୍ଡ ପଥର ମାପ କରାଯାଏ । ପ୍ରଥମଟି Size, ଦ୍ୱିତୀୟ Shape, ତୃତୀୟ Story ଏବଂ ଚତୁର୍ଥଟି Science । ମହାକାଶରୁ ପଡୁଥିବା ବଡ଼ ପଥରଗୁଡିକ ଛୋଟ ପଥର ଅପେକ୍ଷା ଅଧିକ ମୂଲ୍ୟବାନ ବିବେଚନା କରାଯାଏ । କାରଣ ଏଥିରେ ଗବେଷଣା ପାଇଁ ପ୍ରଚୁର ଜିନିଷ ରହିଥାଏ । ଏଗୁଡିକ ମଧ୍ୟ ମହଙ୍ଗା ବିକ୍ରି ହୁଏ ।

ଏଗୁଡିକ ଅଧିକ ମୂଲ୍ୟବାନ ହୋଇଥାନ୍ତି କାରଣ ଏହା ଦର୍ଶାଏ ଯେ ଆମର ସୂର୍ଯ୍ୟ, ଚନ୍ଦ୍ର ଏବଂ ଅନ୍ୟାନ୍ୟ ଗ୍ରହ କିପରି ସୃଷ୍ଟି ହୋଇଥିଲେ । ତେଣୁ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହୁଏ । ଯଦି ତୁମେ ଏକ ବିରଳ ପଥର ପାଇବ, ତେବେ ଏହାକୁ ବିକ୍ରି କରି ତୁମେ କୋଟିପତି ହୋଇପାରିବ । ପ୍ରତ୍ୟେକ ଉଲକାପିଣ୍ଡ ଭିତରେ ଏକ ନୂତନ ରହସ୍ୟ ଲୁଚି ରହିଥାଏ । କେବଳ ଏହାକୁ ବୁଝିବା ଆବଶ୍ୟକ ।

ଏହି କ୍ରିଷ୍ଟାଲ ବଲରେ ମଧ୍ୟ 12 ଫେବୃଆରୀ 1947 ରେ ସାଇବରିଆର ଶିଖୋଟ ଏଲିନ୍ ପର୍ବତ ଉପରେ ପଡ଼ିଥିବା ଉଲକାପିଣ୍ଡର କିଛି ପଥର ଅଛି । ଅନେକଥର ଏହା ଘଟେ ଯେ ପଥର ବଙ୍କା ଏବଂ ଅଜବ ଆକାରର ହୋଇଥାଏ । କିନ୍ତୁ ଯେତେବେଳେ ଏହା ବାୟୁମଣ୍ଡଳରେ ପ୍ରବେଶ କରେ, ଘର୍ଷଣ ହେତୁ ଏହା ଗୋଲାକାର ବଲ ପରି ହୋଇଯାଏ । ବର୍ତ୍ତମାନ ଏହିପରି ବଲଗୁଡିକ ନିଲାମ କରାଯାଇପାରିବ ନାହିଁ । ତେଣୁ ଖ୍ରୀଷ୍ଟିଜ୍ ଏହିପରି ପଥରକୁ ଏକ କ୍ରିଷ୍ଟାଲ ବଲରେ ଲଗାଇ ନିଲାମ କରାଏ ।

Leave a Reply

Your email address will not be published. Required fields are marked *