କରୋନା ଛଡେଇନେଲା ସୁନ୍ଦର ପରିବାର, ମାଆ-ବାପାଙ୍କ ସହିତ ଜେଜେ-ଜେଜେମାଆଙ୍କର ମଧ୍ୟ ମୃ-ତ୍ୟୁ, ବଞ୍ଚିଛନ୍ତି କେବଳ ୨ଜଣ ଛୁଆ

ଗାଜିୟାବାଦର କ୍ରସିଙ୍ଗ ରିପବ୍ଲିକ ସୋସାଇଟର ଗୋଟିଏ ଫ୍ଲଟରେ ରହୁଥିବା ପରିବାରର ୬ସଦସ୍ୟଙ୍କ ମଧ୍ୟରୁ ସବୁ ବଡ ୪ଜଣ ସଦସ୍ୟଙ୍କର କୋରୋନା ବେମାରୀ କାରଣରୁ ମୃ-ତ୍ୟୁ ହୋଇ ଯାଇଛି। ଯେତେବେଳେ କି ପରିବାରରେ ବର୍ତ୍ତମାନ କେବଳ ଜଣେ ୮ ଏବଂ ଜଣେ ୬ବର୍ଷର ଦୁଇଜଣ ଛୁଆ ହିଁ ବଞ୍ଚିଛନ୍ତି।

ସାରା ଦେଶରେ କୋରୋନା ପ୍ରକୋପ ମଧ୍ୟରେ ଉତ୍ତର ପ୍ରଦେଶ ଗାଜିୟାଗାଦର ଗୋଟିଏ ସୋସାଇଟିରୁ ବହୁତ କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାର ଗୋଟିଏ ଫ୍ଲାଟରେ ରହୁଥିବା ପରିବାରର ୬ସଦସ୍ୟଙ୍କ ମଧ୍ୟରୁ ସବୁ ବଡ ୪ଜଣ ସଦସ୍ୟଙ୍କର କୋରୋନା ବେମାରୀ କାରଣରୁ ମୃ-ତ୍ୟୁ ହୋଇ ଯାଇଛି। ଯେତେବେଳେ କି ପରିବାରରେ ବର୍ତ୍ତମାନ କେବଳ ଜଣେ ୮ ଏବଂ ଜଣେ ୬ବର୍ଷର ଦୁଇଜଣ ଛୁଆ ହିଁ ବଞ୍ଚିଛନ୍ତି।

ଘଟଣାଟି ଗାଜିୟାବାଦର କ୍ରସିଙ୍ଗ ରିପବ୍ଲିକ ଅଞ୍ଚଳର ଗୋଟିଏ ସୋସାଇଟର ଅଟେ। କେବଳ ୧୧ଦିନରେ ଜଣଜଣ କରି ପରିବାରର ୪ଜଣ ସଦସ୍ୟ ମୃ-ତ୍ୟୁର ମୁହଁରେ ପଡି ଯାଇଛନ୍ତି। ଘଟଣା ପରେ ସୋସାଇଟର ଲୋକ ମଧ୍ୟ ଡ-ରି ଯାଇଛନ୍ତି।

ଗାଜିୟାବାଦର କ୍ରସିଙ୍ଗ ରିପବ୍ଲିକ ଅଞ୍ଚଳର ପଞ୍ଚଶୀଳ ବିଲିଙ୍ଗଟନ ସୋସାଇଟିରେ ରହୁଥିବା ୬୭ବର୍ଷିୟ ଦୁର୍ଗେଶ ପ୍ରସାଦ ଯିଏ ପ୍ରଥମରୁ ଜମ୍ମୁରେ ରହୁଥିଲେ ଏବଂ ଅବସରପ୍ରାପ୍ତ ଶିକ୍ଷକ ଥିଲେ, କୋରୋନା ସଂକ୍ରମିତ ହୋଇଥିଲେ ତ ଘରେ ରହି ଆଇସୋଲାଟ ହୋଇ ତାଙ୍କର ଚିକିତ୍ସା ହେବାକୁ ଲାଗିଥିଲା।

ଏଥିପାଇଁ ୨୭ଅପ୍ରେଲକୁ ଦୁର୍ଗେଶ ପ୍ରସାଦଙ୍କ ଘରେ ମୃ-ତ୍ୟୁ ହୋଇ ଯାଇଛି। ଏହାପରେ ଦୁର୍ଗେଶଙ୍କ ପୁଅ ଏବଂ ପୁତ୍ରବଧୂ ମଧ୍ୟ କୋରୋନା ସଂକ୍ରମିତ ହୋଇ ଯାଇଥିଲେ। ଦୁଇଜଣଙ୍କୁ ଗ୍ରେଟର ନୋଏଡାର ଗୋଟିଏ ପ୍ରାଇଭେଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ କି ତାଙ୍କ ସ୍ତ୍ରୀ ସନ୍ତୋଷ କୁମାରୀ ମଧ୍ୟ କୋରୋନା ସଂକ୍ରମିତ ହୋଇ ଯାଇଥିଲେ। ଯାହାଙ୍କ ଚିକିତ୍ସା ତାଙ୍କ ଘରେ ହିଁ କରାଯାଇଥିଲା। ସେଠାରେ ଡାକ୍ତରଖାନାରେ ଚିକିତ୍ସା ସମୟରେ ୪ମଇକୁ ଦୁର୍ଗେଶଙ୍କ ପୁଅ ଅଶ୍ଵିନୀଙ୍କର ମୃ-ତ୍ୟୁ ହୋଇ ଯାଇଥିଲା।

ଏହାପରେ ୫ମଇକୁ ଦୁର୍ଗେଶ ପ୍ରସାଦଙ୍କ ସ୍ତ୍ରୀ ସନ୍ତୋଷ କୁମାରୀଙ୍କର ମଧ୍ୟ ତାଙ୍କ ଘରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା। କଥା ଏହିଠାରେ ଅଟକି ନଥିଲା,ଏହାପରେ ଦୁର୍ଗେଶଙ୍କ ପୂତ୍ରବଧୂ ନିର୍ମଳାଙ୍କ ମୃ-ତ୍ୟୁ ୭ମଇରେ ଡାକ୍ତରଖାନାରେ ଚିକିତ୍ସା ସମୟରେ ହୋଇ ଯାଇଥିଲା। ଏହାପରେ ପୂରା ପରିବାରରେ ବର୍ତ୍ତମାନ କେବଳ ଅଶ୍ଵିନୀ ଏବଂ ନିର୍ମଳାଙ୍କର ଦୁଇଜଣ କୋମଳ ଛୁଆ ବଞ୍ଚି ରହିଛନ୍ତି। ଏଥିପାଇଁ ପୂରା ସୋସାଇଟିରେ ବିଷାଦ ଛାଇ ହୋଇ ରହିଛି। ଏହାସହିତ ଆତଙ୍କର ବାତାବରଣ ମଧ୍ୟ ଖେଳି ଯାଇଛି। ଅଶ୍ଵିନୀ ଏବଂ ନିର୍ମଳାଙ୍କ ଦୁଇଜଣ ଛୁଆ ୮ ଏବଂ ୬ ବର୍ଷର ଅଟନ୍ତି। ତାଙ୍କୁ ସେମାନଙ୍କ ବାପାଙ୍କ ଭଉଣୀଙ୍କ ପାଖକୁ ବରେଲୀକୁ ପଠେଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *