ଅମିତାଭ ବଚ୍ଚନ ଏବଂ ରାନୀ ମୁଖାର୍ଜୀଙ୍କ ଏହି ଜବରଦସ୍ତ ଚୁମା କାରଣରୁ କେବେ ଅଭିଷେକଙ୍କ କନିଆଁ ହୋଇପାରିଲେ ନାହିଁ ରାନୀ

ବଲିଉଡର ସିନେମା ଏବଂ ଅନେକ ଘଟଣା ସବୁବେଳେ ହିଁ ମୁଖ୍ୟ ଖବର ହୋଇ ରହିଥାଏ। ଏଠାରେ ଯେତିକି ସିନେମା ହେଉନାହିଁ ତାଠାରୁ ଅଧିକ ଏହାସହିତ ଯୋଡ଼ି ହୋଇଥିବା ଘଟଣା ହେଉଛି। କେତେ ଘଟଣା ସକରାତ୍ମକ ହୋଇଥାଏ ତ କେତେ ଘଟଣା ଏମିତି ହିଁ ହୋଇଥାଏ ଯେଉଁଥିରେ କିଛି ଷ୍ଟାରଙ୍କର ପୂରା ଜୀବନ ଧ୍ୱଂସ ହୋଇଯାଇଥାଏ। ଆମେ ଆଜି ଆପଣଙ୍କୁ ଏକ ଏମିତି ହିଁ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ସେହି ସମୟର ମୁଖ୍ୟ ଘଟଣା ହୋଇଥିଲା। ପରିଶେଷରେ ଏହି ଘଟଣା ମଧ୍ୟ ବଲିଉଡର କିମ୍ବଦନ୍ତୀ କଳାକାର ଅମିତାଭ ବଚ୍ଚନଙ୍କ ସହିତ ଯୋଡି ହୋଇଥିଲା।

ବଲିଉଡର କିମ୍ବଦନ୍ତୀ କଳାକାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ରାନୀ ମୁଖାର୍ଜୀ ସାଥିହୋଇ ଏକ ସିନେମା କରିଥିଲେ। ସିନେମାର ନାମ ଥିଲା ବ୍ଲୈକ। ଦୁଇଜଣ ଯାକ ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଥିଲେ। ସିନେମାର ଡାଇରେକ୍ଟର ଥିଲେ ନାମୀଦାମୀ ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ। ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ସିନେମା ସେହି ସମୟର ଏକ ସୁପରହିଟ ସିନେମା ଭାବରେ ପ୍ରମାଣିତ ହୋଇଥିଲା। ସିନେମାକୁ ଏହି ବର୍ଷକୁ ପ୍ରସ୍ତୁତିର ପୂରା ୧୬ବର୍ଷ ହୋଇଗଲାଣି। ଏହି ସିନେମା ବର୍ଷ ୨୦୦୫ରେ ମୁକ୍ତିଲାଭ ହୋଇଥିଲା। ଆପଣଙ୍କୁ ଏହି ଖବର ଆଶ୍ଚର୍ଯ୍ୟ କରି ଦେବକି ବ୍ଲୈକ ସିନେମାରେ କାମ କରିବା ପାଇଁ ଅମିତାଭ ଭଂସାଲୀଙ୍କ ଠାରୁ ଗୋଟିଏ ଟଙ୍କା ମଧ୍ୟ ନେଇନଥିଲେ।

ସିନେମାରେ କାମ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ନ୍ୟାସନାଲ ଆର୍ବାଡ ମିଳିଥିଲା ସେଠାରେ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କୁ ବେଷ୍ଟ ଅଭିନେତ୍ରୀ ପାଇଁ ଫିଲ୍ମ ଫେୟର ଆର୍ବାଡ ଦ୍ଵାରା ସମ୍ନାନିତ କରାଯାଇ ଥିଲା। ଏହି ସିନେମାର ଏକ ଦୃଶ୍ୟ ବଚ୍ଚନ ପରିବାରରେ ଧମାକା ଖେଳେଇ ଦେଇଥିଲା। ଏହି ଦୃଶ୍ୟଟି ଅମିତାଭ ଏବଂ ରାନୀଙ୍କ ମଧ୍ୟର ଚୁମାର ଦୃଶ୍ୟ ଥିଲା। ଏହାର କିଛି ଦିନ ପୂର୍ବରୁ ରାନୀ ଏବଂ ଅଭିଷେକ ବଚନ ସିନେମା ଯୁବା ସାଥିହୋଇ କରିଥିଲେ। ସେହି ସମୟରେ ଦୁଇଜଣଙ୍କ ଭିତରେ ପାଖାପାଖି ହେବା ମଧ୍ୟ ବହୁତ ବଢ଼ି ଯାଇଥିଲା। ଦୁଇଜଣ ସାଥିହୋଇ ଅନେକ ହିଟ ସିନେମା ଦେଇଛନ୍ତି। ଲୋକମାନଙ୍କୁ ସେମାନଙ୍କର କେମେଷ୍ଟ୍ରୀ ବହୁତ ପସନ୍ଦ ଆସୁଥିଲା। ଜୟା ବଚ୍ଚନ ମଧ୍ୟ ରାନୀଙ୍କୁ ବହୁତ ପସନ୍ଦ କରୁଥିଲେ। ଦୁଇଜଣଙ୍କର ବାହାଘର ହେବାର ଥିଲା।

ଏହି ଦୁଇଜଣଙ୍କ ବାହାଘରରେ ବିଘ୍ନ ସାଜିଥିଲା ଅମିତାଭ ବଚ୍ଚନ ଏବଂ ରାନୀ ମୁଖାର୍ଜୀଙ୍କ ଏହି ଚୁମା। ଏହି ଦୃଶ୍ୟକୁ ଦେଖି ଅମିତାଭଙ୍କ ଘରଲୋକଙ୍କର ହୋଶ ଉଡି ଯାଇଥିଲା। ଅଭିଷେକ ମଧ୍ୟ ଏହାକୁ ଦେଖି ବିଶ୍ଵାସ କରିପାରି ନଥିଲେ। ଯେଉଁ ରାନୀ ମୁଖାର୍ଜୀଙ୍କୁ ଅଭିଷେକଙ୍କ ଘରେ ପସନ୍ଦ କରୁଥିଲେ ସେହି ବର୍ତ୍ତମାନ ସମସ୍ତଙ୍କୁ ଧକ୍କା ଦେବାକୁ ଲାଗିଥିଲେ।ଅଭିଷେକଙ୍କ ଘରଲୋକ ରାନୀଙ୍କ ଠାରୁ ଦୂରତା ବଢେଇବା ଆରମ୍ଭ କରିଦେଲେ।

ଆପଣଙ୍କୁ ଜଣାଇ ଦେଉଛୁ କି ଏହି ସିନେମା ପାଇଁ ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରଥମ ପସନ୍ଦ କରୀନା କପୂର ଥିଲେ।କରୀନା ହେବା କାରଣରୁ ଅମିତାଭ ଏହି ସିନେମାକୁ କରିବା ପାଇଁ ମନା କରିଦେଇଥିଲେ। ପରେ ସଞ୍ଜୟ ଲୀଲା କରୀନାଙ୍କ ବଦଳରେ ରାନୀଙ୍କୁ ନେଇଥିଲେ। ନହେଲେ ଆଜି ଏହି ସୁପରହିଟ ସିନେମା କରୀନାଙ୍କ ନାମରେ ହୋଇଥାନ୍ତା। କପୂର ପରିବାର ଏବଂ ବଚ୍ଚନ ପରିବାର ମଧ୍ୟରେ ଏହି ଦୂରତା ମଧ୍ୟ ଅଭିଷେକଙ୍କ ଯୋଗୁଁ ହୋଇଥିଲା।

ବାସ୍ତବରେ କରିଶ୍ମା କପୂର ଏବଂ ଅଭିଷେକ ବଚନଙ୍କର ବାହାଘର ହେବାର ଥିଲା। ଏହି ବାହାଘର ହେବା ପୂର୍ବରୁ ହିଁ ଏହି ଦୁହିଁଙ୍କର ନିର୍ବନ୍ଧ ଭାଙ୍ଗି ଯାଇଥିଲା। ସେହି ଦିନଠାରୁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଛି। ଏହି ସିନେମାକୁ କରିବା ପୂର୍ବରୁ ରାନୀ ମଧ୍ୟ ଅନେକ ଥର ଚିନ୍ତା କରିଥିଲେ । ସେ ଏହି ଚରିତ୍ରକୁ ନେଇ ବହୁତ ଚିନ୍ତାରେ ଥିଲେ। ପରେ ସେ ଭଂସାଲୀଙ୍କ ସହିତ କଥାହୋଇ ହିଁ ସିନେମା ପାଇଁ ହଁ କହିଥିଲେ। ରାନୀ ଗୋଟେ ଥର କହିଥିଲେ କି ଏହି ସିନେମା ପାଇଁ ତାଙ୍କୁ ଦିଲୀପ କୁମାରଙ୍କ ଠାରୁ ମଧ୍ୟ ପ୍ରଶଂସା ମିଳିଥିଲା। ରାନୀ କହିଥିଲେ, ଦିଲୀପ କୁମାରଙ୍କ ଭଳି ମହାନ କଳାକାରଙ୍କ ଠାରୁ କାମ ପାଇଁ ପ୍ରଶଂସା ମିଳିବା ମୋ ପାଇଁ ଅଦ୍ଭୁତ କଥା ଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *