୭୮ ବର୍ଷୀୟ ବୃଦ୍ଧ ନିଜର ୧୭ ବର୍ଷୀୟ ସ୍ତ୍ରୀ କୁ ମାଗିଲେ ଛାଡ଼ପତ୍ର, କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।

ଇଣ୍ଡୋନେସିଆ ରେ ରହୁଥିବା ଅବାହ ସରନା ନାମକ ଏକ ବୃଦ୍ଧ ବର୍ତ୍ତମାନ ୧୭ ବର୍ଷୀୟ ଝିଅକୁ ବିବାହ କରିଥିଲେ ଏବଂ ଏହି ବିବାହ ବହୁତ ଚର୍ଚ୍ଚା ରେ ରହିଥିଲା। ଅବାହ ସରନା ଙ୍କୁ ୭୮ ବର୍ଷ ହୋଇଥିଲା।ସେ ଏତେ କମ ବୟସର ଝିଅ କୁ ବିବାହ କରିଥିବାରୁ ବହୁତ ନିନ୍ଦା ମଧ୍ୟ ସହିଥିଲେ।

ହେଲେବି ଏବେ ଅବାହ ସରନା ନିଜ ପତ୍ନୀ ଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇ ସାରିଛନ୍ତି। ଅବାହ ଙ୍କ ଏହି ନିଷ୍ପତି ନେଇ ଝିଅ ର ପରିବାର ବହୁତ ଦୁଃଖରେ ଅଛନ୍ତି।ଏବଂ ଏହି ସମ୍ପର୍କ ନ ଭାଙ୍ଗୁ ବୋଲି ବହୁତ ଚେଷ୍ଟା କରୁଛନ୍ତି।

ପରିବାର ଙ୍କ କହିବା ଅନୁସାରେ ନୋନି ଙ୍କ ଅବାହଙ୍କ ସହିତ ରହିବାରେ କୌଣସି ଆପତ୍ତି ନାହିଁ।ଝିଅର ଭଉଣୀ ଇୟାନ ଏହି ବାବଦରେ କହିଛନ୍ତି କି, ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ଅଛି। କାରଣ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା।କିନ୍ତୁ ଜଣା ନାହିଁ ଅଚାନକ କଣ ପାଇଁ ଏମିତି ନିଷ୍ପତି ନେଇଥିଲେ। ପରିବାର କୁ ମଧ୍ୟ ଅବାହ ସରନା ଙ୍କୁ ନେଇ କୌଣସି ଆପତ୍ତି ନଥିଲା।ହେଲେବି ଏହି ବିବାହ କୁ ନେଇ ଅବାହ ଙ୍କ ପରିବାରର କିଛି ଆପତ୍ତି ଥିଲା।

ଏହି କାରଣ ରୁ ନେଉଛନ୍ତି ଛାଡ଼ପତ୍ର।

୭୮ ବର୍ଷୀୟ ଅବାହ ଙ୍କ କହିବା ଅନୁସାରେ ନୋନି ବାହାଘର ପୂର୍ବରୁ ଗର୍ଭବତୀ ଥିଲେ। ଯେଉଁ କାରଣରୁ ସେ ନୋନିଙ୍କ ଠାରୁ ଛାଡପତ୍ର ନେବାକୁ ନିଷ୍ପତି ନେଇଥିଲେ। କିନ୍ତୁ ନୋନିଙ୍କ ଭଉଣୀ ଏହି ଆରୋପକୁ ମିଥ୍ୟା ବୋଲି କହିଛନ୍ତି। ଏବଂ ଏହା ମଧ୍ୟ କହିଛନ୍ତି କି ଅବାହ ଛାଡ଼ପତ୍ର ପାଇଁ ଏମିତି ମିଥ୍ୟା କହୁଛନ୍ତି। ଅବାହଙ୍କ ଆରୋପ ଅଛି କି ବାହାଘର ପୂର୍ବରୁ ଝିଅ ପାଇଁ ସେ ୫୦ ହଜାର ଟଙ୍କା, ମୋଟର ସାଇକେଲ ଏବଂ ଆହୁରି କିଛି ଜିନିଷ ପଠାଇଥିଲେ। ଏହା ବ୍ୟତିତ ନୋନି ନବିତାଙ୍କ ପରିବାର ତରଫରୁ ମଧ୍ୟ ବାହାଘର ପାଇଁ ଯୌତୁକ ଦିଆଯିବାର କୁହାଯାଇଛି। ଯେଉଁ କାରଣରୁ ଏହା ଯୌତୁକ ମାମଲା ବୋଲି ଜଣା ପଡ଼ୁଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *