୭ କୋଟି ମୂଲ୍ୟର ଅଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ୍ ଫାଲକନ୍, ଦୁ-ର୍ଘଟଣା ରୁ ଅଳ୍ପେକେ ବ-ର୍ତିଲା ଅଭିନେତାଙ୍କ ମେକଅପ୍ ଦଳ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ୍ ‘ଫାଲକନ୍’ ଏକ ଦୁ-ର୍ଘ-ଟଣା-ଗସ୍ତ ହୋଇଛି । ଦୁ-ର୍ଘଟଣା ସମୟରେ ଅଲୁ ଅର୍ଜୁନ ଭ୍ୟାନିଟି ଭ୍ୟାନରେ ଉପସ୍ଥିତ ନଥିଲେ। ଯଦିଓ ତାଙ୍କର କିଛି ମେକଅପ୍ ଟିମ୍ ଭ୍ୟାନ୍ ଭିତରେ ଥିଲେ ତାଙ୍କର ମଧ୍ୟ କୌଣସି ଆ-ଘାତ ହୋଇନାହିଁ । ଏହି ଦୁ-ର୍ଘ-ଟଣା ଖମାମ୍ ନିକଟରେ ଘଟିଛି। ତେବେ ଏହି ଦୁ-ର୍ଘ-ଟଣାରେ ଅଭିନେତାଙ୍କ ଭ୍ୟାନିଟି ଭ୍ୟାନ୍ ବ୍ୟାପକ କ୍ଷତି ସହିଛି। ଖବର ଅନୁଯାୟୀ ଶୁଟିଂ ପରେ ଅଲୁ ଅର୍ଜୁନଙ୍କ ମେକଅପ୍ ଟିମ୍ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ମାରେଡୁମିଲିରୁ ଭ୍ୟାନିଟି ଭ୍ୟାନ୍ ରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଭ୍ୟାନଟି ପଛ ପଟରୁ ଅନ୍ୟ ଏକ ଗାଡି ଧ-କ୍କା ଦେଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ ଆଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା’ର ସୁଟିଂ ଶେଷ କରିବା ପରେ ରାଜମୂନ୍ଦରି ରୁ ବିମାନରେ ଫେରିଥିଲେ। ଘରକୁ ଫେରିବା ପରେ ଅଭିନେତାଙ୍କ ପତ୍ନୀ ସୋସିଆଲ ମିଡିଆରେ ପିଲାମାନଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଥିଲେ।

ଆଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ୍ ‘ଫାଲକନ୍’ ବହୁତ ବିଳାସପୂର୍ଣ୍ଣ ଏବଂ ମହଙ୍ଗା ଅଟେ । ଏହାର ମୂଲ୍ୟ ପ୍ରାୟ ୭ କୋଟି ଅଟେ । ୨୦୧୯ରେ ଅଲୁ ଅର୍ଜୁନ ତାଙ୍କର ବିଳାସପୂର୍ଣ୍ଣ ଭ୍ୟାନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଫଟୋ ସେୟାର କରିବାବେଳେ ଅଭିନେତା କହିଥିଲେ- ଯେତେବେଳେ ବି ମୁଁ ମୋ ଜୀବନରେ କିଛି ବଡ କିଣେ, ମୋ ମନରେ କେବଳ ଗୋଟିଏ କଥା ଯେ ଲୋକମାନେ ମୋତେ ଅପାର ପ୍ରେମ ଦେଇଛନ୍ତି । ଏହା ସେମାନଙ୍କ ପ୍ରେମର ଶକ୍ତି ଯାହା ଦ୍ଵାରା ମୁଁ ଏସବୁ କିଣିପାରୁଛି । ଆପଣ ସମସ୍ତଙ୍କୁ ଧନ୍ୟବାଦ। ଏହା ମୋର ଭ୍ୟାନିଟି ଭ୍ୟାନ୍ ଫାଲକନ୍ ।

ଖବର ଅନୁଯାୟୀ, ଅଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନର ଭିତର ବହୁତ ସୁନ୍ଦର ଅଟେ। ଏଥିରେ କଷ୍ଟୋମାଇଜ୍ ଯାନ ସ୍ପୋର୍ଟସ୍ ଚମଡା ସିଟ୍, ବଡ଼ ଦର୍ପଣ, ସ୍ପଟ୍ ଲାଇଟ୍ ଆଲୋକ ଏବଂ ଅନ୍ୟାନ୍ୟ ମନୋରଞ୍ଜନ ଉପକରଣ ମଧ୍ୟ ଅଛି। ଭ୍ୟାନିଟି ଭ୍ୟାନ୍ ରେ ଅଭିନେତାଙ୍କ ଦସ୍ତଖତ ‘AA’ ର ଲୋଗୋ ମଧ୍ୟ ଅଛି ।

ଅଲୁ ଅର୍ଜୁନ ୬ ମାର୍ଚ୍ଚ ୨୦୧୧ ରେ ହାଇଦ୍ରାବାଦରେ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଥିଲେ। ଅଲୁ ଏବଂ ସ୍ନେହା ପ୍ରଥମେ ସାଧାରଣ ବନ୍ଧୁମାନଙ୍କ ଏକ ବିବାହ ମାଧ୍ୟମରେରେ ଦେଖା ହୋଇଥିଲେ । ଅଲୁ ପ୍ରଥମ ଦେଖାରେ ସ୍ନେହାଙ୍କୁ ଭଲ ପାଇଯାଇଥିଲେ ।

ଅଲୁ ଅର୍ଜୁନ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀଙ୍କ ଭଣଜା। ଅଲୁ ଅର୍ଜୁନଙ୍କ ମା ନିର୍ମଳା ଚିରଞ୍ଜୀବୀଙ୍କ ଭଉଣୀ। ଏହି ସମ୍ପର୍କରୁ ଅଲୁ ଚିରଞ୍ଜୀବୀଙ୍କ ପୁଅ ରାମଚରନ୍ ତେଜା ମଧ୍ୟ ଭାଇ। ଅଲୁ ଏବଂ ସ୍ନେହାଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୁଅ ଅଲୁ ଅୟାନ୍ ଏବଂ ଝିଅ ଅଲୁ ଅରହା ।

୮ ଏପ୍ରିଲ ୧୯୮୩ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଆଲୁ ୨୦୦୩ରେ ଗାଙ୍ଗୋତ୍ରି ଚଳଚ୍ଚିତ୍ରରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ଯାହା ଏକ ବଡ଼ ସଫଳତା ଥିଲା । ୨୦୧୬ରେ ଅଲୁ ଅର୍ଜୁନ ଏକମାତ୍ର ସାଉଥ ସୁପରଷ୍ଟାର ଥିଲେ ଯାହାକୁ ଗୁଗୁଲରେ ଲୋକମାନେ ଅଧିକ ଖୋଜିଥିଲେ।

ଅଲୁ ଅର୍ଜୁନଙ୍କ କ୍ୟାରିୟର ବିଷୟରେ କହିଲେ ସେ ୨୦୦୩ରେ ଚଳଚ୍ଚିତ୍ର ଗାଙ୍ଗୋତ୍ରିରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଆର୍ଯ୍ୟ, ବନି, ହପି, ବେସାମୁଦୁରୁ, ଶଙ୍କରଦାଦା ଜିନ୍ଦବାଦ, ପାରୁଗୁ, ଆର୍ଯ୍ୟ ୨, ବରୁଦୁ, ବେଦମ, ବଦ୍ରିନାଥ, ବୈକୁଣ୍ଠପୁରାମଲୁ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଲୁ ଅର୍ଜୁନ ଖୁବ୍ ଶୀଘ୍ର ଫିଲ୍ମ ‘ପୁଷ୍ପା’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଆଲୁଙ୍କ ନାୟିକା ହେଉଛନ୍ତି ରଶ୍ମିକା ମନ୍ଦନା । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୧୩ ଅଗଷ୍ଟରେ ମୁକ୍ତିଲାଭ କରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *